ଆମେରିକା ସହ ଟ୍ରେଡ୍‌ ଓ୍ବାର୍‌; ଭାରତର ହାତ ଧରିବାକୁ ଚାଇନା ରାଜି

ନୂଆଦିଲ୍ଲୀ,୨୧-୭: ଆତଙ୍କବାଦ୍‌ ଓ ସୀମା ବିବାଦ ସମେତ ବହୁ ପ୍ରସଙ୍ଗରେ ଭାରତ ବିରୋଧୀ ମନୋଭାବ ପୋଷଣ କରୁଥିବା ଚାଇନା ଏବେ ଆମେରିକା ବିରୋଧରେ ଟ୍ରେଡ୍‌ ଓ୍ବାର୍‌ରେ ସାମିଲ ହେବାକୁ ଆହ୍ବାନ ଦେଇଛି। ଏଥିଲାଗି ଭାରତ ସହିତ ଥିବା ନିଜର ବାଣିଜ୍ୟ ଅସନ୍ତୁଳନକୁ ଦୂର କରିବା ନେଇ ଆଲୋଚନା କରିବାକୁ ରାଜି ଥିବା ପଡୋଶୀ ଦେଶ କହିଛି।
ଚାଇନା ପକ୍ଷରୁ କୁହାଯାଇଛି ଯେ, ଏହା ବାଣିଜ୍ୟ ଅସନ୍ତୁଳନକୁ ନେଇ ଭାରତର ଚିନ୍ତାକୁ ବୁଝୁଛି ଏବଂ ଏଥିଲାଗି ଆଲୋଚନା ଟେବୁଲକୁ ଆସିବାକୁ ଚାହେଁ। ଏଥିସହିତ ବାଣିଜ୍ୟରେ ଥିବା ଏକପକ୍ଷବାଦିତା ଏବଂ ସଂରକ୍ଷଣବାଦ୍‌ ବିରୋଧରେ ଲଢ଼େଇରେ ଭାରତ ସହଯୋଗ କରୁ ବୋଲି ଚାଇନା ଆହ୍ବାନ ଦେଇଛି।
ଭାରତରେ ଚାଇନାର ନବନିଯୁକ୍ତ ରାଷ୍ଟ୍ରଦୂତ ସନ୍‌ ଓ୍ବେଇଡଙ୍ଗ କହିଛନ୍ତି ଯେ, ବାଣିଜ୍ୟ ଅସନ୍ତୁଳନକୁ ନେଇ ତାଙ୍କ ଦେଶ ଗମ୍ଭୀର। ଭାରତ ସହ ଟ୍ରେଡ୍‌ ସରପ୍ଲସ ନେଇ ଚାଇନା କେବେ ହେଲେ ଯୋଜନାବଦ୍ଧ ରଣନୀତି ଆପଣାଇନାହିଁ। ଚାଇନାକୁ ଭାରତରୁ ଚାଉଳ ଓ ଚିନି ଆମଦାନୀ ବୃଦ୍ଧି ପାଇଛି। ଏହାବ୍ୟତୀତ ଭାରତୀୟ ଔଷଧ ଓ କୃଷି ଉତ୍ପାଦର ଆମଦାନୀ ବୃଦ୍ଧି ଉପରେ ଏବେ ଚାଇନା ସରକାର ବିଚାର କରୁଛନ୍ତି ବୋଲି ସନ୍‌ କହିଛନ୍ତି। ନିକଟରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ ଚାଇନାକୁ ଭାରତୀୟ ଉତ୍ପାଦ ଆମଦାନୀ ୧୫% ବୃଦ୍ଧି ପାଇଛି। ଏହାବ୍ୟତୀତ ଗତବର୍ଷ ଚାଇନା ବଜାରରେ ଭାରତୀୟ କୃଷି ଉତ୍ପାଦ ରପ୍ତାନି ମଧ୍ୟ ଦ୍ୱିଗୁଣା ହୋଇଛି। ନିଜର ଫାର୍ମାସ୍ୟୁଟିକାଲ ବଜାରରେ ପ୍ରବେଶ ପାଇଁ ଚାଇନା ଭାରତୀୟ ଔଷଧ କମ୍ପାନୀଙ୍କୁ ଅନୁମତି ଦେଉ ବୋଲି ଭାରତ ଦୀର୍ଘଦିନ ହେଲା ଦାବି କରିଆସୁଛି। ଆମେରିକା ସହ ଟ୍ରେଡ ଓ୍ବାର୍‌ ଆରମ୍ଭ ହେବା ପରେ ଚାଇନା ପକ୍ଷରୁ ଭାରତୀୟ ଉତ୍ପାଦ ଆମଦାନୀ ବଢ଼ାଯିବା ଯୋଗୁ ଦୁଇ ଦେଶ ମଧ୍ୟରେ ଥିବା ବାଣିଜ୍ୟ ଅସନ୍ତୁଳନ ୯୫.