ଦୋକାନ ବନ୍ଦ କଲା ପ୍ରଶାସନ

ବାରିପଦା ଅଫିସ, ୨୬ା୪- ସମସ୍ତ ଦୋକାନ ଖୋଲିବା ଗୁଜବ ପ୍ରଚାର ହେବା ପରେ ଶନିବାର ମୟୂରଭଞ୍ଜ ଜିଲା ବାରିପଦା ସହରରେ କେତେକ ଦୋକାନ ଖୋଲିଥିଲା। ଖବରପାଇ ଉପ ଜିଲାପାଳ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ତହସିଲଦାର ରାମଚନ୍ଦ୍ର ସେରେନ୍‌, ଟାଉନଥାନା ଅଧିକାରୀ ବୀରେନ୍ଦ୍ର ସେନାପତିଙ୍କ ସମେତ ପୋଲିସ ଫୋର୍ସ ପହଞ୍ଚି ବିନା ଅନୁମତିରେ ଖୋଲିଥିବା ଦୋକାନଗୁଡ଼ିକୁ ବନ୍ଦ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ,ଲକ୍‌ ଡାଉନ ଯୋଗୁ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।