ଭଦ୍ରକ ଅଫିସ, ୧୭।୧- ଭଦ୍ରକ ଜିଲା ସଦର ବ୍ଲକ ଦୈସିଂ ପଞ୍ଚାୟତରେ ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣରେ ୫୦ଲକ୍ଷ ଟଙ୍କାର ଦୁର୍ନୀତି ଘଟଣାକୁ ଏହାମଧ୍ୟରେ ୨ ବର୍ଷ ବିତିଯାଇଛି। ସେତେବେଳେ ଏ ନେଇ ଅଭିଯୋଗ ହେବା ପରେ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ଏଯାଏ ତଦନ୍ତ ସରୁ ନାହିଁ। ଭିଜିଲାନ୍ସ ଓ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ଜାରି ରହିଥିବା କୁହାଯାଉଛି। ପ୍ରଶାସନିକ ଅଧିକାରୀମାନେ ତଦନ୍ତ ଆଳରେ ଦିନ ଗଡ଼ାଇ ଚାଲିଥିବାରୁ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରୁନାହିଁ। ଫଳରେ ଲୋକେ ପ୍ରଶାସନର ତଦନ୍ତ ଉପରୁ ଆସ୍ଥା ହରାଇଥିବା କେତେଜଣ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି। ଏହାକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଦୁର୍ନୀତିକୁ ଚାପି ଦେବା ଲାଗି ଉଦ୍ୟମ ହେଉଥିବା ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି।
ଉଲ୍ଲେଖନୀୟ ଯେ, ଏହି ପଞ୍ଚାୟତରେ ସ୍ବଚ୍ଛ ଭାରତ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଥିଲା। ସେତେବେଳେ କେତେକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଥିଲା। ଅନ୍ୟପକ୍ଷେ ବିଳମ୍ବ ହେଲେ ମଧ୍ୟ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ୨୪ ମାସ ବିତିସାରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। କେବଳ ସଦର ବ୍ଲକ ନୁହେଁ ଜିଲାର ଅନ୍ୟ ବ୍ଲକରେ ମଧ୍ୟ ଏହି ଯୋଜନାରେ ବହୁ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏପରିକି ପାଇଖାନା ତିଆରି ନ କରି ସରକାରୀ ଅନୁଦାନ ବାବଦକୁ ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଛି। କେତେଜଣ ଅସାଧୁ କର୍ମଚାରୀ ନିଜ ସମ୍ପର୍କୀୟ, ଭାଇ ବନ୍ଧୁ ଓ ପଡ଼ୋଶୀଙ୍କୁ ହିତାଧିକାରୀ ଦର୍ଶାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ୟାମ୍ପରିଂ କରି ଟଙ୍କା ହଡ଼ପ କରିଥିବାର ପ୍ରମାଣ ମିଳିସାରିଛି। କେତେ ପରିମାଣର ଟଙ୍କା କେତେ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି ସେନେଇ ତନାଘନା କରାଯାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଜିଲାପାଳ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେବା ପରେ ଡିଆର୍ଡିଏର ଦୁଇ ଅଧିକାରୀ ଥରୁଟିଏ ଦୈସିଂ ଅଞ୍ଚଳକୁ ଯାଇ ଫେରି ଆସିଛନ୍ତି। ଘଟଣାକୁ ଲୁଚାଇବା ଲାଗି ବିଭିନ୍ନ କୌଶଳ ଗ୍ରହଣ କରାଯାଉଥିବା ଅଭିଯୋଗ ହେଉଛି। ଦୈସିଂ ପଞ୍ଚାୟତର କୁସୁନନଗର ଓ ଏହା ଆଖପାଖ ଗଁାରେ ରାତାରାତି ପାଇଖାନା ନିର୍ମାଣ କରାଯାଇଥିବା କୁହାଯାଇଛି। ଏପରିକି ଗୋଟିଏ ପାଇଖାନାରେ ୨ରୁ ୩ ଥର ବିଭିନ୍ନ ରଙ୍ଗ ଦେଇ ହିତାଧିକାରୀଙ୍କ ଭିନ୍ନ ଭିନ୍ନ ନଁା ଦର୍ଶାଇ ଟଙ୍କା ଆତ୍ମସାତ୍ କରାଯାଇଥିବା ଜଣାପଡ଼ିଥିଲା। ସେଠାରେ ଜଣେ ମୋଟିଭେଟର ନିଜ ସମ୍ପର୍କୀୟ ଓ ବନ୍ଧୁବାନ୍ଧବଙ୍କ ଆକାଉଣ୍ଟକୁ ୭ରୁ ୮ ଥର ଟଙ୍କା ଟ୍ରାନ୍ସଫର କରିଥିବା ଭିଜିଲାନ୍ସ ତଦନ୍ତ ବେଳେ ପଦାକୁ ଆସିଥିଲା। ସମ୍ପୃକ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟର ନକଲ ହାସଲ କରି ଭିଜିଲାନ୍ସ ଓ ପ୍ରଶାସନିକ ଅଧିକାରୀ ତଦନ୍ତ କରୁଥିବା ସୂଚନା ମିଳିଥିଲା। ଏହି ଦୁର୍ନୀତିରେ ତଳସ୍ତରରୁ ଉପର ପର୍ଯ୍ୟନ୍ତ କର୍ମଚାରୀଙ୍କ ସମ୍ପୃକ୍ତି ଥିବାରୁ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରଶାସନିକ ମହଲ ପଛଘୁଞ୍ଚା ଦେଉଥିବା ଚର୍ଚ୍ଚା ହେଉଛି। ସୂଚନାଥାଉ କି, ଦୈସିଂର ଅଜୟ କୁମାର ମହାନ୍ତି ସୂଚନା ଅଧିକାର ଆଇନ ବଳରେ ଏ ସମ୍ପର୍କରେ କେତେକ ତଥ୍ୟ ପଦାକୁ ଆଣି ଜିଲା ପ୍ରଶାସନଠାରୁ ଆରମ୍ଭକରି ସ୍ବଚ୍ଛ ଭାରତ ମିଶନ ପର୍ଯ୍ୟନ୍ତ ଦୃଷ୍ଟି ଆକର୍ଷଣ କରିଥିଲେ। ତଦନ୍ତ ପ୍ରକ୍ରିୟା ସମ୍ପର୍କରେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସଙ୍କୁ ପଚାରିବାରୁ ତଦନ୍ତ ସରି ରିପୋର୍ଟ ଆସିସାରିଛି, ଖୁବ୍ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।
Posted inଆମ ଜିଲା ଖବର, ଭଦ୍ରକ View All
ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…
ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...
ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କଲା ହାତୀ: ଆଉ ତା’ପରେ…
ଅନୁଗୋଳ,୧/୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବଡ଼କେରା ପଞ୍ଚାୟତ ଗୁରୁଙ୍ଗ ଖଇରା ସାହି ନିକଟ ଆଡଗଣ୍ଡି ନାଳ ପୋଲ ପାଖରେ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ...
ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…
ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍...
ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍ଦାର ପ୍ରସ୍ତୁତି
ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍ଦାର କରାଯାଉଛି। ୪ଦିନ ଧରି...
ସରକାରୀ ବସ୍ରେ ଯାତ୍ରୀଙ୍କୁ ମିଳୁନି ଟିକେଟ୍, ସଂଗୃହୀତ ଅର୍ଥ ଯାଉଛି କୁଆଡ଼େ
ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କେରୁବାଡ଼ିଠାରୁ ଫୁଲବାଣୀକୁ ଯାତାୟାତ କରୁଥିବା ସରକାରୀ ଯାତ୍ରୀବାହୀ ବସ୍ରେ ସମସ୍ତ ଯାତ୍ରୀଙ୍କୁ ବସ୍ର କର୍ମଚାରୀ ବା ଟିକେଟ୍...
ନୂଆବର୍ଷରେ ଅଘଟଣ: ଦ୍ରୁତଗତିରେ ଆସି ମହିଳାଙ୍କୁ ଧକ୍କା ଦେଲା କାର୍, ୧୦ ମିଟର ଦୂରରେ ଯାଇ…
ଲାଞ୍ଜିଗଡ଼,୧ା୧(ରମେଶ ଚନ୍ଦ୍ର ନାୟକ): ବର୍ଷ ଆରମ୍ଭରୁ ଏକ ଦୁଃଖଦ ଘଟଣା ଘଟିଛି। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଆଶ୍ରମପଡ଼ା ନିକଟରେ ଏକ ଅଜଣା ଗାଡ଼ି...
ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା
ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...
ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି
ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...
Archives


