ଦେଶରେ ପ୍ରସ୍ତୁତ ହେଲାଣି ୩୨ ଲକ୍ଷ ମାସ୍କ୍‌: କାମରେ ଲାଗିଛନ୍ତି ୬୫ ହଜାରରୁ ଅଧିକ ଲୋକ

ନୂଆଦିଲ୍ଲୀ,୫ ।୪: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନାରୁ ଦୂରେଇ ରହିବା ଲାଗି ମାସ୍କ୍ ପିନ୍ଧିବା ଜରୁରୀ ବୋଲି ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଇତିମଧ୍ୟରେ ଦେଶରେ ୩୨ ଲକ୍ଷରୁ ଅଧିକ ମାସ୍କ୍ ପ୍ରସ୍ତୁତ ହୋଇସାରିଛି । ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ରାଷ୍ଟ୍ରୀୟ ଗ୍ରାମୀଣ ଆଜୀବିକା ମିଶନ ସହାୟତାରେ ମାସ୍କ୍ ତିଆରି କାମରେ ଦେଶର ୩୯୯ ଜିଲାର ଏସ୍‌ଏଚ୍‌ଜିକୁ ଲଗାଯାଇଛି । ଦେଶର ୧୪,୫୨୨ ଏସ୍‌ଏଚ୍‌ଜିର ୬୫ ହଜାରରୁ ଅଧିକ ସଦସ୍ୟ ମାସ୍କ୍ ତିଆରି କାମରେ ନିୟୋଜିତ ହୋଇଛନ୍ତି ।

Share