ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୭୧, ସୁସ୍ଥ ହେଲେ ୯୯

ନୂଆଦିଲ୍ଲୀ,୩୦।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସୋମବାର ସକାଳ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୧୦୭୧ରେ। ବଡ ଖବର ହେଉଛି ଏଥିରେ ୯୯ ଜଣ ସୁସ୍ଥ ହାଇଥିବା ଜଣାପଡିଛି। ସେହିପରି କରୋନା ମହାମାରୀ ଦେଶରେ ୨୯ ଜଣଙ୍କ ଜୀବନ ମଧ୍ୟ ନେଇଛି। ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିପାରେ ବୋଲି ଆଶଙ୍କା କରାଯାଉଛି। ସୂଚନାଯୋଗ୍ୟ, ଏବେ ସାରା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୩ ହଜାର ଅତିକ୍ରମ କରି ସାରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୬ଲକ୍ଷ ଅତିକ୍ରମ କରି ସାରିଲାଣି। ଏବେ କରୋନା ଯୋଗୁ ଚାଇନା ପରେ ଇଟାଲୀର ଅବସ୍ଥା ସବୁଠାରୁ ଖରାପ ବୋଲି କୁହାଯାଉଛି।

Share