ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୩୨୪

ନୂଆଦିଲ୍ଲୀ,୨୨।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱକୁ ତା କବଳକୁ ନେଇ ସାରିଲାଣି। ସବୁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସମୟ କ୍ରମେ ବଢିବାରେ ଲାଗିଛି। ରବିବାର ସକାଳ ସୁଦ୍ଧା ଆମ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୪ ପହଞ୍ଚିଥିବା କହିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ। ଏମାନଙ୍କ ମଧ୍ୟରୁ ୨୯୬ଙ୍କର ଚିକିତ୍ସା ଚାଲିଥିବା ବେଳେ ୨୩ ଜଣ ସୁସ୍ଥ ହୋଇଥିବା ସୂଚନା ରହିଛି। ସେହିପରି ଏବେସୁଦ୍ଧା ଦେଶରେ କରୋନା ଭାଇରସରେ ୪ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। କରୋନାର ସଂକ୍ରମଣକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ରବିବାର ସାରା ଦେଶରେ ପାଳନ କରାଯାଉଛି ‘ଜନତା କର୍ଫ୍ୟୁ’। ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଏହା ପାଳନ କରାଯାଉଥିବା ବେଳେ ଜରୁରୀକାଳିନ ସେବାକୁ ବାଦ୍‌ ଦେଇ ଅନ୍ୟ ସମସ୍ତେ ଘରେ ରହି କାମ କରୁଛନ୍ତି।

Share