ଦୁର୍ଘଟଣାରେ ଯୁବକ ମୃତ

ବାରିପଦା ଅଫିସ,୧୫ା୧୧- ବାରିପଦା ସହରର ମୁର୍ଗବାଡି ଗୋଲଇ ନିକଟରେ ଗୁରୁବାର ସାରେ ଏକ ଦୁର୍ଘଟଣାରେ ଜଣେ ମୋଟର ସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଦେବାନନ୍ଦ ମହାକୁଡ଼। ତାଙ୍କ ଘର ବେତନଟୀ ଥାନା ଅଧୀନ ଧାନଶୋଳ ଗ୍ରାମରେ। ଏକ ଟ୍ରକ ତାଙ୍କୁ ଚାପି ଦେଇ ଘଟଣାସ୍ଥଳରୁ ପଳାଇ ଯାଇଛି। ଦୁର୍ଘଟଣା ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ଟାଉନ ଥାନା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।