୫ ବିଲିୟନ ଡଲାରରୁ ହ୍ରାସ ପାଇ ୫୭ ବିଲିୟନ ଡଲାରରେ ପହଞ୍ଚତ୍ଛି। ଭାରତରେ ଚାଇନାର ରାଷ୍ଟ୍ରଦୂତ ସନ୍‌ କହିଛନ୍ତି ଯେ, ଚଳିତ ବର୍ଷର ପ୍ରଥମ ୬ ମାସରେ ଚାଇନା ସହ ଭାରତର ବାଣିଜ୍ୟ ନିଅଣ୍ଟ ପରିମାଣ ୫% ହ୍ରାସ ପାଇଛି। ଏଣୁ କ୍ରମାଗତ ପ୍ରୟାସ କରାଗଲେ ଦୁଇ ଦେଶର ବାଣିଜ୍ୟ ସମ୍ପର୍କରେ ସନ୍ତୁଳନ ଆସିପାରିବ ଏବଂ ଏହାକୁ ନିୟନ୍ତ୍ରିତ କରାଯାଇପାରିବ। ସୂଚନାଥାଉ କି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ‘ଆମେରିକା ଫାଷ୍ଟ’ ନୀତି ଆପଣାଇଛନ୍ତି। ଫଳରେ ଏହା ଚାଇନା ସହ ଟ୍ରେଡ୍‌ ଓ୍ବାର୍‌ରେ ସାମିଲ ହୋଇଛି। ଚାଇନାରୁ ଆମଦାନୀ ହେଉଥିବା ପ୍ରାୟ ୨୫୦ ବିଲିୟନ ଡଲାର ଉତ୍ପାଦ ଉପରେ ଆମେରିକା ୨୫% ଶୁଳ୍କ ବଢ଼ାଇ ଦେଇଛି। ଚାଇନା ସହ ବାଣିଜ୍ୟ ନିଅଣ୍ଟ ପରିମାଣ ୫୩୯ ବିଲିୟନ ଡଲାର ଥିବା ବେଳେ ଏହାକୁ ହ୍ରାସ କରିବା ଲାଗି ଆମେରିକା କ୍ରମାଗତ ଚାପ ସୃଷ୍ଟି କରିଚାଲିଛି। ଅନ୍ୟପକ୍ଷରେ ଆମେରିକାକୁ ମଧ୍ୟ ଚାଇନା ଯେସାକୁ ତେସା ନୀତିରେ ଜବାବ ଦେଇ ଚାଇନା ସେଦେଶର ଉତ୍ପାଦ ଉପରେ ଟାରିଫ ବୃଦ୍ଧି କରିଛି। ଅନ୍ୟପକ୍ଷରେ ଭାରତରୁ ଆମଦାନୀ କରୁଥିବା ଷ୍ଟିଲ୍‌ ଓ ଆଲୁମିନିୟମ ଉପରେ ଆମେରିକା ଟାରିଫ୍‌ ବୃଦ୍ଧି କରିବା ପରେ ଭାରତ ମଧ୍ୟ ଆମେରିକାର ୨୮ ଉତ୍ପାଦ ଉପରେ ଶୁଳ୍କ ବଢ଼ାଇ ଦେଇଛି। ପରୋକ୍ଷରେ କହିବାକୁ ଗଲେ ଆମେରିକା ଏବେ ଉଭୟ ଚାଇନା ଓ ଭାରତ ସହ ଟ୍ରେଡ୍‌ ଓ୍ବାର୍‌ରେ ସାମିଲ ହୋଇଛି। ଭାରତ ଓ ଚାଇନା ଏକାଠି ହୋଇ ଟ୍ରେଡ ଓ୍ବାର୍‌ର ମୁକାବିଲା କରିବା ଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ ବାଣିଜ୍ୟ କ୍ଷେତ୍ର ନିୟନ୍ତ୍ରିତ ହେବ ଏବଂ ଏହା ଏକ ଧାରାକୁ ଫେରିପାରିବ। ଏହାଦ୍ୱାରା ବିକାଶଶୀଳ ଦେଶଗୁଡ଼ିକର ସ୍ବାର୍ଥରକ୍ଷା ହୋଇପାରିବ ବୋଲି ସନ୍‌ ଯୁକ୍ତି ଦର୍ଶାଇଛନ୍ତି। ଭାରତ ଓ ଚାଇନା ସହ ଆମେରିକାର ଟ୍ରେଡ ଓ୍ବାର୍‌ ସମ୍ପର୍କରେ ସିଧାସଳଖ ଉଲ୍ଲେଖ ନ କରି ସେ କହିଛନ୍ତି ଯେ, ଏକ ଦଶନ୍ଧି ମଧ୍ୟରେ ଆମେ ଏବେ ଅଦ୍ଭୁତପୂର୍ବ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛୁ। ଉଭୟ ଭାରତ ଓ ଚାଇନା ସଂରକ୍ଷଣବାଦ୍‌ ଓ ଏକପକ୍ଷବାଦିତା ଚ୍ୟାଲେଞ୍ଜର ସାମ୍ନା କରୁଛି। ତେଣୁ ଉଭୟ ଦେଶ ଏକତ୍ର ମିଶି ବହୁପକ୍ଷବାଦିତା ଓ ଆର୍ଥିକ ବୈଶ୍ୟକରଣ ପାଇଁ ଲଢ଼େଇ କରିବାକୁ ହେବ। ନେପାଳ, ବାଂଲାଦେଶ ଏବଂ ଶ୍ରୀଲଙ୍କାରେ ଚାଇନାର ବିଶାଳ ପୁଞ୍ଜିନିବେଶ ସମ୍ପର୍କରେ ଉଲ୍ଲେଖ ନ କରି ସନ୍‌ କହିଛନ୍ତି ଯେ, ଚାଇନା-ଭାରତ ପ୍ଲସ୍‌ ନୀତି ଆପଣାଇବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri