Posted inପୁରୀ

ଦେବସ୍ନାନ ପୂର୍ଣ୍ଣିମା ପାଇଁ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ଡିଆଇଜି

ପୁରୀ ଅଫିସ, ୪ା୬: ଶୁକ୍ରବାର ଦେବସ୍ନାନ ପୂର୍ଣ୍ଣିମା। କରୋନା ପାଇଁ ଯଦିଓ ଏଥର ବିନା ଭକ୍ତରେ ସ୍ନାନଯାତ୍ରା ହେଉଛି ତଥାପି ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗୁରୁବାର ଡିଆଇଜି ଆଶିଷ ସିଂ ପୁରୀ ଆସି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବା ସହିତ ବିଭିନ୍ନ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପୋଲିସ ରିଜର୍ଭ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡିଆଇଜି ସିଂ କହିଛନ୍ତି, ମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ପୋଲିସ ଆରେଞ୍ଜମେଣ୍ଟ ହୋଇଛି। ସ୍ନାଯାତ୍ରା ପାଇଁ ୩୮ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ୧୫୦ ଅଫିସର ମଧ୍ୟ ନିୟୋଜିତ ଅଛନ୍ତି। ସମସ୍ତଙ୍କୁ ଡ୍ୟୁଟି ବେଳେ ସାମାଜିକ ଦୂରତ୍ୱ ରକ୍ଷା ଲାଗି କୁହାଯାଇଛି। ଯେହେତୁ ଏଥର ଭକ୍ତଙ୍କୁ ବାରଣ କରାଯାଇଛି ତେଣୁ ମନ୍ଦିର ଭିତରେ ବିଶେଷ ଆରେଞ୍ଜମେଣ୍ଟ କରାଯାଇ ନାହିଁ। ସାଧାରଣ ଦିନ ଭଳି ପୋଲିସ ବ୍ୟବସ୍ଥା ରହିବ। ନିରବଚ୍ଛିନ୍ନ ଭାବେ ୨୪ ଘଣ୍ଟିଆ ଡ୍ୟୁଟି ଥିବାରୁ ଫୋର୍ସମାନେ ୪ ସିଫ୍ଟରେ ମୁତୟନ ହେବେ। ଶ୍ରୀମନ୍ଦିର ପାର୍ଶ୍ୱବର୍ତ୍ତୀ ଓ ଆଖପାଖ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଥିବାରୁ କେତେକ ସ୍ଥାନରେ ବ୍ୟାରିକେଡ କରାଯାଇଛି। ବ୍ୟାରିକେଡ ପାଖରେ ପୋଲିସମାନେ ମୁତୟନ ରହିବେ। ୧୪୪ ଧାରାକୁ କଡ଼ାକଡ଼ି ପାଳନ କରାଯିବ। ସେହିପରି ବ୍ୟାରିକେଡିଂ ଅଞ୍ଚଳରେ ୨୦ଟି କ୍ୟାମେରାରେ ଭିଡିିଓଗ୍ରାଫି ମଧ୍ୟ କରାଯିବ ବୋଲି ଡିଆଇଜି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

ସୁନୀଲ, ଅରୂପଙ୍କୁ ନେଇ ବିଜେଡି ଶିବିରରେ ଉତ୍ସାହ

ପୁରୀ,୨୮ା୩(ଅଜିତ୍‌ ମହାନ୍ତି)ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ବିଧାନସଭା ଓ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପୁରୀ ସଦର...

୪ ଘଣ୍ଟା ପାଇଁ ଆଜି ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ,୨୭।୩: ଆଜି ପୁରୀ ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେବ। ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସା ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟା...

ମଗାଇଲେ ପତିତପାବନ ବାନା, ଆସିଲା ଭାଜପା ପତାକା

ପୁରୀ,୨୫ା୩(ଅଜିତ୍‌ ମହାନ୍ତି): ଅନ୍‌ଲାଇନ୍‌ରେ ମଗାଇଲେ ପତିତପାବନ ବାନା, କିନ୍ତୁ ଆସିଲା ଭାରତୀୟ ଜନତା ଦଳ (ଭାଜପା)ର ପତାକା। ଫଳରେ ଠକେଇର ଶିକାର ହୋଇଥିବା ନେଇ ଅନ୍‌ଲାଇନ୍‌...

ବିଜେଡିରେ ଯୋଗଦେଲେ ଇରାନୀ ରାୟ; ଅରୁଣଙ୍କ ରାସ୍ତା ସଫା, ସମ୍ବିତଙ୍କ ପାଇଁ ସମସ୍ୟା

ଭୁବନେଶ୍ୱର,୨୪।୩: ଭାଜପା ନେତ୍ରୀ ଇରାନୀ ରାୟ ରବିବାର ବିଜେଡିରେ ଯୋଗ ଦେଇଛନ୍ତି। ଶତାଧିକ କର୍ମୀଙ୍କ ସହିତ ଆସି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଧିବଦ୍ଧ...

ସତ୍ୟବାଦୀରୁ ଲଢ଼ିବେ ସଞ୍ଜୟ, ବ୍ରହ୍ମଗିରିରୁ ଉମା ଉମାକାନ୍ତ ସାମନ୍ତରାୟ: ପୁରୀ ବିଜେଡି ସଭାପତି

ପୁରୀ,୨୩।୩: ଆସନ୍ତା ଲୋକସଭା ତଥା ବିଧାନସଭା ନିର୍ବାଚନରେ ଆଶାୟୀ ପ୍ରାର୍ଥୀ ଚୟନ କରିବାକୁ ବିଜୁ ଜନତା ଦଳ (ବିଜେଡି) ର ପକ୍ଷରୁ ପ୍ରାର୍ଥୀ ଚୟନ କରିବା...

ପୁଣି ସୁରକ୍ଷା ବ୍ୟବସ୍ଥା ଢିଲା: ଶ୍ରୀମନ୍ଦିରରେ ପଶିଲେ ବିଦେଶିନୀ

ପୁରୀ,୨୩ା୩(ଅଜିତ ମହାନ୍ତି): ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଢିଲା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ବାହାରେ ଓ ଭିତରେ ଶହଶହ ପୋଲିସ ନିୟୋଜିତ ଥିବା ବେଳେ ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri