Categories: ଜାତୀୟ

ଦେଶକୁ ମିଳିବ ନୂଆ ସେନାଧ୍ୟକ୍ଷ: ଦୌଡ଼ରେ ନରାଓ୍ବନେ-ରଣବୀର-ସୈନି

ନୂଆଦିଲ୍ଲୀ,୨୬।୯: ଆଉ ୩ ମାସ ମଧ୍ୟରେ ଦେଶରେ ନୂଆ ସେନାଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନର ସେନାଧ୍ୟକ୍ଷ ବିପିନ୍‌ ରାଓ୍ବତ୍‌ ଡିସେମ୍ବର ୩୧ରେ ଅବସର ଗ୍ରହଣ କରିବେ। ତାଙ୍କ ପରେ ଏହି ପଦବୀରେ କିଏ ନିଯୁକ୍ତ ହେବେ ସେ ନେଇ ଚର୍ଚ୍ଚା ଜାରି ରହିଛି। ନୂଆ ସେନାଧ୍ୟକ୍ଷ ଦୌଡ଼ରେ ଲ୍ୟୁଟ୍‌ନାଟ୍‌ ଜେନେରାଲ ଏମ୍‌.ଏମ୍‌ ନରାଓ୍ବନେ, ଲ୍ୟୁଟ୍‌ନାଟ୍‌ ଜେନେରାଲ ରଣବୀର ସିଂ ଏବଂ ଲ୍ୟୁଟ୍‌ନାଟ୍‌ ଜେନେରାଲ ଏସ୍‌.କେ. ସୈନି ପ୍ରମୁଖ ରହିଛନ୍ତି। ନୂଆ ସେନାଧ୍ୟକ୍ଷଙ୍କ ନିଯୁକ୍ତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ ନିଯୁକ୍ତି କମିଟି ହିଁ ନୂଡାନ୍ତ ନିଷ୍ପତ୍ତି ନେବେ।

Share