ଦୁର୍ଘଟଣାରେ ନାତୁଣୀ ମୃତ, ଜେଜେଙ୍କ ସହ ଡ୍ରାଇଭର ଗୁରୁତର

ରାୟଗଡ଼ା ଅଫିସ, ୫।୧୨
ରାୟଗଡ଼ା ଜିଲା ଗୁମ୍ମା ପଞ୍ଚାୟତ ପୁଞ୍ଜିପାଇ ଗାଁରେ ବୁଧବାର ବିଳମ୍ବିତ ରାତିରେ ଘଟିଥିବା ଦୁର୍ଘଟଣାରେ ନାତୁଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜେଜେ ଓ ଗାଡି ଡ୍ରାଇଭର ଗୁରୁତର ଅଛନ୍ତି। ଗୁରୁତରଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକ ହେଲେ କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ସନ୍ତୋଷ ନଗରର ଭି.ସରାୟୁ(୧୯)।
ପ୍ରକାଶ ଯେ, ଭି.ସରାୟୁ ତାଙ୍କ ଜେଜେବାପା କ୍ରିଷ୍ଣା ରାଜୁଙ୍କ ସହ ଏକ ଫଙ୍କଶନରେ ଯୋଗଦେବା ପାଇଁ ଇନୋଭା କାର(ଓଡି-୧୦ଏଫ୍‌-୦୦୯୯)ଯୋଗେ ରାୟଗଡ଼ା ଆସୁଥିଲେ। ଗୁମ୍ମା ପଞ୍ଚାୟତ ପୁଞ୍ଜିପାଇ ଗ୍ରାମ ନିକଟସ୍ଥ ବ୍ରିଜ ଉପରୁ ଗାଡିଟି ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ ଖସିପଡିଥିଲା। ସରାୟୁ ଡୋର ବାହାରକୁ ଛିଟିକି ପଡିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ତାଙ୍କ ଜେଜେବାପା ଓ ଗାଡ଼ି ଡ୍ରାଇଭର ଆଦାମ ବାଗ ଗୁରୁତର ହୋଇଥିଲେ। ଦୁର୍ଘଟଣା ସୂଚନା ପାଇ ପୋଲିସ ସେଠାରେ ପହଞ୍ଚତ୍ବା ପରେ ଗୁରୁତରଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲା। ସେଠାରେ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ଏ ନେଇ କୁମ୍ଭିପେଟା ଥାନାରେ ୪୧୬/୧୯ରେ ମାମଲା ରୁଜୁ କରାଯାଇଛି।