ଦୁର୍ବଳ ହେଉଛି କୁଆଁରିଆ ସେତୁ

ଖଣ୍ଡପଡା.୨ା୯(ସ୍ବ.ପ୍ର.): ଖଣ୍ଡପଡା ବ୍ଲକର କଣ୍ଟିଲୋଠାରୁ ନୟାଗଡକୁ ସଂଯୋଗ କରୁଥିବା ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତାର ବେଣାଗାଡିଅ ନିକଟ କୁଆଁରିଆ ନଦୀ ଉପରେ ନିର୍ମିତ ସେତୁଟି ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଦୁର୍ବଳ ହେବାରେ ଲାଗିଛି। ସେତୁର ଉପରି ଭାଗ ଖାଲଖମାରେ ପୂର୍ଣ୍ଣ ହୋଇଛି। ସାମାନ୍ୟ ବର୍ଷାରେ ଉକ୍ତ ଖାଲରେ ପାଣି ଜମି ପଥଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି ା ଖଣ୍ଡପଡା ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବା ସେତୁଟିର ବିଭିନ୍ନ ଅଂଶରୁ ସିମେଣ୍ଟ କଂକ୍ରିଟ ଉଠିଯାଇଥିବାବେଳେ ଯୋଡେଇ ସ୍ଥାନରେ ଅନାବନା ଗଛଲତା ଉଠିଛି। ପୁନଶ୍ଚ ସେତୁ ଉପର ଦେଇ ନୟାଗଡ ସହରକୁ ଯାଇଥିବା ପାଣି ପାଇପ ଲାଇନର ୨ଟି ସ୍ଥାନରେ ଫାଟ ସୃଷ୍ଟି ହୋଇଥିବାରୁ ଜଳ ଯୋଗାଣ ସମୟରେ ସର୍ବଦା ପାଣି ବୋହି ସେତୁ ଉପରେ ମାଡୁଛି। ଜଳ ନିଷ୍କାସନ ପଥ ଅବରୋଧ ଯୋଗୁ ପାଣି ଜମି ରହୁଛି ା ସେତୁର ଉପରିଭାଗ ବାହ୍ୟ ପ୍ରାଚୀର କିଛିଅଂଶ ଭାଙ୍ଗି ଯାଇଛି ା ଏଥିପ୍ରତି ପୂର୍ତ୍ତ ବିଭାଗ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି ା ପ୍ରତିବର୍ଷ ପୂର୍ତ୍ତ ବିଭାଗ ପକ୍ଷରୁ ସେତୁର ଉପର ଅଂଶ ରାସ୍ତା ମରାମତି କରାଯାଉଥିଲେ ହେଁ ଦୈନିକ ଉକ୍ତ ରାସ୍ତା ଦେଇ ଶହ ଶହ ସଂଖ୍ୟାରେ ଭାରିଯାନ, ଯାତ୍ରୀବାହୀ ଓ ଅନ୍ୟାନ୍ୟ ହାଲୁକା ଯାନ ଚଳାଚଳ କରୁଥିବାରୁ କମ୍‌ ଦିନ ମଧ୍ୟରେ ରାସ୍ତା ଉପରୁ ସିମେଣ୍ଟ ଓ ପିଚୁ ଉଠିଯାଉଛି ା ସୂଚନାଯୋଗ୍ୟ ଯେ, କୁଅଁାରିଆ ନଦୀ ଉପରେ ସେତୁ ନ ଥିବାରୁ କଣ୍ଟିଲୋ ଓ ଆଖପାଖ ଅଞ୍ଚଳର ଲୋକେ ଦୀର୍ଘ ୭କି.ମି. ରାସ୍ତା ଚାଲି ଚାଲି କିମ୍ବା ସାଇକେଲରେ ଆସି ନଦୀ ପାର ହେଉଥିଲେ ା ବହୁ ଦାବି ପରେ ୧୯୭୩ ମସିହାରେ ଏହି ସେତୁ ନିର୍ମାଣ କରାଯାଇଥିଲା।