ଦେଶୀ ମଦ ଜବତ, ଜଣେ ଗିରଫ

ବାଲେଶ୍ୱର ଅଫିସ, ୯।୫-ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶରେ ଜିଲା ଅବକାରୀ ଅଧୀକ୍ଷକ ବିବେକାନନ୍ଦ ନାୟକଙ୍କ ତତ୍ତ୍ୱାବଧାନରେ ଜିଲା ଭ୍ରାମ୍ୟମାଣ ଅବକାରୀ ଇନ୍ସପେକ୍ଟର ଉଦେଲାଲ ନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ଶୁକ୍ରବାର ଭୋର୍‌ ସମୟରେ ଆଇଟିଆଇ ଛକ ନିକଟରେ ଚଢ଼ାଉ କରିଥିଲେ। ଦେଶୀ ମଦ ନେଇ ଯାଉଥିବା ଏକ ବୋଲେରୋକୁ ଅଟକାଇ ଗାଡ଼ିରେ ଥିବା ୧୦୨୦ଲିଟର ଦେଶୀ ମଦ ଜବତ କରିଥିଲେ। ବୋଲେରୋରେ ଥିବା ଡ୍ରାଇଭର କୌଶଳକ୍ରମେ ଫେରାର ହୋଇଯାଇଥିବା ବେଳେ ହେଲପର ଧରାପଡ଼ିଥିଲେ। ସେହିପରି ଅଳ୍ପ କିଛି ସମୟ ପରେ ଏକ ବାଇକ୍‌ ଯୋଗେ ୧୫୦ ଲିଟର ଦେଶୀ ମଦ ନେଇ ଜଣେ ବ୍ୟକ୍ତି ଯାଉଥିଲେ। ପୋଲିସ୍‌କୁ ଦେଖି ଗାଡ଼ି ଓ ମଦକୁ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଅବକାରୀ ବିଭାଗ ପକ୍ଷରୁ ଗାଡ଼ି ଓ ମଦ ଜବତ କରାଯାଇଥିଲା। ଉଭୟ ଘଟଣାରେ ଦୁଇଟି ମାମଲା (ନଂ. ୧୬ ଓ ୧୭/୨୦୨୦-୨୧) ରୁଜୁ କରାଯାଇ ଗିରଫ ହେଲପରଙ୍କୁ କୋର୍ଟ ଚାଲାଣ କରାଯାଇଛି।