ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ଜୀବନଗଲା

ରାୟଗଡ଼ା ଅଫିସ, ୨୯।୧୨: ରାୟଗଡ଼ାର ଗଜପତି ଛକରେ ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକରେ ଧକ୍କା ହୋଇ ବାଇକ ଚାଳକଙ୍କ ମୃତ ହୋଇଛି । ମୃତକ ଜଣକ ହେଲେ କୋଲନରାର ହାରକା ରାଜା। ନିଜ ବନ୍ଧୁଙ୍କ ସହ କୌଣସି କାମରେ ରାୟଗଡ଼ା ଆସିଥିବାବେଳେ ଏଭଳି ଅଘଟଣ ଘଟିଛି। ସୂଚନାଯୋଗ୍ୟ, ଗଜପତି ଛକରେ ତୃପ୍ତି ହୋଟେଲ ଛକଠାରେ ଏକ ଟ୍ରକ୍‌ ଅଟକି ଥିଲା। ବାଇକ ଚାଳକ ଜଣଙ୍କ ଟ୍ରକଟିକୁ ନ ଦେଖି ହଠାତ ତା’ ସହ ବାଡେଇ ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ବାଇକ୍‌୍‌ ଚାଳକଙ୍କ ମୃତ୍ୟୁ ହୋଇଥିଲା। ଟ୍ରକଟି କୋରାପୁଟର କିଛି ପିଲାଙ୍କୁ ପିକନିକ୍‌ ନେଇ ଜେକେ ଅଭିମୁଖେ ଯାଉଥିବା ସମୟରେ ଗଜପତି ଜଙ୍କସନରେ ଦୁର୍ଘଟଣା ଘଟିଛି। ଟ୍ରକ ମାଲିକଙ୍କୁ ରାୟଗଡ଼ା ପୋଲିସ ଅଟକ ରଖି ପଚରାଉଚରା କରୁଛି।