ଲଣ୍ଡନ: କ୍ଷେତ୍ରଫଳ ଦୃଷ୍ଟିରୁ ରୁଷିଆ ବିଶ୍ୱର ସର୍ବବୃହତ ଦେଶ ହୋଇଥିବାବେଳେ ଜନସଂଖ୍ୟା ଦୃଷ୍ଟିରୁ ଚାଇନା ସବୁଠାରୁ ଆଗରେ ରହିଛି। ଏହି କ୍ରମରେ ଦେଖିଲେ ଭାରତ ଦ୍ୱିତୀୟ ସର୍ବାଧିକ ଲୋକସଂଖ୍ୟାର ଦେଶ। ୟୁରୋପୀୟ ଦେଶ ଭାଟିକାନ୍ ସିଟିର ଜନସଂଖ୍ୟା ପ୍ରାୟ ୯୦୦ ହୋଇଥିବାବେଳେ ଏହାକୁ ବିଶ୍ୱର ସବୁଠୁ କ୍ଷୁଦ୍ର ରାଷ୍ଟ୍ର ବୋଲି କୁହାଯାଏ। ହେଲେ ଦୁନିଆରେ ଏପରି ଆଉ ଏକ ଦେଶ ରହିଛି ଯେଉଁଠି ମାତ୍ର ୨୭ ଲୋକ ବାସକରନ୍ତି। ଏହାର ନାଁ ହେଉଛି ସି-ଲ୍ୟାଣ୍ଡ। ଏହାର କ୍ଷେତ୍ରଫଳ ମାତ୍ର ୬ ହଜାର ବର୍ଗଫୁଟ। ସି-ଲ୍ୟାଣ୍ଡକୁ ମାଇକ୍ରୋ ନେଶନ ମଧ୍ୟ କୁହାଯାଏ। ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ବ୍ରିଟିଶମାନେ ଏହି ଦେଶ ତିଆରି ଥିଲେ। ତେବେ ଅନ୍ତର୍ଜାତୀୟ ସ୍ତରରେ ବିଧିବଦ୍ଧ ଭାବେ ଏହାକୁ ଦେଶ ମାନ୍ୟତା ମିଳି ନ ଥିବାରୁ କ୍ଷୁଦ୍ରରାଷ୍ଟ୍ର ତାଲିକାରେ ସାମିଲ କରାଯାଇନାହିଁ।
ବ୍ରିଟେନର ସୁଫୋଲ୍କ ତଟଠାରୁ ପ୍ରାୟ ୧୦ କି.ମି. ଦୂରରେ ଅବସ୍ଥିତ। ସମୁଦ୍ର ମଝିରେ ଏକ ଦୁର୍ଗ ଉପରେ ଏହାର ଭୂମି। ୧୯୪୩ରେ ବ୍ରିଟିଶମାନେ ତାହାକୁ ଏକ ଦେଶ ଭଳି ଦେଖିବା ସହ ସେଠାରେ ରାଜତନ୍ତ୍ର ଆରମ୍ଭ କରିଥିଲେ। ପରେ ସେଠାରେ ଡାକ ଟିକଟ, ପାସ୍ପୋର୍ଟ ଏବଂ ମୁଦ୍ରା ମଧ୍ୟ ଘୋଷଣା କରାଯାଇଥିଲା। ମୁଦ୍ରାରେ ରାୟ ବ୍ରିଟିଶଙ୍କ ସ୍ତ୍ରୀ ଜେନ୍ ବ୍ରିଟିଶଙ୍କ ଛବି ରହିଥିଲା। ସ୍ଥଳସେନା ଏବଂ ନୌସେନା ଘାଟି ପାଇଁ ମଧ୍ୟ ବ୍ରିଟିଶମାନେ ସି-ଲ୍ୟାଣ୍ଡକୁ ବ୍ୟବହାର କରୁଥିଲେ। ଏହାର ଏକ ଲାଲ ରଙ୍ଗର ପତାକା ରହିଛି।
AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ
ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...
ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ
ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...
ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ
ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...
ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…
ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...
ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ
ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...
MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ
ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...
ଭଞ୍ଜନଗର ଏନ୍ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ
ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍ଏସି ମାନ୍ୟତା ମିଳିଛି। ଆଜି...
ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ
ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...
Archives


