Posted inପୁରୀ

ଦେବସ୍ନାନ ପୂର୍ଣ୍ଣିମା ପାଇଁ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ଡିଆଇଜି

ପୁରୀ ଅଫିସ, ୪ା୬: ଶୁକ୍ରବାର ଦେବସ୍ନାନ ପୂର୍ଣ୍ଣିମା। କରୋନା ପାଇଁ ଯଦିଓ ଏଥର ବିନା ଭକ୍ତରେ ସ୍ନାନଯାତ୍ରା ହେଉଛି ତଥାପି ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗୁରୁବାର ଡିଆଇଜି ଆଶିଷ ସିଂ ପୁରୀ ଆସି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବା ସହିତ ବିଭିନ୍ନ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପୋଲିସ ରିଜର୍ଭ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡିଆଇଜି ସିଂ କହିଛନ୍ତି, ମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ପୋଲିସ ଆରେଞ୍ଜମେଣ୍ଟ ହୋଇଛି। ସ୍ନାଯାତ୍ରା ପାଇଁ ୩୮ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ୧୫୦ ଅଫିସର ମଧ୍ୟ ନିୟୋଜିତ ଅଛନ୍ତି। ସମସ୍ତଙ୍କୁ ଡ୍ୟୁଟି ବେଳେ ସାମାଜିକ ଦୂରତ୍ୱ ରକ୍ଷା ଲାଗି କୁହାଯାଇଛି। ଯେହେତୁ ଏଥର ଭକ୍ତଙ୍କୁ ବାରଣ କରାଯାଇଛି ତେଣୁ ମନ୍ଦିର ଭିତରେ ବିଶେଷ ଆରେଞ୍ଜମେଣ୍ଟ କରାଯାଇ ନାହିଁ। ସାଧାରଣ ଦିନ ଭଳି ପୋଲିସ ବ୍ୟବସ୍ଥା ରହିବ। ନିରବଚ୍ଛିନ୍ନ ଭାବେ ୨୪ ଘଣ୍ଟିଆ ଡ୍ୟୁଟି ଥିବାରୁ ଫୋର୍ସମାନେ ୪ ସିଫ୍ଟରେ ମୁତୟନ ହେବେ। ଶ୍ରୀମନ୍ଦିର ପାର୍ଶ୍ୱବର୍ତ୍ତୀ ଓ ଆଖପାଖ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଥିବାରୁ କେତେକ ସ୍ଥାନରେ ବ୍ୟାରିକେଡ କରାଯାଇଛି। ବ୍ୟାରିକେଡ ପାଖରେ ପୋଲିସମାନେ ମୁତୟନ ରହିବେ। ୧୪୪ ଧାରାକୁ କଡ଼ାକଡ଼ି ପାଳନ କରାଯିବ। ସେହିପରି ବ୍ୟାରିକେଡିଂ ଅଞ୍ଚଳରେ ୨୦ଟି କ୍ୟାମେରାରେ ଭିଡିିଓଗ୍ରାଫି ମଧ୍ୟ କରାଯିବ ବୋଲି ଡିଆଇଜି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

ବର୍ଷା ପବନରେ କୃଷ୍ଣପ୍ରସାଦ ବେହାଲ: ଗାଁ ଦାଣ୍ଡରେ ଲହଡ଼ି ମାରୁଛି ପାଣି, ଚିଲିକାରେ ବୁଡ଼ି ଜଣେ ମୃତ

‎କୃଷ୍ଣପ୍ରସାଦ,୨୪।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ):‎ ପୁରୀ ଜିଲା କୃଷ୍ଣପ୍ରସାଦରେ ତାଣ୍ଡବ ରଚିଛି ଗଭୀର ଅବପାତ । ଏହାର ପ୍ରଭାବରେ ପ୍ରବଳ ତୋଫାନ ସାଙ୍ଗକୁ ଲଗାତର ବର୍ଷା ଅନେକ କ୍ଷୟକ୍ଷତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?