Posted inଖେଳ

ଦୁଲୀପ ଟ୍ରଫି ଫାଇନାଲ: ଇଶ୍ୱରଙ୍କ ଶତକ, ଦୃଢ଼ ସ୍ଥିତିରେ ଇଣ୍ଡିଆ ରେଡ୍‌

ବେଙ୍ଗାଲୁରୁ,୬।୯(ପି.ଟି.): ବେଙ୍ଗଲ ଡାହାଣହାତୀ ବ୍ୟାଟ୍ସମ୍ୟାନ ଅଭିମନ୍ୟୁ ଈଶ୍ୱରନଙ୍କ ଦମ୍‌ଦାର ଶତକ ସହାୟତାରେ ଇଣ୍ଡିଆ ଗ୍ରୀନ୍‌ ବିପକ୍ଷ ଦୁଲୀପ ଟ୍ରଫି ଫାଇନାଲ ମ୍ୟାଚ୍‌ରେ ଇଣ୍ଡିଆ ରେଡ୍‌ ତା’ର ସ୍ଥିତି ଦୃଢ଼ କରିଛି। ସ୍ଥାନୀୟକ ଏମ୍‌. ଚିନ୍ନସ୍ବାମୀ ଷ୍ଟାଡିୟମରେ ଚାଲିଥିବା ଦୁଲୀପ ଟ୍ରଫି ଫାଇନାଲ ମ୍ୟାଚ୍‌ରେ ଟସ୍‌ ଜିତି ଗ୍ରୀନ୍‌ ପ୍ରଥମ ଇନିଂସରେ ୭୨.୧ ଓଭରରେ ୨୩୧ ରନ କରି ଅଲଆଉଟ ହୋଇଥିଲା। ଜବାବରେ ରେଡ୍‌ ପ୍ରଥମ ଇନିଂସ ଆରମ୍ଭ କରି ଶୁକ୍ରବାର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୧୧୬ ଓଭରରେ ୬ ଉଇକେଟ ହରାଇ ୩୪୫ ରନ ସଂଗ୍ରହ କରିଛି। ଫଳରେ ମ୍ୟାଚ୍‌ ଆଉ ୨ ଦିନ ବାକିଥିବା ବେଳେ ରେଡ୍‌ ୪ ଉଇକେଟ ବାକି ରଖି ୧୧୪ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଆଦିତ୍ୟ ସରବତେ ୩୦ ଓ ଜୟଦେବ ଉନାଡ଼କଟ୍‌ ୧୦ ରନ କରି ଅପରାଜିତ ରହିଛନ୍ତି।
ଦ୍ୱିତୀୟ ଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୭୫/୨ରୁ ରେଡ୍‌ ଶୁକ୍ରବାର ଖେଳ ଆରମ୍ଭ କରିଥିଲା। ଓଭର ନାଇଟ ବ୍ୟାଟ୍ସମ୍ୟାନ ଈଶ୍ୱରନ ଅପରାଜିତ ସ୍କୋର ୧୦୨ରୁ ଖେଳ ଆରମ୍ଭ କରି ଆଉ ଅଧିକ ୫୧ ରନ୍‌ ସଂଗ୍ରହ କରିଥିଲେ ଓ ୧୫୩ ରନର ବୃହତ୍‌ ଶତକୀୟ ପାଳି ଖେଳି ତନବୀର ଉଲ ହକ୍‌ ଦ୍ୱାରା ଏଲ୍‌ବିଡବ୍ଲ୍ୟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଈଶ୍ୱରନ ୩୦୦ଟି ବଲ୍‌ର ସମ୍ମୁଖୀନ ହୋଇ ୧୬ ଚୌକା ଓ ୨ ଛକା ମାରିଥିଲେ। ସେହିପରି ଅଙ୍କିତ କଲସି ଓଭରନାଇଟ୍‌ ସ୍କୋର ୧୧ରୁ ଖେଳ ଆରମ୍ଭ କରି ୩୦ ରନ କରି ଧର୍ମେନ୍ଦ୍ରସିନ୍‌ ଜାଡେଜାଙ୍କ ବଲ୍‌ରେ ଉଇକେଟକିପର ଅକ୍ଷୟ ଓ୍ବାଦେକରଙ୍କୁ କ୍ୟାଚ୍‌ ଦେଇ ଆଉଟ୍‌ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହିପାଲ ଲୋମରର ୧୫, ଉଇକେଟକିପର ବ୍ୟାଟ୍ସମ୍ୟାନ ଇଶାନ କିଷନ ୩୯ ରନ କରି ଅଙ୍କିତ୍‌ ରାଜପୁତଙ୍କ ଦ୍ୱାରା ଆଉଟ ହୋଇଥିଲେ। ପୂର୍ବରୁ ଓପନର ତଥା ଅଧିନାୟକ ପ୍ରିୟଙ୍କ ପଞ୍ଚାଲ ୩୩ ଓ ଇନ୍‌ଫର୍ମ ଅଭିଜ୍ଞ ବ୍ୟାଟ୍ସମ୍ୟାନ କରୁଣ ନାୟାର ୨୦ ରନ କରି ପ୍ୟାଭିଲିୟନ ଫେରିଥିଲେ। ବୋଲିଂରେ ଗ୍ରୀନ ପକ୍ଷରୁ ରାଜପୁତ ସର୍ବାଧିକ ୩, ତନବୀର, ଜାଡେଜା ଓ ମୟଙ୍କ ମାର୍କଣ୍ଡେ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ପ୍ରଥମ ଇନିଂସରେ ଗ୍ରୀନ ତରଫରୁ ମାର୍କଣ୍ଡେ ସର୍ବାଧିକ ଅପରାଜିତ ୭୬, ଅକାଶଦୀପ ନାଥ ୨୯, ଅଙ୍କିତ ରାଜପୁତ ୩୦, ଧ୍ରୁବ ସୋରେ ୨୩ ରନ ସଂଗ୍ରହ କରିଥିଲେ। ବୋଲିଂରେ ରେଡ୍‌ ତରଫରୁ ଜୟଦେବ ଉନାଡକଟ ସର୍ବାଧିକ ୪, ସନ୍ଦୀପ ଓ୍ବାରିୟର ଓ ଆଭେସ ଖାଁ ଦୁଇଟି ଲେଖାଏ ଏବଂ ସରବତେ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଇଣ୍ଡିଆ ଗ୍ରୀନ ପ୍ରଥମ ଇନିଂସ- ୭୧.୧ ଓଭରରେ ୨୩୧ ଅଲଆଉଟ
(ମୟଙ୍କ ମାର୍କଣ୍ଡେ- ୭୬*, ଅଙ୍କିତ ରାଜ, ଆକାଶଦୀପ ନାଥ- ୨୯, ଜୟଦେବ ଉନାଡକଟ- ୪/୮୩, ସନ୍ଦୀପ ଓ୍ବାରିୟର- ୨/୩୯, ଆଭେସ ଖାଁ- ୨/୫୬)।
ଇଣ୍ଡିଆ ରେଡ୍‌ ପ୍ରଥମ ଇନିଂସ- ୧୧୬ ଓଭରରେ ୩୪୫/୬
(ଅଭିମନ୍ୟୁ ଈଶ୍ୱରନ- ୧୫୪, ପ୍ରିୟଙ୍କ ପଞ୍ଚାଲ- ୩୩, ଇଶାନ କିଷନ- ୩୯, ଅଙ୍କିତ୍‌ କଲସି- ୩୦, ଆଦିତ୍ୟ ସରବତେ- ୩୦*, ଜୟଦେବ ଉନାଡକଟ- ୧୦*, ଅଙ୍କିତକ ରାଜପୁତ- ୩/୭୭)


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣା ପରେ ବାହାରେ ଝୁଲୁଥିଲା ମସ୍ତିଷ୍କ: ସଫଳ ହେଲା ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ଅସ୍ତ୍ରୋପଚାର, ପୂରା ଘଟଣା ଜାଣିଲେ ଥରିଉଠିବେ…

ବ୍ରହ୍ମପୁର/ଦିଗପହଣ୍ଡି, ୧୭।୪(ସୁବାସ ଚନ୍ଦ୍ର ପାଢ଼ୀ/ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ସ୍ନାୟୁ ଶଲ୍ୟ ବିଭାଗରୁ ଆଉ ଏକ ବିରଳ ତଥା ସଫଳ…

ଶ୍ରାଦ୍ଧବାର୍ଷିକୀରେ ବିଜୁବାବୁଙ୍କୁ ଅବମାନନା: ଅଭାବ ପଡ଼ିଲା ଫୁଲମାଳ ସହ…

ହାଟଡିହୀ/ଆନନ୍ଦପୁର,୧୭ା୪(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ତରଫରୁ ଆନନ୍ଦପୁର କଲ୍ୟାଣ ମଣ୍ଡପଠାରେ ପ୍ରବାଦପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ…

ସଂସଦରେ ରାହୁଲ ଗାନ୍ଧୀଙ୍କ ଭାଷଣ ଉପରେ କଟାକ୍ଷ କଲେ ନିଶିକାନ୍ତ ଦୁବେ କହିଲେ,‘ମାଇକେଲ ଜ୍ୟାକସନଙ୍କ ନାଚ ଦେଖିଲା ଭଳି ଲାଗୁଥିଲା’

ନୂଆଦିଲ୍ଲୀ,୧୭।୪: ମହିଳା ସଂରକ୍ଷଣ ବିଲ ଉପରେ ଭୋଟ ଦେବା ପୂର୍ବରୁ, ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ।…

ଏନ୍‌କାଉଣ୍ଟରରେ ଟଲିପଡ଼ିଲେ ମାଓବାଦୀ ନେତା ସହଦେବ

ରାଞ୍ଚି,୧୭।୪: ଝାଡ଼ଖଣ୍ଡର ଚତରା-ହଜାରିବାଗ ସୀମାନ୍ତ ଜଙ୍ଗଲରେ ଶୁକ୍ରବାର ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଏନ୍‌କାଉଣ୍ଟରେ ୪ଜଣ ଟପ୍‌ ମାଓବାଦୀ ନିହତ ହୋଇଛନ୍ତି।…

ବିଜୁବାବୁଙ୍କୁ ନେଇ ଏମିତି ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଆମେ ତାଙ୍କର…

ଭୁବନେଶ୍ୱର,୧୭ା୪: ଆଜି ଅର୍ଥାତ୍‌ ଶୁକ୍ରବାର ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାନ ଜନନାୟକ ବିଜୁବାବୁଙ୍କୁ ମନେ ପକାଇ ଏକ ବଡ଼…

ଏଥର କାହିଁକି ନଜର ଆସିଲେନି ପଞ୍ଜାବ କିଙ୍ଗ୍ସର ମାଲିକାଣୀ? MI ବିପକ୍ଷରେ ବିଜୟ ପରେ ପୋଷ୍ଟ କରିି…

ନୂଆଦିଲ୍ଲୀ,୧୭।୪: IPL 2026 ରେ ପଞ୍ଜାବ କିଙ୍ଗ୍ସ ଏକ ଚମତ୍କାର ପ୍ରଦର୍ଶନ କରୁଛି। ଏପର୍ଯ୍ୟନ୍ତ, ପଞ୍ଜାବ ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଦଳ ଯିଏ ଗୋଟିଏ ବି ମ୍ୟାଚ ହାରିନାହିଁ।…

‘ସ୍ବାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ’

ପାଟଣାଗଡ଼,୧୭ା୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଏନ୍‌ଏସିସ୍ଥିତ ବିଜୁଜନତା ଦଳ କାର୍ଯ୍ୟାଳୟଠାରେ ସ୍ଥାନୀୟ ବିଜେଡି ପକ୍ଷରୁ ଶୁକ୍ରବାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ପାଳିତ…

ସ୍କୁଲ ଗେଟ୍‌ ତଳେ ଚାପି ହୋଇ ୨ ଛାତ୍ରୀ ମୃତ୍ୟୁ ଘଟଣା: ହେଲା କାର୍ଯ୍ୟାନୁଷ୍ଠାନ, ପ୍ରଧାନଶିକ୍ଷକଙ୍କୁ…

ମୋହନା,୧୭।୪ ( ମନ୍ମଥ ମିଶ୍ର ): ଗଜପତି ଜିଲା ଆର୍‌.ଉଦୟଗିରୀ ଥାନା ନୂଆଗଡ ବ୍ଲକ ଅନ୍ତର୍ଗତ ରୁବୁଡ଼ିସିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ବୁଧବାର ଗେଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri