ଦେହ ଦଲାଲଙ୍କ ନଜରରେ ଓଡ଼ିଆ ଯୁବତୀ

ଭୁବନେଶ୍ୱର,୩ା୩(ବ୍ୟୁରୋ):ବାଂଲାଦେଶୀ ସେକ୍ସ ର଼୍ୟାକେଟର କିଙ୍ଗ୍‌ପିନ୍‌ ଅଞ୍ଜଳି ଦିଦି ଓ ତାଙ୍କ ସ୍ବାମୀ ଇବ୍ରାହିମ୍‌ ଗିରଫ ହେବାପରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ତାଙ୍କ ଲିଙ୍କ୍‌ରେ ଥିବା ଦଲାଲ, ଏଜେଣ୍ଟ, ରୂପଜୀବୀଙ୍କୁ ଖୋଜି ଖୋଜି ଧରୁଛି। ଇତିମଧ୍ୟରେ ୫ଜଣ ଦଲାଲ ଗିରଫ ହୋଇଥିବାବେଳେ ବହୁ ବାଂଲାଦେଶୀ ରୂପଜୀବୀ ଧରାପଡିଛନ୍ତି। ଜାଲ୍‌ କାଗଜପତ୍ର ଜରିଆରେ ବେଆଇନ ଭାବେ ବାଂଲା ରୂପଜୀବୀଙ୍କୁ ଦଲାଲମାନେ ଓଡ଼ିଶାକୁ ଆଣି ସେକ୍ସ ର଼୍ୟାକେଟରେ ଲଗାଉଥିବା ଜଣାପଡିବା ପରେ ଏବେ କଟକଣା ସହ ସୀମାରେ ସେମାନଙ୍କ ପ୍ରବେଶ ନେଇ ଯାଞ୍ଚ ଜୋର୍‌ଦାର ହୋଇଛି। ଫଳରେ ରାଜ୍ୟରେ ଏହି ସେକ୍ସ ର଼୍ୟାକେଟରେ ସମ୍ପୃକ୍ତ ଦଲାଲମାନେ ଓଡ଼ିଆ ଯୁବତୀଙ୍କୁ ଟାର୍ଗେଟ କରିଛନ୍ତି। ସେମାନଙ୍କୁ ନାନା ଉପାୟରେ ଫସାଇ ଭୁବନେଶ୍ୱର ସମେତ ଅନ୍ୟ ସହରକୁ ଆଣି ସେକ୍ସ ର଼୍ୟାକେଟରେ ନିୟୋଜିତ କରୁଛନ୍ତି। ସୋମବାର ଏସ୍‌ଟିଏଫ୍‌ ଜଣେ ଦଲାଲଙ୍କ ସହ ରୂପଜୀବୀଙ୍କୁ ଧରି ପଚରାଉଚରା କରିବା ପରେ ଏହି ଘଟଣା ପଦାକୁ ଆସିଛି। ଗିରଫ ଦଲାଲ ହେଲେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର କେଶବ ସାହୁ(୨୮)। ଏସ୍‌ଟିଏଫ୍‌ କେସ୍‌ ନଂ.୭/୨୦, ଦଫା ୪/୫ ଆଇଟିପି ଆକ୍ଟ ୩୭୦(୩), ୪୬୭, ୪୭୧, ୧୨୦(ବି)୩୪ ଲଗାଇ ଅଭିଯୁକ୍ତ କେଶବଙ୍କୁ କୋର୍ଟ ଚାଲାଣ କରିଛି।
ଏସ୍‌ଟିଏଫ୍‌ର ସୂଚନାନୁସାରେ, ଅଞ୍ଜଳି ଦିଦି ଓ ଇବ୍ରାହିମ୍‌ ଅଧୀନରେ ରହି କେଶବ କାମ କରନ୍ତି। ସେମାନଙ୍କ ସହ ଅନ୍ୟ କେତେଜଣ ଗିରଫ ହେବା ପରେ ଯୁବତୀ ଚାଲାଣ ଓ ସେକ୍ସ ର଼୍ୟାକେଟର ମଙ୍ଗ ଧରିଥିଲେ କେଶବ। ବାଂଲାଦେଶୀ ଯୁବତୀଙ୍କ ଉପରେ ଏସ୍‌ଟିଏଫ୍‌ ନଜର ରଖିଥିବାରୁ ସେ ଭଦ୍ରକ, ବାଲେଶ୍ୱର ଅଞ୍ଚଳରୁ ଯୁବତୀଙ୍କୁ ଚାକିରି ଓ ଅନ୍ୟ ପ୍ରଲୋଭନ ଦେଖାଇ ଏଠାକୁ ଆଣି ସେକ୍ସ ର଼୍ୟାକେଟରେ ଲଗାଇଥାନ୍ତି। ସୋମବାର ସକାଳେ କେଶବ ଜଣେ ଯୁବତୀଙ୍କୁ କାରରେ ବସାଇ ନୟାପଲ୍ଲୀ ଅଞ୍ଚଳରେ ରହୁଥିବା ଜଣେ ଗ୍ରାହକଙ୍କ ନିକଟକୁ ଛାଡିବାକୁ ନେଉଥିଲେ। ପୂର୍ବରୁ ତାଙ୍କ ଉପରେ ନଜର ରଖିଥିବା ଏସ୍‌ଟିଏଫ୍‌ ଟିମ୍‌ ଉକ୍ତ କାରକୁ ପିଛା କରି ସିଆର୍‌ପିଏଫ୍‌ ଛକରେ ଅଟକାଇ ସେମାନଙ୍କୁ କାବୁ କରିନେଇଥିଲା। କାରରୁ ଯୁବତୀଙ୍କୁ ଉଦ୍ଧାର ପରେ ପଚରାଉଚରା କରିବାରୁ ପୂରା ଘଟଣା ଜଣାପଡ଼ିଥିଲା। ବାଂଲାଦେଶର ଯୁବତୀଙ୍କୁ ରାଜଧାନୀ ଆଣି ଏତେ ରିସ୍କ ନେବାକୁ ଦଲାଲମାନେ ଚାହୁଁ ନାହାନ୍ତି। ଅନ୍ୟପକ୍ଷରେ ଓଡ଼ିଆ ରୂପଜୀବୀଙ୍କର ମଧ୍ୟ ଡିମାଣ୍ଡ୍‌ ରହିଛି। ତେଣୁ ଦଲାଲମାନେ ବିଶେଷକରି ଭଦ୍ରକ, ବାଲେଶ୍ୱରରୁ ଓଡିଆ ଯୁବତୀଙ୍କୁ ଆଣି ଦେହ ବ୍ୟବସାୟରେ ଲଗାଉଥିବା ଏସ୍‌ଟିଏଫ୍‌ ପଚରାଉଚରାବେଳେ ଜାଣିବାକୁ ପାଇଛି।

ଫସୁଛନ୍ତି ଅସହାୟ, ଗରିବ ଝିଅ
କିଭଳି ଯୁବତୀଙ୍କୁ ଆଣି ଦେହ ବ୍ୟବସାୟରେ ଲଗାନ୍ତି ସେନେଇ ଏସ୍‌ଟିଏଫ ଆଗରେ ମୁହଁ ଖୋଲିଛନ୍ତି ଗିରଫ ଦଲାଲ କେଶବ। ସେ କହିଛନ୍ତି, ଗରିବ ଓ ଅସହାୟ ଝିଅଙ୍କୁ ଆଣିବା ଅତି ସହଜ ହୋଇଥାଏ। ତେଣୁ ସେମାନେ ବିଭିନ୍ନ ଜିଲାରୁ ଏଜେଣ୍ଟଙ୍କ ସାହାଯ୍ୟରେ ସେମାନଙ୍କୁ ଚିହ୍ନଟ ପରେ ପରିବାର ସହ ଯୋଗାଯୋଗ କରାଯାଇଥାଏ। ଝିଅ ରାଜଧାନୀରେ ଭଲ ଚାକିରିରେ ଲଗାଇ ଦେବାକୁ କହି ଏଠାକୁ ଆଣନ୍ତି। ପରେ ବଳାତ୍କାର କରି ବ୍ଲାକ୍‌ମେଲିଂ ହେଉ ଅବା ପ୍ରେମ ବାହାନାରେ ଫସାଇ ଦେହ ବ୍ୟବସାୟରେ ଲଗାନ୍ତି।
ଘରୋଇ ଟ୍ୟାକ୍ସିରେ ଯୁବତୀଙ୍କୁ ପଠାଉଥିଲେ
ଅନ୍‌ଲାଇନ୍‌ରେ ଗ୍ରାହକ ଠିକ୍‌ ହେବା ପରେ ଯୁବତୀଙ୍କୁ ଗ୍ରାହକଙ୍କ ନିକଟକୁ ପଠାଇବା ଦାୟିତ୍ୱ କେଶବଙ୍କର ରହିଥିଲା। କେଶବ ଏଥିପାଇଁ ନିର୍ଦ୍ଦିଷ୍ଟ ଘରୋଇ ଟ୍ୟାକ୍ସି ବୁକ୍‌ କରୁଥିଲେ। ଏହାପରେ ଯୁବତୀଙ୍କୁ ରହୁଥିବା ଘରୁ କାରରେ ନେଇ ଗ୍ରାହକଙ୍କ ନିକଟରେ ଛାଡୁଥିଲେ। ନିର୍ଦ୍ଧାରିତ ସମୟ ଓ ଗ୍ରାହକ ଫୋନ୍‌ କରିବା ପରେ ପୁଣି କାର ନେଇ ସେଠାରୁ ଯୁବତୀଙ୍କୁ ନେଇ ଆସୁଥିଲେ।
ରିମାଣ୍ଡରେ ଆସିବେ କେଶବ
ପୂର୍ବରୁ ଗିରଫ ହୋଇଥିତ୍ବା ଅଞ୍ଜଳି ଦିଦି, ଇବ୍ରାହିମ୍‌ , ପଞ୍ଚାନନ ପାଢୀ ଓ ତାଙ୍କ ସ୍ତ୍ରୀ ପ୍ରୀତି ପାଢୀଙ୍କ ଲିଙ୍କ୍‌ରେ କେଶବ ରହିଥିବା ଜଣାପଡିଛି। ତେଣୁ କେଶବ କାହାକୁ ରୂପଜୀବୀ ଯୋଗାଉଥିଲେ, ତାଙ୍କ ଅଧୀନରେ କେତେଜଣ ଯୁବତୀ ଅଛନ୍ତି, ଏହା ପଛରେ ଆଉ କିଏ ମାଷ୍ଟରମାଇଣ୍ଡ ରହିଛନ୍ତି କି? ଏମିତି ଆଉ କିଛି ଅଧିକ ତଥ୍ୟ ପାଇବା ପାଇଁ ଏସ୍‌ଟିଏଫ୍‌ କେଶବଙ୍କୁ ୫ଦିନ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିବ ବୋଲି ଏସ୍‌ଟିଏଫ୍‌ ଡିଆଇଜି ଜୟ ପଙ୍କଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri