ଦୁରଦିନ୍‌ରେ ବିତୁଛେ ମା’ପୁଓର ଜୀବନ୍‌

ଲୋଇସିଂହା, ୪।୧୧(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କୁଟେନପାଲି ପଁଚେତ୍‌ ଅଧୀନ ଦୁମଦୁମି ଗଁାର ବିଧବା ମହିଲା ଉଷା ଡାଙ୍ଗ(୭୫)। ଗୁଟେବଲି ପୁଓ ଶ୍ରୀରାମ(୫୦) ଆଏଜ୍‌କେ ୩୦ ବଛର ହେଲା ମାନ୍‌ସିକ ରୋଗ୍‌ରେ ପୀଡ଼ିତ ଅଛନ୍‌। ଟଁକା ପଏସା ଅଭାବୁ ତାକର ଚିକିଛା ନାଇଁ ହେଇପାରବାର। ଇଆଡ଼େ ଆପ୍‌ନେ ଆରପାରକେ ଚାଲିଯିବାର ୫ ବଛର ବିତିଯାଇଥିଲେ ବି ଉଷା ବିଧବା ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଅଭାବିଆ ପରିସ୍ଥିତିରେ ମା’ପୁଓ ବଡ଼ାଗୁଲ୍‌ଗୁଲା ହେଇ ଜୀବନ୍‌ ବିତଉଥିଲେ ବି ଆଏଜ୍‌ତକ ପରଶାସନର ନଜର ନାଇଁପଡ଼ି ବଲି ଗଁାବାସୀ ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ଦୁମଦୁମି ଗଁାର ସ୍ବର୍ଗତ କାଳିଆ ଡାଙ୍ଗ। ମାଏକିନା ଉଷା ଆର ପୁଓ ଶ୍ରୀରାମକେ ନେଇ ତାକର ସୁଖର ସଁସାର ଥିଲା। ତାକର ଜମିବାଡ଼ି ବି ୩ ଏକର ଥିଲା। କାଳିଆ ଚାଷ୍‌ବାସ କରି ୩ ପରାନୀ କୁଟୁମ ପୁଷୁଥିଲେ। ହେଲେ ପୁଓ ବଡ଼ ହେଲା ଉତାରୁ କେହେନ୍‌ସି କାରନ୍‌ରୁ ତାକର ମାନ୍‌ସିକ ଥିତି ବିଗିଡ଼ି ଗଲା। ପୁଓକେ ନୁକୋ କରବାର ଲାଗି ଡାଙ୍ଗ ଦମ୍ପତି ଜମିବାଡ଼ି ବିକି ଚିକିଛା କରେଇ ନିରାଶ ହେଲେ। ଇଆଡ଼େ କାଳିଆ ନିଜେ ହାର୍ଣ୍ଣିଆ ରୋଗ୍‌ରେ ପୀଡ଼ିତ ହେଇ ଚିକିଛା କରଉଥିଲେ। ବାପ୍‌ ପୁଓର ଚିକିଛା ଲାଗି ଉଷା ୩ ଏକର ଜମି ବିକି ଦେଲେ। ହେଲେ ଶେଷେ କାଳିଆ ଆଏଁଖ୍‌ ମୁଜିଦେଲେ। ଆପ୍‌ନେ ଆରପାରକେ ଚାଲିଗଲା ଉତାରୁ ଉଷା ଭାଂଗି ପଡ଼ିଛନ୍‌। ବଏସ୍‌ ଅଧ୍‌କା ହେବାର ଲାଗି ସେ ଅପାରୁ ହେଲେନ। ଆଘର ଲେଖେଁ କାମ୍‌ବୁତା କରି ନାଇଁପାରବାର। ଇଆଡ଼େ ଅଭାବ ଅନାଟନ ଲାଗି ପୁଓ ଶ୍ରୀରାମର ଚିକିଛା ବି କରେଇ ନାଇଁପାରବାର। ପଁଚେତ୍‌ରୁ ମିଲୁଥିବାର ୧୦ କେ.ଜି. ପିଡ଼ିଏସ୍‌ ଚାଉଲରେ ମା’ପୁଓ ବଡ଼ାଗୁଲ୍‌ଗୁଲାରେ ଚଲୁଛନ୍‌। ପଁଚେତ୍‌ ତରଫୁ ବିଧବା ଉଷାକୁଁ ଗୁଟେ ପ୍ରଧାନମନ୍ତ୍ରୀ ଆବାସ ଘର ମିଲିଛେ। ହେଲେ ଟଁକା ପଏସା ଅଭାବୁ ସେ ଘରଟା ତିଆରି କରି ନାଇଁପାରବାର। ଏନ୍‌ତାଥି ମା’ପୁଓ ଭଂଗା ଦଦ୍‌ରା ପୁରନା ମାଏଟ୍‌ ଘରେ ବଡ଼ା ଗୁଲ୍‌ଗୁଲା ହେଇ ରହୁଛନ୍‌। ବୁରୁଧ୍‌ ବିଧବା ଉଷାକୁଁ ଭତା ଆର ଶ୍ରୀରାମକଁୁ ସରକାରୀ ଚିକିଛା ସାହାଯ୍‌ ଯୁଗେଇ ଦେବାକେ ଗଁାର ନୃପରାଜ ନାଏକ, ବଳରାମ କଲତା, ଉମେଶ ଗେଜୋ, ରମାକାନ୍ତ ଧରୁଆ, କ୍ଷୀରୋଦ୍ର ଧରୁଆ ପରମୁଖ ଗଁାବାସୀ ଦାବି କରିଛନ୍‌। ଇ ଦିଗେ ଜିଲାପାଳ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ସେମାନେ ଅନୁରୋଧ କରିଛନ୍‌।