ଦୈନିକ ସାନିଟାଇଜ୍‌ ହେବ ଏଟିଏମ୍‌, ଗଫଲତି କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୮।୩(ବ୍ୟୁରୋ): କରୋନା ଭୂତାଣୁକୁ ପ୍ରତିରୋଧ କରିବା ନିମନ୍ତେ ଅର୍ଥ ବିଭାଗ ପକ୍ଷରୁ ବୁଧବାର ବ୍ୟାଙ୍କଗୁଡ଼ିକୁ ଗାଇଡ୍‌ଲାଇନ ଜାରି କରାଯାଇଛି। ଏଟିଏମ୍‌ ସାନିଟାଇଜ୍‌ ନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ଏଲ୍‌ବିସି ଆବାହକଙ୍କୁ ଅର୍ଥ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଚିଠି ଲେଖିଛନ୍ତି। ଚିଠିରେ ଏଟିଏମ୍‌ଗୁଡ଼ିକୁ ଦୈନିକ ସାନିଟାଇଜ୍‌ କରିବାକୁ କଡ଼ା ନିର୍ଦ୍ଦେଶ ରହିଛି। ଏଟିଏମ୍‌ରେ ଥିବା ସୁରକ୍ଷା କର୍ମଚାରୀଙ୍କ ଦ୍ୱାରା ସାନିଟାଇଜ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏଟିଏମ୍‌ ଠିକ୍‌ ଭାବେ ସାନିଟାଇଜ୍‌ ହେଉଛି କି ନାହିଁ ଓସ୍‌ଡମା କର୍ମଚାରୀ ଦେଖିବେ। ଏଥିରେ ଗଫଲତି କରୁଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।