Categories: ଜାତୀୟ

ଦେଶରେ ୨୬/୧୧ ଭଳି ଆକ୍ରମଣର ପୁନରାବୃତ୍ତି ହେବ ନାହିଁ: ପାକିସ୍ତାନକୁ ଚେତାବନୀ ଦେଲେ ରାଜନାଥ ସିଂ

ପଣଜୀ,୨୯।୯: ଦେଶରେ  ୨୬/୧୧ ଭଳି ଆକ୍ରମଣର ପୁନରାବୃତ୍ତି ହେବ ନାହିଁ। ଏନେଇ ରବିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୋଆରେ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ସୁରକ୍ଷାକର୍ମୀଙ୍କ ସହିତ ଏକ ଯୋଗ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ଚେତାବନୀ ପାକିସ୍ତାନକୁ ଦେଇଛନ୍ତି। ପାକିସ୍ତାନ ଭାରତରେ ଆତଙ୍କବାଦୀ ଆକ୍ରମଣ ଲାଗି ଷଡ଼ଯନ୍ତ୍ର କରିବା ସହିତ ଦେଶରେ ଅଶାନ୍ତି ଏବଂ ଅସ୍ଥିରତା ସୃଷ୍ଟିର ଉଦ୍ୟମ କରୁଛି। ତେବେ ପାକିସ୍ତାନର ଏଭଳି ଷଡ଼ଯନ୍ତ୍ର ସଫଳ ହେବ ନାହିଁ। ପାକିସ୍ତାନ ଏଭଳି ସାହାସ କରିବା ଅନୁଚିତ ବୋଲି ସେ କହିଛନ୍ତି।

Share