ଦେଶୀ ରଙ୍ଗରେ ଝଲସିବେ ରାଧାକୃଷ୍ଣ

ରାଉରକେଲା ଅଫିସ, ୭।୩: ରାଉରକେଲା ସେକ୍ଟର-୭ ସ୍ଥିତ ଦୁର୍ଗାପୂଜା ପଡିଆରେ ଆସନ୍ତା ୯ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାଇଚାରାର ମହାନ ପର୍ବ ଦୋଳ ମେଳଣ। ଚଳିତବର୍ଷ ଏହା ନବମ ବର୍ଷରେ ପଦାର୍ପଣ କରିଛି। ଦେଶୀ ରଙ୍ଗରେ ଏହି ପର୍ବକୁ ଧୁମ୍‌ଧାମ୍‌ରେ ପାଳନ କରାଯିବ ବୋଲି ରାଉରକେଲା କେନ୍ଦ୍ରୀୟ ଦୋଳ ମେଳଣ ସମିତି ଅଧ୍ୟକ୍ଷ ହରିହର ରାଉତରାୟ ସୋମବାର ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ରଙ୍ଗର ପର୍ବ ହୋଲି ଉପଲକ୍ଷେ ଆୟୋଜିତ ହେବାକୁ ଥିବା ୯ମ ଦୋଳ ମେଳଣ ପର୍ବରେ ଜିଲାର ବିଭିନ୍ନ ପ୍ରାନ୍ତରୁ ୪୦ଟି ରାଧାକୃଷ୍ଣଙ୍କ ସୁସଜ୍ଜିତ ଦୋଳ ବିମାନ ମୁଖ୍ୟ ଆକର୍ଷଣ ସାଜିବ। ବିଶେଷ କରି ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଜନ ସନ୍ଧ୍ୟା ଆୟୋଜିତ ହେବ। ପ୍ରତ୍ୟେହ ରାତି ୯ଟାରେ ସାମୂହିକ ଆଳତୀ ହେବ। ଶ୍ରଦ୍ଧାଳୁ ଭକ୍ତଙ୍କର ପାଇଁ ଅନ୍ନକୋଟ ବ୍ୟବସ୍ଥା ରହିଥିବା ସୂଚନା ଦିଆଯାଇଥିଲା।
୨୦୧୫ରେ ବିଷ୍ଣୁ ଚରଣ ବିଶ୍ୱାଳ, ସୁଶାନ୍ତ ପଧାନ, ଈଶ୍ୱର ଭଞ୍ଜ ଓ ଅମୂଲ୍ୟ ବିଶୋଇଙ୍କୁ ନେଇ ପ୍ରଥମ କରି ଆରମ୍ଭ ହୋଇଥିଲା ଦୋଳ ମେଳଣ। ଧାର୍ମିକ, ସାଂସ୍କୃତିକ ଓ ପାରମ୍ପରିକ ସମ୍ପର୍କକୁ ଏକତା ସୂତ୍ରରେ ବାନ୍ଧିବା ଉଦ୍ଦେଶ୍ୟରେ ସମିତି ପକ୍ଷରୁ ପ୍ରତିବର୍ଷ ଦୋଳ ପର୍ବ ପାଳନ କରାଯାଉଛି। ମାତ୍ର ଦୁଇବର୍ଷ ଧରି କରୋନା କାରଣରୁ ପର୍ବ ପାଳନ ବନ୍ଦ ରହିଥିଲା। ଚଳିତବର୍ଷ ମେଳଣରେ ଲାଠିକଟା, ବନ୍ଧମୁଣ୍ଡା, ବିଶ୍ରା ଆଦି ଅଞ୍ଚଳରୁ ୩୫ରୁ ୪୦ ଦୋଳ ବିମାନ ଏକାଠି ହେବେ ବୋଲି କେନ୍ଦ୍ରୀୟ ଦୋଳ ମେଳଣ ସମିତି ସଭାପତି ଶଙ୍କର ଜେନା, ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ସାମଳ, ପ୍ରମୋଦ କୁମାର ପଧାନ, ପ୍ରଦୀପ ପଟ୍ଟନାୟକ, ପ୍ରସନ୍ନ କୁମାର ତ୍ରିପାଠୀ, କପିଳେଶ୍ୱର ମିଶ୍ର, ଜୟନ୍ତୀ ବିଶ୍ୱାଳ, ସୁମିତ୍ରା ସ୍ବାଇଁ, ରେଖା କୋଠାରୀ, ପ୍ରିୟବ୍ରତ ଭଞ୍ଜ, ସୁଶାନ୍ତ ପଧାନ ପ୍ରମୁଖ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିନ୍ନ ଢଙ୍ଗରେ ନୂଆବର୍ଷକୁ ସ୍ବାଗତ କଲେ ବିରାଟ-ଅନୁଷ୍କା, ଫଟୋ ଶେୟାର କରି କହିଲେ ମୋ’ ଜୀବନର…

ମୁମ୍ବାଇ: କ୍ରିକେଟର ବିରାଟ କୋହଲି ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ୨୦୨୫କୁ ବିଦାୟ ଦେବା ସମୟରେ ଏକ ବିଶେଷ ମୁହୂର୍ତ୍ତକୁ ଶେୟାର କରି ଏକ...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ଘଟଣା, ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ

ଢାକା,୧।୧: ବାଂଲାଦେଶରେ ଅଶାନ୍ତି ଜାରି ରହିଛି। ବୁଧବାର, ଏକ ଜନଗହଳି ଆଉ ଜଣେ ହିନ୍ଦୁ ବ୍ୟକ୍ତି ଖୋକନ ଦାସଙ୍କୁ ଆକ୍ରମଣ କରି ଆହତ କରିଥିଲା ଏବଂ...

ବନ୍ଦେ ଭାରତ ସ୍ଲିପର ଟ୍ରେନର ଟପ୍‌ ସ୍ପିଡ ଦେବ ରାଜନୈତିକ ଲାଭ! ଭାଜପାକୁ ୧୮୦ ଆସନରେ ମିଳିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନରେ, ମୋଦି ସରକାର ଏକ ବଡ଼ ଘୋଷଣା କରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି ଯେ ଦେଶର ପ୍ରଥମ...

ପାକ୍‌ ସଂସଦର ସ୍ପିକରଙ୍କ ସହ ହାତ ମିଳାଇଲେ ଜୟଶଙ୍କର, ନିଜ ପିଠି ଥାପୁଡାଇଲା ପାକିସ୍ତାନ, ଭାରତ ଦେଖାଇଦେଲା…

ନୂଆଦିଲ୍ଲୀ/ଇସଲାମାବାଦ,୧।୧: ବାଂଲାଦେଶର ରାଜଧାନୀ ଢାକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାର ସମୟରେ ଅନୁଷ୍ଠିତ ଏକ ଆନୁଷ୍ଠାନିକ ସାକ୍ଷାତ ଭାରତ ଏବଂ ପାକିସ୍ତାନ ମଧ୍ୟରେ...

ଏମିତି ଗାଁ: ଯେଉଁଠି ଲୋକେ ନାଁ ଧରି ନୁହେଁ, ସିଟି ବଜାଇ ପରସ୍ପରକୁ ଡାକନ୍ତି , କାରଣ ବି ଖୁବ୍‌ ଅଜବ…

ସାରା ବିଶ୍ୱରେ ଅନେକ ଗାଁ ଅନନ୍ୟ କାରଣ ପାଇଁ ଜଣାଶୁଣା। ଭାରତରେ ଏପରି ଏକ ଗାଁ ଅଛି, ଯାହା ଏହାର ଅନନ୍ୟ ଶୈଳୀ ପାଇଁ ବେଶ୍‌...

ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ କଂଗ୍ରେସ ନେତା, ଭାଜପା କହିଲା…

ନୂଆଦିଲ୍ଲୀ,୧।୧: ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେ ଏକ ବୟାନ ଦେଇ ରାଜନୈତିକ ହଇଚଇ ସୃଷ୍ଟି କରିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ...

ଚାଇନାରେ ‘ଗୋଟିଏ ସନ୍ତାନ ନୀତି’କୁ ପୂରଣ ହେଲା ୧୦ ବର୍ଷ, ବଢିଲା ନାହିଁ ଜନ୍ମହାର, ଏବେ ଭୟ…

ବେଜିଂ,୧।୧: ଚାଇନା ବର୍ତ୍ତମାନ ଏହାର ଯୁବପିଢ଼ିଙ୍କୁ ଯଥାସମ୍ଭବ ଅଧିକ ସନ୍ତାନ ଜନ୍ମ କରିବାକୁ ଅନୁରୋଧ କରୁଛି ଯାହା ଦ୍ୱାରା ଦେଶର ଜନସଂଖ୍ୟା ଉପରେ ବିଶେଷ ପ୍ରଭାବ...

ଚିଲିକାରେ ଅଘଟଣ: ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କ ଜୀବନ ଗଲା…

କୃଷ୍ଣପ୍ରସାଦ,୧।୧ (କୈଳାଶ ଚନ୍ଦ୍ର ପଟ୍ଟନାୟକ ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସାତପଡା ଚିଲିକାରେ ନୂଆ ବର୍ଷରେ ଏକ ଅଘଟଣ ଘଟିଛି। ସାତପଡା ଠାରୁ ଜହ୍ନିକୁଦା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri