Categories: ଜାତୀୟ

ଦେଶର ଅଧା ଜନସଂଖ୍ୟା ନୀରବ ହତ୍ୟାକାରୀ କୋଳରେ: ମହିଳାଙ୍କ କ୍ଷେତ୍ରରେ ଅଧିକ

ନୂଆଦିଲ୍ଲୀ,୧୮।୫: ଦେଶର ଅଧାରୁ ଅଧିକ ଜନସଂଖ୍ୟା ନୀରବ ହତ୍ୟାକାରୀ ସାଜିଥିବା ଡାଇବେଟିସ୍‌ ସମସ୍ୟାଗ୍ରସ୍ତ। ୧୯ରୁ ୪୯ ବର୍ଷ ବୟସ୍କଙ୍କଠାରେ ଏପରି ସମସ୍ୟା ଅଧିକ ଦେଖିବାକୁ ମିଳୁଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ଏକ ରିପୋର୍ଟରେ ଏହା ଦର୍ଶାଯାଇଛି। ସେମାନଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ୨୦.୮ ପ୍ରତିଶତ ଥିବାବେଳେ ମହିଳାଙ୍କ ସଂଖ୍ୟା ୨୯.୬ ପ୍ରତିଶତ ରହିଛି। ୪୦ ବର୍ଷ ପରେ ଅଧିକ ମହିଳାଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଉଛି। ଦେଶର ୪୭.୫ ପ୍ରତିଶତ ଲୋକଙ୍କୁ ଏହି ସମସ୍ୟା ସମ୍ପର୍କରେ ଜଣା ନ ଥିବାରୁ ଧିରେଧିରେ ଏହା ଗୁରୁତର ହେଉଥିବା ରିପୋର୍ଟରେ ପ୍ରକାଶ ପାଇଛି। ଏହି ସମସ୍ୟା ଦେଖାଯାଉଥିବା ଲୋକଙ୍କ ମଧ୍ୟରୁ କେବଳ ୨୪.୮ ପ୍ରତିଶତଙ୍କ କ୍ଷେତ୍ରରେ ଏହା ନିୟନ୍ତ୍ରିତ ହୋଇପାରୁଥିବା ଏହି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ତେବେ ସଚେତନତା ଅଭାବରୁ ସ୍ଥିତି ଅଧିକ ଗୁରୁତର ହେଉଥିବା ରିପୋର୍ଟରେ ପ୍ରକାଶ ପାଇଛି।

Share