ଦୁର୍ଦ୍ଦଶାରେ କ୍ୟାପସିକମ ଚାଷୀ

ବାରିପଦା ଅଫିସ, ୧୧ା୪-କରୋନା ସଂକ୍ରମଣକୁ ରୋକିବା ଲାଗି ସାରା ଦେଶରେ ଲକ୍‌ଡ଼ାଉନ ଜାରି ରହିଛି। ଏଥିଯୋଗୁ ଜନଜୀବନ ପ୍ରଭାବିତ ହେଉଥିବା ବେଳେ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଅଭାବୀ ବିକ୍ରି ସାଙ୍ଗକୁ ଫସଲ ନଷ୍ଟ ହେବା ଯୋଗୁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ଏଭଳି ଦୁର୍ଦ୍ଦଶାର ଶିକାର ହୋଇଛନ୍ତି ମୟୂରଭଞ୍ଜ ଜିଲାର କ୍ୟାପିସିକମ୍‌ ଚାଷୀ।
ବିଶୋଇ ବ୍ଲକ ଅଧୀନ ମଣଦା ଗ୍ରାମର ସର୍ବେଶ୍ୱର ବେହେରା ୨.୫ ଏକର ଜମିରେ କ୍ୟାପସିକମ୍‌ ଚାଷ କରିଛନ୍ତି। ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ କ୍ୟାପସିକମ୍‌ ତୋଳା ହେଉଥିବା ବେଳେ ବିକ୍ରି ହୋଇ ନ ପାରି ତାହା ନଷ୍ଟ ହେଉଛି। ଟମାଟୋ, ବାଇଗଣ ଲଗାଇ ସାରିବା ପରେ ବାହାଘର ସିଜିନକୁ ଆଖି ଆଗରେ ରଖି ପ୍ରତିବର୍ଷ ସେ କ୍ୟାପସିକମ୍‌ ଚାଷ କରନ୍ତି। ମାର୍ଚ୍ଚ ମାସରେ କ୍ୟାପସିକମ ଫଳୁଥିବାରୁ ସର୍ବେଶ୍ୱର ସେଥିରୁ ଭଲ ଦି’ପଇସା ରୋଜଗାର କରନ୍ତି। ଏପରିକି ସେ ପ୍ରତିବର୍ଷ ଚାଷ ହେଉଥିବା ଆୟରେ ପରିବାର ପ୍ରତିପୋଷଣ କରିବା ସହ ରିଟର୍ଣ୍ଣ ଫାଇଲ ମଧ୍ୟ କରନ୍ତି। ଏବେ କରୋନାକୁ ନେଇ ଲକଡାଉନ କରାଯାଇଥିବାରୁ ଫସଲ ନଷ୍ଟ ହେଉଥିବା ସେ ପ୍ରକାଶ କରିଛନ୍ତିି। ପୂର୍ବରୁ ସେ ପ୍ରତିଦିନ ହାରାହାରି ୧୦ କୁଇଣ୍ଟାଲ କ୍ୟାପସିକମ୍‌ ବାରିପଦା, ବାଲେଶ୍ୱର ଓ କଲିକତାକୁ ପଠାଇଥାନ୍ତି। ଏବେ କେବଳ ବାରିପଦାକୁ କ୍ୟାପସିକମ ପଠାଉଛନ୍ତି। ୨/୩ ଦିନରେ ଥରେ ୬ କୁଇଣ୍ଟାଲ କ୍ୟାପସିକମ୍‌ ସେ ବାରିପଦାକୁ ପଠାଉଥିବା ବେଳେ ବର୍ତ୍ତମାନ ଅଭାବୀ ବିକ୍ରି ଦେଖା ଦେଇଥିବାରୁ ଆଗ ଭଳି ବେପାର ହେଉ ନ ଥିବା କହିଛନ୍ତି। ଗଛରେ ଫଳ ଧରିଥିଲେ ମଧ୍ୟ କାହିଁକି ତୋଳି ଟଙ୍କା ଖର୍ଚ୍ଚ କରିବେ ଭାବି ନ ତୋଳି ଛାଡ଼ି ଦେଉଥିବାରୁ ତାହା ଗଛରେ ନଷ୍ଟ ହେଉଛି। ପୂର୍ବରୁ କ୍ୟାପସିକମ୍‌ କିଲୋ ୪୫ ଟଙ୍କାରେ ବିକ୍ରି କରୁଥିବା ବେଳେ ଏବେ ୧୨ଟଙ୍କାରେ ସେ ବେପାରୀମାନଙ୍କୁ ଦେଉଛନ୍ତି। ତୋଳିବା ଖର୍ଚ୍ଚ, ପ୍ୟାକିଂ, ଗାଡ଼ି ଭଡ଼ା ଆଦି ଖର୍ଚ୍ଚକୁ ବାଦ୍‌ ଦେଲେ ୧ କିଲୋ କ୍ୟାପସିକମ୍‌କୁ ମାତ୍ର ୫ରୁ ୬ଟଙ୍କାରେ ବିକ୍ରି କରୁଥିବା ସର୍ବେଶ୍ୱର କୁହନ୍ତି । ତେଣୁ ସରକାର ତାଙ୍କ ଭଳି ଫସଲ କ୍ଷତି ହୋଇଥିବା ଚାଷୀମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri