Categories: ଜାତୀୟ

ଦେଶର ଅର୍ଥବ୍ୟବସ୍ଥା ଆଇସିୟୁରେ: ଚିଦାମ୍ବରମ୍‌

ନୂଆଦିଲ୍ଲୀ,୮।୨: ଦେଶର ଅର୍ଥବ୍ୟବସ୍ଥା ଅତି ସଙ୍କଟ ଜନକ ସ୍ଥିତିରେ ଆଇସିୟୁରେ ଭର୍ତ୍ତି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଗରିବଙ୍କ ବିରୋଧୀ। ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ଏକ ବଡ଼ ଭୁଲ୍‌ ଥିଲା ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶନିବାର କହିଛନ୍ତି। ବିମୁଦ୍ରୀକରଣ ଯୋଗୁ ଲୋକଙ୍କ ରୋଜଗାର କମିବାରେ ଲାଗିଛି। ଏହାପରେ ସରକାରଙ୍କ ନୂଅ୍ରା ଜିଏସ୍‌ଟି ନୀତି ଅନ୍ୟ ଏକ ଭୁଲ୍‌ ବୋଲି ସେ କହିଛନ୍ତି। ମୋଦି ସରକାର କେବଳ ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଉଛନ୍ତି। ନିକଟ ଭବିଷ୍ୟତରେ ଦେଶର ଅର୍ଥବ୍ୟବସ୍ଥା ସୁଧୁରିବାର କୌଣସି ସଙ୍କେତ ମିଳୁ ନ ଥିବା ଚିଦାମ୍ବରମ୍‌ କହିଛନ୍ତି।

Share