ଦେହ ଦଲାଲଙ୍କ ନଜରରେ ଓଡ଼ିଆ ଯୁବତୀ

ଭୁବନେଶ୍ୱର,୩ା୩(ବ୍ୟୁରୋ):ବାଂଲାଦେଶୀ ସେକ୍ସ ର଼୍ୟାକେଟର କିଙ୍ଗ୍‌ପିନ୍‌ ଅଞ୍ଜଳି ଦିଦି ଓ ତାଙ୍କ ସ୍ବାମୀ ଇବ୍ରାହିମ୍‌ ଗିରଫ ହେବାପରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ତାଙ୍କ ଲିଙ୍କ୍‌ରେ ଥିବା ଦଲାଲ, ଏଜେଣ୍ଟ, ରୂପଜୀବୀଙ୍କୁ ଖୋଜି ଖୋଜି ଧରୁଛି। ଇତିମଧ୍ୟରେ ୫ଜଣ ଦଲାଲ ଗିରଫ ହୋଇଥିବାବେଳେ ବହୁ ବାଂଲାଦେଶୀ ରୂପଜୀବୀ ଧରାପଡିଛନ୍ତି। ଜାଲ୍‌ କାଗଜପତ୍ର ଜରିଆରେ ବେଆଇନ ଭାବେ ବାଂଲା ରୂପଜୀବୀଙ୍କୁ ଦଲାଲମାନେ ଓଡ଼ିଶାକୁ ଆଣି ସେକ୍ସ ର଼୍ୟାକେଟରେ ଲଗାଉଥିବା ଜଣାପଡିବା ପରେ ଏବେ କଟକଣା ସହ ସୀମାରେ ସେମାନଙ୍କ ପ୍ରବେଶ ନେଇ ଯାଞ୍ଚ ଜୋର୍‌ଦାର ହୋଇଛି। ଫଳରେ ରାଜ୍ୟରେ ଏହି ସେକ୍ସ ର଼୍ୟାକେଟରେ ସମ୍ପୃକ୍ତ ଦଲାଲମାନେ ଓଡ଼ିଆ ଯୁବତୀଙ୍କୁ ଟାର୍ଗେଟ କରିଛନ୍ତି। ସେମାନଙ୍କୁ ନାନା ଉପାୟରେ ଫସାଇ ଭୁବନେଶ୍ୱର ସମେତ ଅନ୍ୟ ସହରକୁ ଆଣି ସେକ୍ସ ର଼୍ୟାକେଟରେ ନିୟୋଜିତ କରୁଛନ୍ତି। ସୋମବାର ଏସ୍‌ଟିଏଫ୍‌ ଜଣେ ଦଲାଲଙ୍କ ସହ ରୂପଜୀବୀଙ୍କୁ ଧରି ପଚରାଉଚରା କରିବା ପରେ ଏହି ଘଟଣା ପଦାକୁ ଆସିଛି। ଗିରଫ ଦଲାଲ ହେଲେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର କେଶବ ସାହୁ(୨୮)। ଏସ୍‌ଟିଏଫ୍‌ କେସ୍‌ ନଂ.୭/୨୦, ଦଫା ୪/୫ ଆଇଟିପି ଆକ୍ଟ ୩୭୦(୩), ୪୬୭, ୪୭୧, ୧୨୦(ବି)୩୪ ଲଗାଇ ଅଭିଯୁକ୍ତ କେଶବଙ୍କୁ କୋର୍ଟ ଚାଲାଣ କରିଛି।
ଏସ୍‌ଟିଏଫ୍‌ର ସୂଚନାନୁସାରେ, ଅଞ୍ଜଳି ଦିଦି ଓ ଇବ୍ରାହିମ୍‌ ଅଧୀନରେ ରହି କେଶବ କାମ କରନ୍ତି। ସେମାନଙ୍କ ସହ ଅନ୍ୟ କେତେଜଣ ଗିରଫ ହେବା ପରେ ଯୁବତୀ ଚାଲାଣ ଓ ସେକ୍ସ ର଼୍ୟାକେଟର ମଙ୍ଗ ଧରିଥିଲେ କେଶବ। ବାଂଲାଦେଶୀ ଯୁବତୀଙ୍କ ଉପରେ ଏସ୍‌ଟିଏଫ୍‌ ନଜର ରଖିଥିବାରୁ ସେ ଭଦ୍ରକ, ବାଲେଶ୍ୱର ଅଞ୍ଚଳରୁ ଯୁବତୀଙ୍କୁ ଚାକିରି ଓ ଅନ୍ୟ ପ୍ରଲୋଭନ ଦେଖାଇ ଏଠାକୁ ଆଣି ସେକ୍ସ ର଼୍ୟାକେଟରେ ଲଗାଇଥାନ୍ତି। ସୋମବାର ସକାଳେ କେଶବ ଜଣେ ଯୁବତୀଙ୍କୁ କାରରେ ବସାଇ ନୟାପଲ୍ଲୀ ଅଞ୍ଚଳରେ ରହୁଥିବା ଜଣେ ଗ୍ରାହକଙ୍କ ନିକଟକୁ ଛାଡିବାକୁ ନେଉଥିଲେ। ପୂର୍ବରୁ ତାଙ୍କ ଉପରେ ନଜର ରଖିଥିବା ଏସ୍‌ଟିଏଫ୍‌ ଟିମ୍‌ ଉକ୍ତ କାରକୁ ପିଛା କରି ସିଆର୍‌ପିଏଫ୍‌ ଛକରେ ଅଟକାଇ ସେମାନଙ୍କୁ କାବୁ କରିନେଇଥିଲା। କାରରୁ ଯୁବତୀଙ୍କୁ ଉଦ୍ଧାର ପରେ ପଚରାଉଚରା କରିବାରୁ ପୂରା ଘଟଣା ଜଣାପଡ଼ିଥିଲା। ବାଂଲାଦେଶର ଯୁବତୀଙ୍କୁ ରାଜଧାନୀ ଆଣି ଏତେ ରିସ୍କ ନେବାକୁ ଦଲାଲମାନେ ଚାହୁଁ ନାହାନ୍ତି। ଅନ୍ୟପକ୍ଷରେ ଓଡ଼ିଆ ରୂପଜୀବୀଙ୍କର ମଧ୍ୟ ଡିମାଣ୍ଡ୍‌ ରହିଛି। ତେଣୁ ଦଲାଲମାନେ ବିଶେଷକରି ଭଦ୍ରକ, ବାଲେଶ୍ୱରରୁ ଓଡିଆ ଯୁବତୀଙ୍କୁ ଆଣି ଦେହ ବ୍ୟବସାୟରେ ଲଗାଉଥିବା ଏସ୍‌ଟିଏଫ୍‌ ପଚରାଉଚରାବେଳେ ଜାଣିବାକୁ ପାଇଛି।

ଫସୁଛନ୍ତି ଅସହାୟ, ଗରିବ ଝିଅ
କିଭଳି ଯୁବତୀଙ୍କୁ ଆଣି ଦେହ ବ୍ୟବସାୟରେ ଲଗାନ୍ତି ସେନେଇ ଏସ୍‌ଟିଏଫ ଆଗରେ ମୁହଁ ଖୋଲିଛନ୍ତି ଗିରଫ ଦଲାଲ କେଶବ। ସେ କହିଛନ୍ତି, ଗରିବ ଓ ଅସହାୟ ଝିଅଙ୍କୁ ଆଣିବା ଅତି ସହଜ ହୋଇଥାଏ। ତେଣୁ ସେମାନେ ବିଭିନ୍ନ ଜିଲାରୁ ଏଜେଣ୍ଟଙ୍କ ସାହାଯ୍ୟରେ ସେମାନଙ୍କୁ ଚିହ୍ନଟ ପରେ ପରିବାର ସହ ଯୋଗାଯୋଗ କରାଯାଇଥାଏ। ଝିଅ ରାଜଧାନୀରେ ଭଲ ଚାକିରିରେ ଲଗାଇ ଦେବାକୁ କହି ଏଠାକୁ ଆଣନ୍ତି। ପରେ ବଳାତ୍କାର କରି ବ୍ଲାକ୍‌ମେଲିଂ ହେଉ ଅବା ପ୍ରେମ ବାହାନାରେ ଫସାଇ ଦେହ ବ୍ୟବସାୟରେ ଲଗାନ୍ତି।
ଘରୋଇ ଟ୍ୟାକ୍ସିରେ ଯୁବତୀଙ୍କୁ ପଠାଉଥିଲେ
ଅନ୍‌ଲାଇନ୍‌ରେ ଗ୍ରାହକ ଠିକ୍‌ ହେବା ପରେ ଯୁବତୀଙ୍କୁ ଗ୍ରାହକଙ୍କ ନିକଟକୁ ପଠାଇବା ଦାୟିତ୍ୱ କେଶବଙ୍କର ରହିଥିଲା। କେଶବ ଏଥିପାଇଁ ନିର୍ଦ୍ଦିଷ୍ଟ ଘରୋଇ ଟ୍ୟାକ୍ସି ବୁକ୍‌ କରୁଥିଲେ। ଏହାପରେ ଯୁବତୀଙ୍କୁ ରହୁଥିବା ଘରୁ କାରରେ ନେଇ ଗ୍ରାହକଙ୍କ ନିକଟରେ ଛାଡୁଥିଲେ। ନିର୍ଦ୍ଧାରିତ ସମୟ ଓ ଗ୍ରାହକ ଫୋନ୍‌ କରିବା ପରେ ପୁଣି କାର ନେଇ ସେଠାରୁ ଯୁବତୀଙ୍କୁ ନେଇ ଆସୁଥିଲେ।
ରିମାଣ୍ଡରେ ଆସିବେ କେଶବ
ପୂର୍ବରୁ ଗିରଫ ହୋଇଥିତ୍ବା ଅଞ୍ଜଳି ଦିଦି, ଇବ୍ରାହିମ୍‌ , ପଞ୍ଚାନନ ପାଢୀ ଓ ତାଙ୍କ ସ୍ତ୍ରୀ ପ୍ରୀତି ପାଢୀଙ୍କ ଲିଙ୍କ୍‌ରେ କେଶବ ରହିଥିବା ଜଣାପଡିଛି। ତେଣୁ କେଶବ କାହାକୁ ରୂପଜୀବୀ ଯୋଗାଉଥିଲେ, ତାଙ୍କ ଅଧୀନରେ କେତେଜଣ ଯୁବତୀ ଅଛନ୍ତି, ଏହା ପଛରେ ଆଉ କିଏ ମାଷ୍ଟରମାଇଣ୍ଡ ରହିଛନ୍ତି କି? ଏମିତି ଆଉ କିଛି ଅଧିକ ତଥ୍ୟ ପାଇବା ପାଇଁ ଏସ୍‌ଟିଏଫ୍‌ କେଶବଙ୍କୁ ୫ଦିନ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିବ ବୋଲି ଏସ୍‌ଟିଏଫ୍‌ ଡିଆଇଜି ଜୟ ପଙ୍କଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri