କଟକ ଅଫିସ, ୧୧।୧୦: ରାଜ୍ୟର ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ଗମନାଗମନ ସୁବିଧା କରାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ୨୦୧୪ ଫେବୃୟାରୀରେ ବିଜୁ ଗଁା ଗାଡ଼ି ଯୋଜନା ଆରମ୍ଭ କରିଥିଲେ। ବିଶେଷକରି ରାଜ୍ୟର ଉପାନ୍ତ ଅଞ୍ଚଳର ଅର୍ଥନୈତିକ ଉନ୍ନତି କରିବା ସହ ଗ୍ରାମାଞ୍ଚଳରେ ବାସ କରୁଥିବା ଯୁବବର୍ଗ ସହଜରେ କିପରି ସହର ସହିତ ଯୋଡ଼ି ହୋଇପାରିବେ ସେହି ଲକ୍ଷ୍ୟରେ ଆରମ୍ଭ ହୋଇଥିବା ବିଜୁ ଗାଁ ଗାଡ଼ି ଅନେକ ସ୍ଥାନରେ ଏବେ ଦେଖିବାକୁ ମିଳୁନି। ଅପରପକ୍ଷରେ କରୋନା ଯୋଗୁ ବିଜୁ ଗାଁ ଗାଡ଼ି ଚଳାଉଥିବା ମାଲିକମାନେ ନେଇଥିବା ଋଣର ଇନ୍ଷ୍ଟଲ୍ମେଣ୍ଟ ଏବଂ ଟ୍ୟାକ୍ସ ଦେଇ ନ ପାରିବାରୁ ଗାଡ଼ିଗୁଡ଼ିକ ବନ୍ଦ ହୋଇଯାଇଥିବା ବିଭାଗୀୟ ଅଧିକାରୀ କହୁଛନ୍ତି।
ସୂଚନାଯୋଗ୍ୟ, ନିଯୁକ୍ତି ନ ପାଇ ବେକାର ଥିବା କିମ୍ବା ବ୍ୟବସାୟ ଅପେକ୍ଷାରେ ଥିବା ଯୁବତୀଯୁବକମାନଙ୍କୁ ବିଜୁ ଗାଁ ଗାଡ଼ି ଯୋଜନାରେ ୫ପ୍ରତିଶତ ସବ୍ସିଡିରେ ଋଣ ଯୋଗାଇ ଦେବାକୁ ଲକ୍ଷ୍ୟ ରହିଥିଲା। ସେହି ଋଣରେ ବସ୍, ମିନିବସ୍, ଟ୍ୟାକ୍ସି କ୍ରୟ କରି ରାଜ୍ୟର ଉପାନ୍ତ ଅଞ୍ଚଳରେ ପରିବହନ ସେବା ଯୋଗାଇ ଦେଉଥିବା ବ୍ୟକ୍ତିଙ୍କୁ ୫ବର୍ଷ ପର୍ଯ୍ୟନ୍ତ ସରକାର ଟ୍ୟାକ୍ସ ଓ ପର୍ମିଟ୍ ଫି’ ମଧ୍ୟ ଛାଡ଼ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୧୨ଟି ଜିଲାକୁ ପାଇଲଟ୍ ପ୍ରୋଜେକ୍ଟ ଭାବେ ଗ୍ରହଣ କରାଯାଇଥିଲା। କୋରାପୁଟ ଜିଲାରୁ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। କୋରାପୁଟ ସମେତ ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, ଫୁଲବାଣୀ, ଗଜପତି, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ସୁନ୍ଦରଗଡ଼ ଜିଲାର ୧୧୮ ବ୍ଲକର ୧୩୦ଟି ରୁଟ୍ରେ ଗମନାଗମନ ସହ ପରିବହନ ସୁବିଧା କରାଯାଇଥିଲା। ଏପରି କି ୨ୟ ପର୍ଯ୍ୟାୟରେ ମାଓବାଦୀ ପ୍ରଭାବିତ ଅଞ୍ଚଳର ୫ଟି ଜିଲା ଦେବଗଡ଼, ଗଜପତି, ନୂଆପଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁରର ଆଉ ୨୮ଟି ରୁଟରେ ୩୦ଟି ବସ୍ ରାଜ୍ୟ ସଡ଼କ ପରିବହନ ବିଭାଗରୁ ଯୋଗାଇ ଦିଆଯାଇଥିଲା। ଏପରି କି ଏହି ଯୋଜନାକୁ ସଫଳ ରୂପାୟନ କରିବା ଦାୟିତ୍ୱ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିଲା। ହେଲେ ବିଜୁ ଗାଁ ଗାଡ଼ି ଏବେ ପ୍ରାୟତଃ ଦେଖିବାକୁ ମିଳୁ ନ ଥିବାବେଳେ କେଉଁ ଜିଲାରେ କେତେ ସଂଖ୍ୟାରେ ବିଜୁ ଗାଁ ଗାଡ଼ି ଗଡ଼ୁଛି ସେନେଇ ତଥ୍ୟ ବିଭାଗ ପାଖରେ ନାହିଁ। ଏପରି କି ରାଜ୍ୟ ସରକାର ମଧ୍ୟ ଏହି ଯୋଜନାର ନବୀକରଣ କରିବା ନେଇ କୌଣସି ଦୃଷ୍ଟି ଦେଇ ନ ଥିବା ଜଣାଯାଇଛି। ଫଳରେ ଯୋଜନା ସଫଳ ହେବା ପୂର୍ବରୁ ବାଟବଣା ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। କୋରାପୁଟ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍ଟିଓ) ପ୍ରସନ୍ନ କୁମାର ଦାସଙ୍କ କହିବା ହେଲା, ବିଭାଗୀୟ ରେକର୍ଡ ଅନୁଯାୟୀ ଅବିଭକ୍ତ କୋରାପୁଟ ଜିଲାରେ ୨୦୧୪ରେ ଏକଶହରୁ ଊର୍ଦ୍ଧ୍ୱ ଛୋଟବଡ଼ ଗାଡ଼ି ଚାଲିଥିଲା। ଏହି ଯୋଜନାରେ ଅଧିକାଂଶ ପାହାଡ଼ିଆ ଅଞ୍ଚଳକୁ ଗମନାଗମନର ସୁବିଧା କରାଯାଇଥିଲା। ଯୋଜନା ପୂରା ପାଞ୍ଚ ବର୍ଷ ହେବା ପୂର୍ବରୁ ଅଧିକାଂଶ ଗାଡ଼ିମାଲିକ ଯୋଜନାରୁ ମୁହଁ ଫେରାଇଥିଲେ। ବିଭାଗ ପକ୍ଷରୁ ଉଦ୍ୟମ କରାଯାଇ ଜିଲାର ଲମତାପୁଟ, ଦଶମନ୍ତପୁର ଭଳି ଦୁର୍ଗମ ଅଞ୍ଚଳକୁ ତିନୋଟି ଗାଡ଼ି ଚଳାଚଳ କରୁଥିଲା। ପ୍ରାୟତଃ ୩ ବର୍ଷରୁ ଊର୍ଦ୍ଧ୍ୱ ହେବ ଜିଲାରେ ଆଉ ଗୋଟିଏ ହେଲେ ବିଜୁ ଗାଁ ଗାଡ଼ି ଚଳପ୍ରଚଳ କରୁନାହିଁ କି ସଚେତନତା ଅଭାବରୁ ଗାଡ଼ି ମାଲିକମାନେ ଯୋଜନାରେ ସାମିଲ ହେବାକୁ ରାଜି ହେଉନାହାନ୍ତି। ଫଳରେ ଏହି ଯୋଜନାରେ ଏବେ ଜିଲାରେ ଗୋଟିଏ ହେଲେ ଗାଡ଼ି ଚାଲି ପାରୁନାହିଁ ବୋଲି ଦାସ କହିଛନ୍ତି। ସେହିପରି ସୁନ୍ଦରଗଡ଼ ଆର୍ଟିଓ ସୁକାନ୍ତ କୁମାର ଦାସଙ୍କ କହିବା ହେଲା, ଏହି ଜିଲାରେ ୭୦ରୁ ଊର୍ଦ୍ଧ୍ୱ ବିଜୁ ଗାଁ ଗାଡ଼ି ଚାଲିଥିଲା। ଏବେ କେତୋଟି ରୁଟ୍ରେ ପ୍ରାୟ ୧୦ଟିି ଛୋଟ ଟାଟା ମ୍ୟାଜିକ୍ ଗାଡି ଚାଲୁଛି। ଯୋଜନାର ଠିକ ପୁନଃ ପଞ୍ଜିକରଣ ନେଇ ବିଭାଗ ପକ୍ଷରୁ ମଧ୍ୟ କୌଣସି ନିର୍ଦ୍ଦେଶନାମା ହୋଇ ନ ଥିବାରୁ ଆବେଦନକାରୀଙ୍କୁ ଠିକ ତଥ୍ୟ ଦିଆଯାଇ ପାରୁନାହିଁ। ଫଳସ୍ବରୂପ ବିଜୁ ଗାଁ ଗାଡ଼ି ସଂଖ୍ୟା ବଢ଼ି ପାରୁ ନାହିଁ।
ଏ ସମ୍ପର୍କରେ ପରିବହନ ବିଭାଗ ଅତିରିକ୍ତ କମିଶନର ଲାଲ ମୋହନ ସେଠୀଙ୍କୁ ପଚରାଯିବାରେ ଅଧିକାଂଶ ଜିଲାରେ ବିଜୁ ଗାଁ ଗାଡ଼ି ବନ୍ଦ ହୋଇଯାଇଥିବା କଥାକୁ ସ୍ବୀକାର କରିଛନ୍ତି। ଆଞ୍ଚଳିକ ପରିବହନ ଅଧିକାରୀ(ଆର୍ଟିଓ)ଙ୍କୁ ଏହି କାର୍ଯ୍ୟକ୍ରମ ଲାଗୁ କରିବାକୁ ଦାୟିତ୍ୱ ଦିଆଯାଇଥିବାବେଳେ ଏହାକୁ ଅନୁଧ୍ୟାନ କରିବାକୁ ଦାୟିତ୍ୱ ମିଳି ନ ଥିବାରୁ ଅଧିକାଂଶ ସ୍ଥାନରେ ବିଜୁ ଗାଁ ଗାଡ଼ି ବନ୍ଦ ହୋଇଯାଇଥିବା ଜଣାପଡ଼ିଛି। ହେଲେ କେତେ ସଂଖ୍ୟାରେ ଗାଡ଼ି ବନ୍ଦ ହୋଇଛି, ସେନେଇ ବିଭାଗ ନିକଟରୁ ତଥ୍ୟ ମିଳିପାରିବ ବୋଲି ସେଠୀ କହିଛନ୍ତି।
ଦମଦାର ବିଜୟ ସହ ସିଜିନ୍ ଆରମ୍ଭ କଲା ରାଜସ୍ଥାନ ରୟାଲ
ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…
ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…
ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…
୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ
ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…
ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ
ଭୁବନେଶ୍ୱର, ୩୦।୩: ଏମ୍ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…
ହଠାତ୍ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍: ଘଟଣାସ୍ଥଳରେ…
ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…
ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…
ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…
ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…
ଭୁବନେଶ୍ୱର,୩୦।୩: ଭାଜପା ଏମ୍ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…
ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା
ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…
Archives

