ଦୁର୍ନୀତିରେ ଉବୁଟୁବୁ ଖଦି ବୋର୍ଡ: ଖାଇଗଲେ ମହୁଚାଷୀଙ୍କ ଟଙ୍କା

ଭୁବନେଶ୍ୱର, ୨୧।୭(ବ୍ୟୁରୋ): ରାଜ୍ୟ ସରକାରଙ୍କ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଦୁର୍ନୀତିରେ ଉବୁଟୁବୁ। ମହୁଚାଷୀଙ୍କୁ ତାଲିମ ଦେବା, ମହୁବାକ୍ସ କିଣିବାନେଇ କୋଟି କୋଟି ଟଙ୍କା ହଡ଼ପ ହୋଇଛି। ଏହି ମହାଦୁର୍ନୀତିକୁ ଜାଣିଶୁଣି ଚାପି ଦିଆଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଏଥିପାଇଁ କୋଟି କୋଟି ଟଙ୍କା ଅନୁଦାନ ଦେଉଥିବାବେଳେ ଏହାର ଫାଇଦା ଚାଷୀଙ୍କୁ ମିଳୁନାହିଁ। ସଂସ୍ଥା ଦାୟିତ୍ୱରେ ଥିବା ଅଫିସର ଓ ଏହାର ଅଧ୍ୟକ୍ଷ ଏ ସମସ୍ତ ଅର୍ଥକୁ ହଡ଼ପ କରୁଛନ୍ତି। ଏହାର ଭିଜିଲାନ୍ସ ତଦନ୍ତ କରାଯାଉ। ଏ ନେଇ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖନ୍ତୁ। ଭାଜପା ସଦସ୍ୟମାନେ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡରେ ହୋଇଥିବା ମହାଦୁର୍ନୀତିକୁ ନେଇ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟରେ ମଧ୍ୟ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି। ଗତ ୨୦ ବର୍ଷ ମଧ୍ୟରେ ବିଶ୍ୱବିଦ୍ୟାଳୟକୁ ଦିଆଯାଇଥିବା ଅନୁଦାନର କୌଣସି ହିସାବ ନାହିଁ। ଶହ ଶହ କୋଟି ଟଙ୍କା ହଡ଼ପ କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି। ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟମାନେ ବିଧାନସଭା ହୁଲ୍‌ସ୍ଥୂଲ୍‌ କରିଛନ୍ତି। ଫଳରେ ଶୂନ୍ୟକାଳ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଥିଲା। ପ୍ରବଳ ହୋହଲ୍ଲା ଯୋଗୁ ବିଧାନସଭାକୁ ଅପରାହ୍ନ ୩ଟା ଯାଏ ମୁଲତବୀ ଘୋଷଣା କରାଯାଇଥିଲା। ଏହି ଦୁର୍ନୀତିର ତଦନ୍ତ ପାଇଁ ପଦକ୍ଷେପ ନେବାଲାଗି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, କଂଗ୍ରେସ ଦଳ ନେତା ନରସିଂହ ମିଶ୍ର, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକଙ୍କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିଜ ଚାମ୍ବରକୁ ଡାକି ଆଲୋଚନା କରିଛନ୍ତି।
ଶନିବାର ଶୂନ୍ୟକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଓଡ଼ିଶା ସରକାରଙ୍କ ଅଧୀନରେ ଥିବା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡରେ ବ୍ୟାପକ ଦୁର୍ନୀତି ହୋଇଥିବା କଥା ଉଠାଇଥିଲେ। ସେ କହିଥିଲେ ଯେ, ରାଜ୍ୟ ଓ କେନ୍ଦ୍ର ସରକାର ୨୦୧୪ରୁ ୨୦୧୭ ମଧ୍ୟରେ ଏହି ବୋର୍ଡକୁ ୮୬ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ରାଜ୍ୟ ସରକାର ୩୯ କୋଟି ୯୪ ଲକ୍ଷ ଟଙ୍କା ଅନୁଦାନ ଦେଇଥିବାବେଳେ କେନ୍ଦ୍ର ସରକାର ୪୬.୨୮ କୋଟି ଟଙ୍କା ଦେଇଛନ୍ତି। ମହୁ ଚାଷ ଓ ଖଦିର ଉନ୍ନତି ପାଇଁ ଦିଆଯାଇଥିବା ଏହି ଅର୍ଥକୁ ହରିଲୁଟ କରାଯାଇଛି। ଏହି ଅର୍ଥରେ ୧୨ଶହ ମହୁଚାଷୀଙ୍କୁ ତାଲିମ ଦିଆଯାଇଥିବାବେଳେ ୪୮୦ ଚାଷୀଙ୍କୁ ୨୪୦୦ ମହୁବାକ୍ସ ପ୍ରଦାନ କରାଯାଇଥିବା କୁହାଯାଉଛି। ତେବେ ଯେଉଁ ବାକ୍ସ ପ୍ରଦାନ କରାଯାଇଛି ସେଗୁଡ଼ିକର ମୂଲ୍ୟ ବାକ୍ସ ପିଛା ୧ ହଜାର ଟଙ୍କା ହେବା କଥା। ମାତ୍ର ଏହାକୁ ୩୦ ହଜାର ଟଙ୍କାରେ କିଣାଯାଇଥିବା ଦର୍ଶାଯାଇଛି। ତାଲିମ ଦେବା ନାଁରେ ମିଛ ଚାଷୀଙ୍କ ନାମରେ ବିଲ୍‌ କରାଯାଇଛି। ଏହାଛଡ଼ା ବୋର୍ଡରେ କଡା ଆଦି ଜିନିଷପତ୍ର ଗତ ୩ ବର୍ଷରେ ୩ କୋଟି ୫୮ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି। ୮୬ କୋଟି ଟଙ୍କା ଅନୁଦାନ ପାଇଥିବାବେଳେ ମାତ୍ର ୩ .୫୮ କୋଟି ଟଙ୍କାର ବିକ୍ରି ହୋଇଛି। ଏଥିରୁ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଛି ବୋଲି ପ୍ରଦୀପ୍ତ କହିଥିଲେ। କେବଳ ସେତିକି ନୁହେଁ, କିଛି ବେନାମୀ ବିଜ୍ଞାପନ ସଂସ୍ଥା ଏବଂ କନସଲଟାନ୍ସି କମ୍ପାନୀ ନାଁରେ ବିଲ୍‌ କରାଯାଇ କୋଟି କୋଟି ଟଙ୍କା ହଡ଼ପ କରାଯାଇଛି। ରାଜ୍ୟ ସରକାର ଯେଉଁ ରାଜନେତାମାନଙ୍କୁ ବୋର୍ଡରେ ଥଇଥାନ କରିଛନ୍ତି ସେମାନେ ଚାଷୀଙ୍କୁ ସହାୟତା ଦେବା ବଦଳରେ କୋଟି କୋଟି ଟଙ୍କା ହଡ଼ପ କରୁଛନ୍ତି। ମହୁବାକ୍ସ କେଉଁଠୁ କିଣାଗଲା, କେଉଁ ଜିଲାର କେଉଁ ଚାଷୀଙ୍କୁ ଦିଆଯାଇଛି ସେଗୁଡିକର ତାଲିକା ଗୃହରେ ଉପସ୍ଥାପନ କରାଯାଉ।
ନିଜ ପାଣ୍ଠି ବଢ଼ାଇବା ପାଇଁ ଏହି ଅର୍ଥକୁ ଆତ୍ମସାତ୍‌ କରାଯାଇଛି। ଯଦି ଏଭଳି ହୁଏ ତା’ହେଲେ ରାଜ୍ୟର ଭାଗ୍ୟ କ’ଣ ହେବ ବୋଲି ସେ କହିଛନ୍ତି। ଏ ସମସ୍ତ ଘଟଣା ବିଷୟରେ ବିଭାଗୀୟ ମନ୍ତ୍ରୀ ଗୃହରେ ବିବୃତି ଦିଅନ୍ତୁ। ଏହି ମହାଦୁର୍ନୀତିର ଭିଜିଲାନ୍ସ ତଦନ୍ତ କରାଯାଉ ବୋଲି ପ୍ରଦୀପ୍ତ ଦାବି କରିଛନ୍ତି।
ଭାଜପା ଦୁର୍ନୀତି ପ୍ରସଙ୍ଗ ନେଇ ସରକାରଙ୍କୁ ଘେରୁଥିବା ବେଳେ କଂଗ୍ରେସ ମଧ୍ୟ ଏହାକୁ ହାତଛଡ଼ା କରିବାକୁ ଚାହିଁ ନ ଥିଲା। ଶୂନ୍ୟ କାଳରେ କଂଗ୍ରେସ ନେତା ନରସିଂହ ମିଶ୍ର ରାଜ୍ୟରେ ଥିବା ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟଗୁଡିକରେ ହେଉଥିବା ଦୁର୍ନୀତି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ। ସେ କହିଥିଲେ ଯେ, ରାଜ୍ୟରେ ସରକାର ଅଚଳ ହୋଇଯାଇଛି। ବିଭିନ୍ନ ବିଶ୍ୱବିଦ୍ୟାଳୟରେ କୋଟି କୋଟି ଟଙ୍କାର ଦୁର୍ନୀତି ହେଉଥିଲେ ମଧ୍ୟ ସେଗୁଡ଼ିକର ଅଡିଟ୍‌ କରାଯାଉ ନାହିଁ। ଗତ ୨୦ ବର୍ଷ ହେବ ବିଶ୍ୱବିଦ୍ୟାଳୟଗୁଡିକ ନେଉଥିବା ଅନୁଦାନର କୌଣସି ହିସାବ ନାହିଁ। ଓଡ଼ିଶା ୟୁନିଭର୍ସିଟି ଆକ୍ଟ- ୧୯୮୯ର ସେକ୍ସନ୍‌ ୨୩ ଅନୁଯାୟୀ ପ୍ରତିବର୍ଷ ବିଶ୍ୱବିଦ୍ୟାଳୟକୁ ଦିଆଯାଉଥିବା ଅନୁଦାନର ଅଡିଟ୍‌ ହେବା କଥା। ରାଜ୍ୟ ସରକାରଙ୍କ ଲୋକାଲ ଫଣ୍ଡ୍‌ ଅଡିଟ୍‌ କରାଯିବା ବ୍ୟବସ୍ଥା ରହିଛି। ଏଥିସହିତ ଏହି ଅଡିଟ୍‌ ରିପୋର୍ଟକୁ ଗୃହରେ ଉପସ୍ଥାପନ କରାଯିବା କଥା। ପ୍ରତିବର୍ଷ ସିଏଜି ରିପୋର୍ଟ ବିଧାନସଭାରେ ଉପସ୍ଥାପନ ହେଉଛି। ମାତ୍ର ଲୋକାଲ ଫଣ୍ଡ୍‌ ଅଡିଟ ରିପୋର୍ଟ ଗତ ୨୦ ବର୍ଷ ହେବ ଉପସ୍ଥାପିତ ହୋଇନାହିଁ। ବିଶ୍ୱବିଦ୍ୟାଳୟଗୁଡିକର ଅଡିଟ୍‌ କରାଇବା ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ଦାୟିତ୍ୱ। ବିଭାଗୀୟ ସଚିବ ଏହାକୁ ଦେଖିବା କଥା। ଏଥିରେ ସମସ୍ତେ ସମ୍ପୃକ୍ତ ଅଛନ୍ତି। ଗୃହରେ ମନ୍ତ୍ରୀମାନେ ଏଥିପାଇଁ ଉତ୍ତରଦାୟୀ ରହିବା ଉଚିତ। ବିଧାନସଭା ଗବେଷଣା ୟୁନିଟ୍‌ରୁ ମିଳିଥିବା ସୂଚନା ଅନୁଯାୟୀ, ବିଶ୍ୱବିଦ୍ୟାଳୟଗୁଡିକର କୌଣସି ଅଡିଟ୍‌ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇନାହିଁ। ଅନେକ ଘରୋଇ ବିଶ୍ୱବିଦ୍ୟାଳୟ ମାଗଣାରେ ଜମିନେଇ ଶିକ୍ଷା ବ୍ୟବସାୟ କରୁଛନ୍ତି। ଗୃହ ମୁଲତବୀ ରଖି ଏ ବିଷୟରେ ଆଲୋଚନା କରାଯାଉ। କେବଳ ଶିକ୍ଷା ବିଭାଗ ନୁହେଁ। ଆହୁରି ଅନେକ ବିଭାଗରେ ଏଭଳି ଦୁର୍ନୀତି ହେଉଛି। ବାଚସ୍ପତି ବିଭାଗୀୟ ମନ୍ତ୍ରୀ ଓ ଅନ୍ୟ ସମସ୍ତ ସଦସ୍ୟଙ୍କୁ ଡାକି ଏହା ଉପରେ ଆଲୋଚନା କରନ୍ତୁ। ସର୍ବସାଧାରଣଙ୍କ ଅର୍ଥକୁ ଏଭଳି ହରିଲୁଟ୍‌ କରା ନ ଯାଉ ବୋଲି ନରସିଂହ କହିଥିଲେ। ବାଚସ୍ପତି କହିଥିଲେ, ଏହି ଘଟଣାର ପରୀକ୍ଷାନିରୀକ୍ଷା କରାଯିବା ପରେ ପଦକ୍ଷେପ ନିଆଯିବ। ମାତ୍ର କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ପ୍ରବଳ ହୋହଲ୍ଲା କରିଥିଲେ। ୨୦ ବର୍ଷର ଦୁର୍ନୀତି ସରକାର ମାନିନିଅ ମାନିନିଅ… ଅଡିଟ୍‌ ରିପୋର୍ଟ ଦେବା ଆମର ଦାବି ଆମର ଦାବି… ସ୍ଲୋଗାନ ଦେଇ ହଟ୍ଟଗୋଳ କରିଥିଲେ। ପ୍ରବଳ ପାଟିତୁଣ୍ଡ ହେବାରୁ ବାଚସ୍ପତି ଗୃହକୁ ୧୧ଟା ୫୫ରୁ ୧୨ଟା ୫୦ ଏବଂ ୧୨ଟା ୫୨ରୁ ଅପରାହ୍ନ ୩ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଏଥିସହିତ ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ, ବିରୋଧୀ ଦଳ ନେତା, ଅର୍ଥମନ୍ତ୍ରୀ, କଂଗ୍ରେସ ଦଳ ନେତା, ସରକାରୀ ଦଳ ମୁଖ୍ୟ ସଚେତକଙ୍କୁ ନିଜ ଚାମ୍ବରକୁ ଡାକିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri