ଦୋଳି ପାଇଁ ଗଛ ନାହିଁ

ପୁରୀ ଅଫିସ, ୧୩ା୬: ଗୁରୁବାର ସଜବାଜ ଓ ଶୁକ୍ରବାର ପହିଲି ରଜ। ଓଡ଼ିଶାର ମହାନ ଗଣପର୍ବ ‘ରଜ’କୁ ନେଇ ସବୁଠି ଏବେ ଚଳଚଞ୍ଚଳ। ବର୍ଷକରେ ଥରେ ଆସୁଥିବା ତିନିଦିନିଆ ରଜପର୍ବକୁ ସ୍ବାଗତ ଜଣାଇବା ପାଇଁ ସମସ୍ତେ ପ୍ରସ୍ତୁତ। ଏହି ପର୍ବର ଖାସ୍‌ ଆକର୍ଷଣ ପୋଡ଼ପିଠା ଆଉ ରଜପାନ ଖାଇ ଦୋଳିର ମଜା ନେବେ କୁମାରୀ। ହେଲେ ପୁରୀ ଜିଲା କୁମାରୀମାନଙ୍କ ପାଇଁ ରଜ ଦୋଳି ଖେଳିବାର ସ୍ବପ୍ନ ଏକପ୍ରକାର ମଉଳି ଯାଇଛି। ଫନୀ ଭାଙ୍ଗିଦେଇଛି ବହୁ ବଡ ବଡ ଗଛ। ପ୍ରତିବର୍ଷ ରଜଦୋଳି ଲାଗୁଥିବା କେତେକ ନିର୍ଦ୍ଦିଷ୍ଟ ଗଛର ଡାଳ ବି ଭାଙ୍ଗିପଡ଼ିଛି। ତେଣୁ ରଜରେ କୁମାରୀମାନେ ପାନ ଖାଇ ପାଟି ନାଲି କରିବେ ସିନା, ହେଲେ ଶୁଣିବାକୁ ମିଳି ନ ପାରେ ରଜଦୋଳି ଗୀତ ‘ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ.।’ ସାଧାରଣତଃ କୁମାରୀମାନେ ରଜକୁ ବେଶ୍‌ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ସେମାନେ ରଜ ତିନିଦିନ ଯାକ କୌଣସି କାମ କରନ୍ତି ନାହିଁ। ପୋଡ଼ପିଠା ଆଉ ରଜ ପାନଖାଇ ଦୋଳିରେ ମଜା ନେଇଥାନ୍ତି। ରଜରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ସୃଷ୍ଟି ହୁଏ। ତେବେ ସହର ଅପେକ୍ଷା ଗଁ। ରେ ରଜ ପର୍ବ ଧୁମ୍‌ଧାମରେ ପାଳନ କରାଯାଏ। ଗଁ। ର ଆମ୍ବତୋଟା ହେଉ କିମ୍ବା ଅନ୍ୟ କୌଣସି ବଡ଼ ବଡ଼ ଗଛ ଡାଳରେ ଦୋଳି ଲଗାଯାଇଥାଏ। ଗୋଟିଏ ଜାଗାରେ ବହୁ ସଂଖ୍ୟକ କୁମାରୀ ଏକାଠି ହୋଇ ଦୋଳି ଖେଳନ୍ତି। ରଜଦୋଳି ଗୀତରେ ପରିବେଶ ମୁଖରିତ ହୋଇପଡ଼େ। ଉପକୂଳବର୍ତ୍ତୀ ପୁରୀ ଜିଲାରେ ରଜ ପର୍ବ ବେଶ୍‌ ଧୂମ୍‌ଧାମରେ ପାଳନ କରାଯାଏ। କେତେକ ସ୍ଥାନରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହୁଏ। ଏଥିରେ ଝିଅ, ବୋହୂଙ୍କ ସମେତ ଯୁବକମାନେ ମଧ୍ୟ ଭାଗ ନେଇଥାନ୍ତି। ହେଲେ ଏଥର ପୁରୀ ଜିଲାରେ ରଜ ପର୍ବର ଚମକ ସେମିତି ଅନୁଭୂତ ହେଉନାହିଁ। ବାତ୍ୟାରେ ଜିଲାର ପ୍ରାୟ ସବୁ ଅଞ୍ଚଳ ପ୍ରଭାବିତ ହୋଇଛି। ଅନେକ ଲୋକ ବାସହରା ହୋଇପଡ଼ିଥିବାବେଳେ କେତେଜଣଙ୍କ ଆର୍ଥିକ ମେରୁଦଣ୍ଡ ଦୋଲିଯାଇଛି। ଅନ୍ୟପଟେ ରଜର ଖାସ୍‌ ଆକର୍ଷଣ ଦୋଳି ବନ୍ଧାଯିବାକୁ ବଡ ବଡ ଗଛ ବି ନାହିଁ। ବ୍ରହ୍ମଗିରି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଚାକୁଣ୍ଡା ଗଛ ଏବଂ ବ୍ରହ୍ମଗିରି ପଞ୍ଚୁଦୋଳ ପଡ଼ିଆରେ ଥିବା ବରଗଛରେ ପ୍ରତିବର୍ଷ ରଜ ସମୟରେ ଦୋଳି ବନ୍ଧାଯାଏ। ଏଥିରେ ସ୍ଥାନୀୟ ଅଞ୍ଚଳର କୁମାରୀମାନେ ଦୋଳି ଖେଳିଥାନ୍ତି। ହେଲେ ଫନୀରେ ଏହି ଦୁଇଟି ଗଛ ଭାଙ୍ଗିଯାଇଛି। ସେହିପରି କୋଣାର୍କସ୍ଥିତ ମା’ ଭଗବତୀ ପୀଠ ପରିସରରେ ଥିବା ପୁରାତନ ବରଗଛରେ ଏକାଧିକ ଦୋଳି ବନ୍ଧାଯାଏ। ମାତ୍ର ବାତ୍ୟା ଏହାକୁ ଧରାଶାୟୀ କରିଦେଇଛି। ସାକ୍ଷୀଗୋପାଳ ବକୁଳ ବନ ପରିସର ମୁକ୍ତାକାଶ ରଙ୍ଗମଞ୍ଚ ନିକଟରେ ଥିବା ଚାକୁଣ୍ଡା ଓ ବଉଳ ଗଛରେ ପ୍ରତିବର୍ଷ ଦୋଳି ଲାଗିଥାଏ। ବହୁ ପିଲା ଆସି ଦୋଳି ଖେଳିଥାନ୍ତି। କାକଟପୁର ଦେଉଳି ମଠ ପରିସରସ୍ଥ ଏକ ବଡ଼ ଆମ୍ବଗଛ ଡାଳରେ ମଠ ପକ୍ଷରୁ ଦୋଳି ବନ୍ଧା ଯାଇଥାଏ। ମଙ୍ଗଳା ମନ୍ଦିର ଏବଂ ମଠକୁ ବୁଲିବାକୁ ଆସୁଥିବା ଯୁବତୀ କିଶୋରୀ ଏବଂ ଆଖପାଖ ଗଁ। ର ପିଲାମାନେ ଏଠାରେ ଦୋଳି ଖେଳିଥାନ୍ତି। ବାତ୍ୟାରେ ଯଦିଓ ଗଛଟି ରକ୍ଷା ପାଇଯାଇଛି କିନ୍ତୁ ତାର ସବୁ ଡାଳ ଭାଙ୍ଗିପଡ଼ିଛି। ଏଥର କେଉଁଠି ଦୋଳି ବନ୍ଧାଯିବ ସେନେଇ ଚିନ୍ତିତ ଥିବା କୁହନ୍ତି ମଠ ପରିଚାଳକ ତଥା ପୂଜକ ମିତୁରଞ୍ଜନ ଦୀକ୍ଷିତ୍‌। କାକଟପୁର ବାଜପୁର ଗଁ। ଲୋକ ପ୍ରତିବର୍ଷ ରଜରେ ପ୍ରାଚୀ ନଦୀ ପଠାସ୍ଥିତ ଏକ ବୃହତ୍‌ ଓସ୍ତ ଗଛରେ ଦୋଳି ଲଗାଇଥାନ୍ତି। ଫନୀରେ ଏହି ଗଛଟି ଉପୁଡ଼ି ପଡ଼ିିଛି। ଏଥିଯୋଗୁ ଅନେକ କୁମାରୀଙ୍କ ମନରେ ନିରାଶା ଛାଇଯାଇଛି। ଏ ସମ୍ପର୍କରେ ବାଜପୁରର ଲିପିକା ସାହୁ କହିଛନ୍ତି, ନଦୀପଠା ଓସ୍ତ ଗଛରେ ପ୍ରତିବର୍ଷ ଆମେ ଦୋଳି ଖେଳୁଥିଲୁ। ଏଥର ବାତ୍ୟାରେ ଗଛଟି ଉପୁଡି ପଡ଼ିଛି। ଆଖପାଖରେ ଦୋଳି ଲଗାଇବା ଲାଗି ସେମିତି ବଡ ଗଛ ନାହିଁ। ତେଣୁ ଏଥର ରଜଦୋଳିରୁ ବଞ୍ଚତ୍ତ ହେବାକୁ ପଡ଼ିବ ଭାବି ଦୁଃଖ ଲାଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri