ଦେବାଳୟର ସ୍ମୃତିଚିହ୍ନ ବହନ କରୁଥିବାରୁ ଦେଉଳସାହି

କଟକ ଅଫିସ, ୨୭।୧୨: ବାଉନ ବଜାର ତେପନ ଗଳିର ସହର କଟକ। ଯଦିଓ ଏବେ ବାଉନ ବଦଳରେ ଶହେ ବଜାର, ହଜାରେ ଗଳି ସୃଷ୍ଟି ହେଲାଣି ତଥାପି କଟକ ସହିତ ଏହି ଢଗଟି ଚିରକାଳଧରି ଅମର ରହିଛି। ପ୍ରାଚୀନ ଏହି ସହରର ପ୍ରତ୍ୟେକ ଗଳି ଓ କନ୍ଦି ପଛରେ ରହିଛି ଇତିହାସ ଓ ଅନେକ କାହାଣୀ। ଏହି କାହାଣୀଗୁଡ଼ିକ ଯେତିକି ରୋଚକ ସେତିକି ଶିକ୍ଷଣୀୟ ମଧ୍ୟ। କଟକର ସାହି, ବସ୍ତି ଓ ବଜାର ସହିତ ଯୋଡି ହୋଇ ରହିଥିବା କାହାଣୀକୁ ଲୋକଲୋଚନକୁ ଆଣିବା ନିମନ୍ତେ ଆମର ଏହି ପ୍ରୟାସ। ଧରିତ୍ରୀର ହସ୍ତଗତ ହୋଇଥିବା ୨୦୦ ବର୍ଷ ତଳର ଏକ ପ୍ରାଚୀନ ନଥିପତ୍ରକୁ ଆଧାର କରି ଏହି ସ୍ବତନ୍ତ୍ର ସ୍ତମ୍ଭ ପ୍ରସ୍ତୁତ କରାଯାଉଛି। ତତ୍କାଳୀନ ଚିଫ୍‌ ସେକ୍ରେଟାରି ଅଫ ଗଭନର୍ର୍ମେଣ୍ଟ ଜଜ୍‌ ଡୁଡୁସ୍‌ୱେଲ ଏସକୋୟାରଙ୍କ ଲିଖିତ ଏହି ନଥିପତ୍ର କଟକ ଉପରେ ଅନେକ ଚମତ୍କାର ତଥ୍ୟ ପ୍ରଦାନ କରୁଛି। ଏହି କ୍ରମରେ କଟକର ଦେଉଳ ସାହି ଉପରେ ଆମର ସ୍ବତନ୍ତ୍ର ଉପସ୍ଥାପନା…
ଦେଉଳସାହି ନାମ ପଛରେ ଏକ କିମ୍ବଦନ୍ତୀ ରହିଛି। ରାଜା ଅନଙ୍ଗଭୀମ ଦେବଙ୍କ ରାଜତ୍ୱ ସମୟରେ ଦେଉଳ ସାହି ଅଞ୍ଚଳରେ ପୁରୁଷୋତ୍ତମ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ଏହି ସ୍ଥାନର ନାମ ଦେବକୁଳ ଦେଉଳ ଥିଲା। ସେହି ଦେବାଳୟର ସ୍ମୃତିଚିହ୍ନ ବହନ କରୁଥିବାରୁ ଏହି ସାହିର ନାମ ଦେଉଳ ସାହି ରହିଛି।

ଓ୍ବାର୍ଡ ଓ ଲୋକସଂଖ୍ୟା
କଟକ ମହାନଗର ନିଗମ ଅନ୍ତର୍ଗତ ୭, ୮ ଓ ୯ ନମ୍ବର ୱାର୍ଡକୁ ନେଇ ଦେଉଳସାହି ପରିବ୍ୟାପ୍ତ। ଏବେ ଏଠାକାର ଲୋକସଂଖ୍ୟା ୧୩ ହଜାରରୁ ଊର୍ଦ୍ଧ୍ୱ।
ଏଠାରେ କ’ଣ ରହିଛି…
ଦେଉଳ ସାହିରେ ରଘୁନାଥଜୀୟୁ ଉଚ୍ଚ ବିଦ୍ୟାପୀଠ ଓ ରଘୁନାଥଜୀୟୁ ମହାବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନ ରହିଛି। ସେହିପରି ଏହି ସାହିରେ ରାମ ଲିଙ୍ଗେଶ୍ୱର ମଠ, ଗ୍ରାମଦେବତୀ ମା’ ସ୍ବର୍ଣ୍ଣଦେବୀ ମନ୍ଦିର, କୁଞ୍ଜବିହାରୀ ଭାଗବତ ଟୁଙ୍ଗି, ତ୍ରିନାଥ ମନ୍ଦିର, ହନୁମାନ ମନ୍ଦିର, କାଳୀ ମନ୍ଦିର, ସାଇ କୁଟୀର ଓ ମଙ୍ଗଳା ମନ୍ଦିର ରହିଛି। ଏଥିସହ ସାହିରେ ଦେଉଳ ସାହି ଦୁର୍ଗାପୂଜା କମିଟି, ପୋଲିସ କଲୋନୀ କାଳୀପୂଜା କମିଟି, ସେଲ୍ଟର ଛକ କାର୍ତ୍ତିକେଶ୍ୱର ପୂଜା କମିଟି ଅଛି। ବିଭିନ୍ନ ସାମାଜିକ କାର୍ଯ୍ୟଠାରୁ ଆରମ୍ଭ କରି ପର୍ବପର୍ବାଣିରେ ମୋଟ୍‌ ୬ଟି କ୍ଲବର ସଦସ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ଏହି କ୍ଲବଗୁଡିକ ହେଉଛି ଡେଫ୍‌ ଅଫ୍‌ କ୍ଲବ, ଗଣପତି କ୍ଲବ, ବାବାସାହେବ କ୍ଲବ, ରାଧାଗୋବିନ୍ଦ କ୍ଲବ, ମହାବୀର କିଶୋର କ୍ଲବ ଓ ୱଷ୍ଟେନ ମହାବୀର କ୍ଲବ।

ଏଠାକାର ସମସ୍ୟା
ଏହି ସାହିରେ ଦୀର୍ଘଦିନ ଧରି ରାସ୍ତା ସମସ୍ୟା ରହିଛି। ଏଥିସହିତ ରାସ୍ତାର ଉଭୟ ପାର୍ଶ୍ୱରେ ପୋତାହୋଇଥିବା ବିଦ୍ୟୁତ ଖୁଣ୍ଟ ବିପଜ୍ଜନକ ଅବସ୍ଥାରେ ରହିଛି। ଏଥିଯୋଗୁ ଯାତାୟତ କରୁଥିବା ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି। ଏ ନେଇ ବାରମ୍ବାର ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉ ନ ଥିବା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି।

ସାହିରେ ଲୋକମାନେ ମିଳିମିଶି ରୁହନ୍ତି। ସବୁଠୁ ବଡକଥା ହେଉଛି ସାହିରେ ସମସ୍ତେ ଭାଇ ଚାରାରେ ବିଶ୍ୱାସ ରଖନ୍ତି। କାହାର କିଛି ଅସୁବିଧା ହେଲେ ସମସ୍ତେ ସାହାଯ୍ୟର ହାତ ବଢାଇଥାନ୍ତି।
-ଶିବପ୍ରସାଦ ନାୟକ, ସାହି ସଭାପତି
ସାହିରେ ଯାହା କିଛି କାର୍ଯ୍ୟ ହୁଏ ଏଥିପାଇଁ ସମସ୍ତ କ୍ଲବର ଯୁବକ ଆଗେଇ ଆସିଥାନ୍ତି। ଏଥିସହିତ ବାର ମାସରେ ତେର ପର୍ବ ସାହିରେ ପାଳନ କରାଯାଇଥାଏ। କ୍ଲବଗୁଡିକ ଏହାର ପରିଚାଳନା ଦାୟିତ୍ୱରେ ରହିଥାନ୍ତି। ଅସହାୟ ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ ଏହି କ୍ଲବର ସଦସ୍ୟମାନେ ସାହାଯ୍ୟ କରିଥାନ୍ତି।
-ସତ୍ୟରଞ୍ଜନ ମଲ୍ଲିକ, ଯୁବକ


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ ରାଜ୍ୟସ୍ତରୀୟ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri