ଦୁର୍ଦ୍ଦାନ୍ତ ଅପରାଧୀ ଟିଟୁଙ୍କ ସହଯୋଗୀ କୁଶଲ ଗିରଫ

ବଡବିଲ, ୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ପୋଲିସ ବୁଧବାର ଦୁର୍ଦ୍ଦାନ୍ତ ଅପରାଧୀ ଟିଟୁ ଓରଫ୍‌ ସୁନୀଲ ପାତ୍ରଙ୍କ ସହଯୋଗୀ କୁଶଲ ଓରଫ ବାବୁ କେନ୍ଥ୍‌୍‌କୁ ଗିରଫ କରିଛି। ସେ ମାଟକାମବେଡା ଅଞ୍ଚଳରେ ରହୁଥିବା ପୋଲିସ କହିଛି। ଟିଟୁଙ୍କ ନାମରେ ୧୫ରୁ ଅଧିକ ମାମଲା ଥିବାବେଳେ ତାଙ୍କ ସହଯୋଗୀ କୁଶଲ ବଡବିଲ ଥାନାଞ୍ଚଳରେ ବିଭିନ୍ନ କେଶରେ ସଂପୃକ୍ତ ଥିବା ସହ ତାଙ୍କ ନାମରେ ହତ୍ୟାଉଦ୍ୟମ ଭଳି ମାମଲା ରୁଜୁ ଥିବା ନଇ ବଡବିଲ ଥାନା ଆଇଆଇସି ସୁଶାନ୍ତ ଦାଶ କହିଛନ୍ତି।