ଦୁରଦିନରେ ବୁରୁଧ୍‌ ଦମ୍ପତି: ରାଧାଗୋବିନ୍ଦକଁର ଚିକିଛା ଲାଗି ଟଁକା ଅଭାବ୍‌

 

ଲୋଇସିଂହା, ୮।୧୨(ଡି.ଏନ.ଏ.)-
ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଦର କୁମ୍ଭାରପଡ଼ାର ରାଧାଗୋବିନ୍ଦ ପୁଟେଲ(୭୦)। ମାଏକିନା ଭଗବତୀ ଆର ପଁାଚ୍‌ ପୁଓକୁଁ ନେଇ ତାକର ପରିବାର ହସଖୁସିରେ ଚାଲିଥିଲା। ରାଧାଗୋବିନ୍ଦ ଆର ଭଗବତୀ ଦୁଖ୍‌ସୁଖ କରି କୁଟୁମ ପୁଷୁଥିଲେ। ହେଲେ ଏହେଦେ ବଏସ୍‌ ଅଧ୍‌କା ହେବାର ଲାଗି ରାଧାଗୋବିନ୍ଦ ଅଁଟା ସଲ୍‌ଖେଇ ଚାଲି ନାଇଁପାରବାର, ଭୁଜ୍‌ନି ହାତ୍‌ କାମ୍‌ ନାଇଁ କରବାର। ଗଲା ଦୁଇ ବଛର ହେଲା ସେ ଖଟେ ପଡ଼ିଛନ୍‌। ଇଆଡ଼େ ଟଁକା ପଏସା ଅଭାବୁ ଚିକିଛା କରେଇ ନାଇଁପାରବାର। ନିଜର ଭାଏଗ୍‌କେ ଆଦ୍‌ରି ଭଂଗା ଦଦ୍‌ରା ମାଏଟ୍‌ କୁରିଆରେ ପଡ଼ିରହିଛନ୍‌। ଗଲା ୩ ବଛର ଭିତରେ ସେ ଦୁଇ ବଡ଼ ପୁଓକୁଁ ହରେଇଛନ୍‌। ଏନ୍‌ତାଥି ସେ ଆହୁରି ଭାଂଗି ପଡ଼ିଛନ୍‌। ଇଆଡ଼େ ସାନପୁଓ ତାମିଲନାଡୁକେ ଗଲା ୬ ମାସ ହେଲା ଦାଦନ ଖଟି ଯାଇଛନ୍‌।
ସୂଚନା ଅନ୍‌ସାରେ ରାଧାଗୋବିନ୍ଦକଁର ଜମିବାଡ଼ି ବଲି କିଛି ନାଇଁ, ଖାଲି ଘରଡିହ ଖଁଡ଼େ ରହିଛେ। ସେ ମାଲି ସମାଜର ହେଇଥିଲାବେଲେ ଘର ପାସର ଝନକର ଚାଷ୍‌ ଜମିକେ ବଁଧକ୍‌ ରଖି ପନିପରିବା ଚାଷ୍‌ କରୁଥିଲେ। ସେଥ୍‌ରୁ ସେ ନିଜର ପିଲାଛୁଆକୁ ପାଲପୋଷ କରବାର ସଂଗେ ୪ ପୁଓକୁ ବିହାଚୁରା କରିଥିଲେ। କୁଟୁମ ବଢ଼ଲା ଉତାରୁ ପୁଓମାନେ ଅଲଗେ ରହୁଥିଲେ। ହେଲେ ଗଲା ୩ ବଛର ତଲେ ବଡ଼ ପୁଓ ଘନର ମୁର୍‌ତୁ ହେଇଥିଲା। ଇତାର ବଛ୍‌ରେ ଉତାରୁ ଦୁଇ ନମର ପୁଓ ଦଶରଥକଁର ମୁର୍‌ତୁ ହେଇଥିଲା। ଇ ସବୁ କଥା ଭାଲି ଭାଲି ରାଧାଗୋବିନ୍ଦ ଦିନୁଦିନ୍‌କେ ବଢ଼େ ରୁଗୀଆ ହେଇଯାଉଛନ୍‌। ଧାର ଉଧାର କରି ରାଧାଗୋବିନ୍ଦ ବୁର୍ଡା, ଦିଗଶିରା, ନରିଆବାହାଲି ଲେଖେଁ ଜାଗାକେ ଯାଇ ଚିକିଛା କରଉଛନ୍‌। ହେଲେ କିଛି ଲାଭ୍‌ ନାଇଁ ହେବାର। ତାହାକୁ ଭତା ମିଲୁଛେ, ପଁଚେତ୍‌ରୁ ମାସିକ ମିଲୁଥିବାର ୧୫ କେ.ଜି. ଚାଉଲରେ ବୁରୁଧ୍‌ ଦମ୍ପତି ଦିନ୍‌ ବିତଉଛନ୍‌। ୬୦ ଟପି ଯାଇଥିଲେ ବି ଆଏଜ୍‌ତକ ମୋତେ ଭତା ନୁହେମିଲେ। ସାନପୁଓର ନଁାରେ ମିଲୁଥିବାର ଚାଉଲ କୁଟାକେ କାଟି ଦିଆଯାଇଛେ। ଇ ବାବ୍‌ଦେ ପଁଚେତ୍‌ କତୁରପକ୍ଷକୁଁ କହେଲେ ବି ନାଇଁ ଶୁନବାର। ମୋର ଆପ୍‌ନେର ଉଷୋକଷା ଖରଚ୍‌ ଆର ଘର ଚଲାବାର ଲାଗି ଇ ବୁଢ଼ି ବଏସେ ବି ମୋତେ ପରହର ଘରେ କାମ୍‌ କରବାକେ ପଡ଼ୁଛେ। ଘରର ଅବସ୍‌ତା ନାଇଁ କହେବାର ଭଲ୍‌। ଘରର କବାଟ ନଁାଇଁନ ଯେ ସିମେଟ ପାଲ ଢାପି ରହୁଛୁଁ। ଆମର ଦୁଖ୍‌ ଶୁନବାକେ କେହି ନାଇଁ ବଲି ଭଗବତୀ ଅଭିଯୋଗ କରିଛନ୍‌। ରାଧାଗୋବିନ୍ଦକଁର ଚିକିଛା ଆର ତାହାକୁ ଗୁଟେ ହ୍ବିଲ ଚେୟାର ଯୁଗେଇ ଦେବାକେ ଦାବି ହେଉଛେ। ଇ ବାବ୍‌ଦେ ଏବିଡିଓ ବିଜୟ କୁମାର ହୋତାକୁଁ ପଚ୍‌ରାଲାରୁ ଆବେଦନ କଲେ ସୋମବାର ତାହାକୁ ହ୍ବିଲ ଚେୟାର ଯୁଗେଇ ଦିଆଯିବା। ଭଗବତୀକଁର ଭତାର ଲାଗି ବେବସ୍‌ତା କରାଯିବା ଆର ତାଲିକାରେ ଥିଲେ ନିହାତି ଭାବେ ଆବାସ ଯୋଜନାରେ ଘର ପାଏବେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri