Categories: ଗଞ୍ଜାମ

ଦୁର୍ଘଟଣାରେ ବର୍ତ୍ତିଲେ ଯାତ୍ରୀ

ଗୋପାଳପୁର,୧୭।୬-୧୬ନଂ. ଜାତୀୟ ରାଜପଥ କନିଷି ହାଟ ନିକଟରେ ସୋମବାର ଏକ ହାଇୱା ଧକ୍କାରେ ଅଟୋ ଚାଳକ ସମେତ ୪ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତିି। ସକାଳ ପ୍ରାୟ ୯.୪୦ରେ ଜରଡ଼ ଅଞ୍ଚଳର ଡି. ଚନ୍ଦ୍ର ଆଚାରୀ ନିଜ ଝିଆରୀ, ଜ୍ୱାଇଁଙ୍କୁ ଧରି ପୁରୁଷୋତ୍ତମପୁରରୁ ଅଟୋ ଯୋଗେ ଜରଡ଼ ଯାଉଥିବା ବେଳେ କନିଷି ହାଟ ନିକଟରେ ଏକ ହାଇୱା ଅଟୋ ପଛକୁ ଧକ୍କା ଦେଇଥିଲା। ଫଳରେ ଅଟୋକୁ ୫୦ ମିଟର ଦୂର ଯାଏ ହାଇୱା ଠେଲି ନେଇ ଯାଇଥିଲା । ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ଖବର ପାଇ ଗୋଳନ୍ଥରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଉଭୟ ଗାଡ଼ିକୁ ଜବତ କରିଛି ।