Categories: ଜାତୀୟ

ଦୁମ୍‌କାରେ ମିଳିତ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ: ଜଣେ ଯବାନ ଶହୀଦ୍‌

ରାଞ୍ଚି, ୨।୬: ଝାଡ଼ଖଣ୍ଡ ଦୁମ୍‌କାରେ ମିଳିତ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଜଣେ ଏସଏସ୍‌ବି ଯବାନ ଶହୀଦ୍‌ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଚିକିତ୍ସା ପାଇଁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେହିପରି ଜଣେ ଏସଏସ୍‌ବି ଯବାନ ରାଜେଶ ରାୟଙ୍କୁ ହେଲିକପ୍ଟରରେ ଚିକିତ୍ସା ଲାଗି ରାଞ୍ଚି ପଠାଯାଇଛି। ରାଣୀଶ୍ୱରୀ ଥାନା ଅନ୍ତର୍ଗତ କଟାଳିଆରେ ହୋଇଥିବା ଏହି ଘଟଣାରେ ୫ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।

Share