ଦେଶରେ ଦରମା ସମସ୍ୟା ରହିଛି: ପାଇ

ବେଙ୍ଗାଲୁରୁ,୧୭-୬: ଭାରତରେ ନିଯୁକ୍ତିର ସମସ୍ୟା ନାହିଁ, ବରଂ ଦରମା ସମସ୍ୟା ରହିଛି ବୋଲି ଇନ୍‌ଫୋସିସ୍‌ର ପୂର୍ବତନ ସିଏଫଓ ତଥା ଶୀର୍ଷ ନିବେଶକ ଟି.ଭି.ମୋହନଦାସ ପାଇ କହିଛନ୍ତି। ତାଙ୍କ ମତରେ ଦେଶରେ କମ୍‌ ଆୟ ହେଉଥିବା ନିଯୁକ୍ତି ସୃଷ୍ଟି ହେଉଛି, ଯାହାକୁ ଡିଗ୍ରୀଧାରୀ ଚାହୁଁନାହାନ୍ତି। ଦେଶରେ ପ୍ରକାଶ ପାଇଥିବା ବେକାରି ତଥ୍ୟକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ମିଡିଆ ସହ ଆଲୋଚନା କାଳରେ ସେ କହିଛନ୍ତି ଯେ, ଦେଶରେ ଭଲ ଚାକିରି ସୁଯୋଗ ସୃଷ୍ଟି ହେଉନାହିଁ। ୧୦-୧୫ ହଜାର ଟଙ୍କାର ଚାକିରି ସଂଖ୍ୟା ଅଧିକ। ଏହା ଡିଗ୍ରୀଧାରୀଙ୍କୁ ଆକର୍ଷିତ କରୁନାହିଁ। ସେ କହିଛନ୍ତି ଯେ, ଭାରତରେ ମଜୁରି ସମସ୍ୟା ରହିଛି, କାମ ସମସ୍ୟା ନାହିଁ। ଏହାଛଡ଼ା ଆଞ୍ଚଳିକ ତଥା ଭୌଗୋଳିକ ସମସ୍ୟା ମଧ୍ୟ ରହିଛି ବୋଲି ପାଇ ମତପ୍ରକାଶ କରିଛନ୍ତି। ଚାଇନା ଭଳି ଭାରତରେ ଶ୍ରମ ପ୍ରଧାନ ଉଦ୍ୟୋଗ ଆରମ୍ଭ ହେବା ଆବଶ୍ୟକ ଏବଂ ବନ୍ଦର ନିକଟରେ ଭିତ୍ତିଭୂମି ନିର୍ମାଣ ହେବା ଉଚିତ୍‌ ବୋଲି ସେ ପରାମର୍ଶ ଦେଇ କହିଛନ୍ତି। ନିଯୁକ୍ତି ପାଇବା ଲାଗି ଆଗ୍ରହୀ ଯୁବବର୍ଗଙ୍କ ଆକାଂକ୍ଷା ପୂରଣ କରିବାକୁ ହେଲେ ହାଇଟେକ ଗବେଷଣା ଏବଂ ଉନ୍ନୟନ ଦିଗରେ ଅଧିକ ନିବେଶ କରିବାକୁ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଚାଇନାର ଉଦାହରଣ ଦେଇ ସେ କହିଛନ୍ତି ଯେ, ପଡ଼ୋଶୀ ଦେଶ ଶ୍ରମ ପ୍ରଧାନ ଉଦ୍ୟୋଗ ସ୍ଥାପନ କରି ବିଦେଶୀଙ୍କୁ ସେମାନଙ୍କ ଶ୍ରମର ବ୍ୟବହାର କରିବାକୁ ନିମନ୍ତ୍ରଣ କଲା। ଅନ୍ୟପକ୍ଷରେ ଭାରତ ଏଥିପ୍ରତି ଗୁରୁତ୍ୱ ଦେଲା ନାହିଁ। ଏ ଦିଗରେ ଆମର ଠିକ୍‌ ନୀତି ନାହିଁ ବୋଲି ପାଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri