ଦୁର୍ଘଟଣାରେ କଲେଜ ଛାତ୍ର ମୃତ

କେନ୍ଦୁଝର, ୨୪।୧୦(ସ୍ବ.ପ୍ର.): ଟାଉନ ଥାନା ଠାକୁରପାଟଣା ଅଚିନ୍ତା ମଠ ନିକଟ ୨୦ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ବାଇକ୍‌ରୁ ତଳେ ପଡ଼ି ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ନରେଶ ମହାନ୍ତି। ତାଙ୍କ ଘର ଶିରିଶପାଳ ଗ୍ରାମରେ ବୋଲି ଜଣାପଡିଛି ା
ନରେଶ ଘଟଗାଁ କଲେଜର ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ଗୁରୁବାର ଅପରାହ୍ନରେ ସେ ସ୍କୁଟର ଯୋଗେ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ବ୍ୟାରିକେଟକୁ ଧକ୍କା ଦେଇ ତଳେ ପଡ଼ିଯାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।