ଦୁଇ ମାସ ଧରି ହଷ୍ଟେଲରେ ନାହିଁ ବିଦ୍ୟୁତ୍‌: ଲଣ୍ଠନକୁ ଭରସା କରି ପାଠ ପଢ଼ୁଛନ୍ତି ଛାତ୍ର

ମୁନିଗୁଡା,୨୩।୧୦(ଡି.ଏନ୍‌.ଏ.): ସରକାର ଆଦିବାସୀ ଛାତ୍ରୀଛାତ୍ର ମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ଅନେକ ଯୋଜନା କରୁଛନ୍ତି। ଛାତ୍ରୀଛାତ୍ର ମାନଙ୍କୁ ରହିବା ଓ ଖାଇବା ସହ ସମସ୍ତ ପ୍ରକାରର ସୁବିଧା ଦେଇ ପାଠ ପଢ଼ିବା ନିମନ୍ତେ ବିଭିନ୍ନ ହଷ୍ଟେଲ ଖୋଲାଯାଇଛି। ହେଲେ ସେଠାରେ ସାଧାରଣ ସମସ୍ୟାଗୁଡ଼ିକର ନିରାକରଣ କରାଯାଇପାରୁନାହିଁ। ଫଳରେ ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ଧରି ବିଦ୍ୟୁତ ସଂଯୋଗ ହୋଇ ନ ପାରିବା ଯୋଗୁ ଛାତ୍ରମାନେ ରାତିରେ ଲଣ୍ଠନ ଉପରେ ହିଁ ଭରସା କରି ରହିବା ସହ ପାଠ ପଢ଼ୁଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ କୁମୁଡାବାଲି ସ୍ଥିତ ୪୦ ଶଯ୍ୟା ବିଶିଷ୍ଟ ହଷ୍ଟେଲରେ l

ଆଦିବାସୀ ଉର୍ଣ୍ଣୟନ ବିଭାଗ ତରଫରୁ ଚାଲିଥିବା ଏହି ହଷ୍ଟେଲରେ ୪୦ ଜଣ ଛାତ୍ର ରହି କୁମୁଡାବାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ଏହି ୪୦ ଶଯ୍ୟା ବିଶିଷ୍ଟ ହଷ୍ଟେଲରେ ସ୍ଥାଇ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ। ପୂର୍ବରୁ ଏହି ହଷ୍ଟେଲକୁ ଅସ୍ଥାୟୀ ଭାବେ ବିଦ୍ୟୁତ ଯୋଗାଇ ଦିଆ ଯାଇଥିଲା। କିନ୍ତୁ ଗତ ଦୁଇ ମାସରୁ ଉର୍ଦ୍ଧ୍ୱ ଦିନ ହେବ ବିଦ୍ୟୁତ କାଟି ଦିଆଯାଇଛି। ବିଭାଗ ତରଫରୁ ହଷ୍ଟେଲରେ ଲାଇଟ୍‌ ଓ ଫ୍ୟାନ୍‌ ଲଗାଯାଇଥିଲେ ସୁଦ୍ଧା ତାହା ଚାଲୁନାହିଁ। ଫଳରେ ଛାତ୍ରମାନେ ଦିନରେ ଗରମରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ରାତ୍ର ସମୟରେ ବାଧ୍ୟ ହୋଇ ଲଣ୍ଠନ କିମ୍ବା ବ୍ୟାଟେରୀ ଚାଳିତ ଲାଇଟ୍‌ ଲଗାଇ ପାଠ ପଢ଼ୁଛନ୍ତି। ଏପରିକି ସନ୍ଧ୍ୟା ପରଠାରୁ ସମସ୍ତ କାର୍ଯ୍ୟ ସେହି ଲାଇଟ୍‌ରେ କରିବାକୁ ପଡ଼ୁଛି। ଏହାକୁ ନେଇ ଛାତ୍ରଙ୍କଠାରୁ ଆରମ୍ଭ କରି ଅଭିଭାବକମାନଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି। ଶୀଘ୍ର ଘଟଣାର ସ୍ଥାୟୀ ସମାଧାନ କରା ନ ଗଲେ ପିଲାମାନଙ୍କୁ ଘରକୁ ନେଇଯିବା ଲାଗି ଅଭିଭାବକମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଏଥିସହ ଯଥାଶୀଘ୍ର ଏହି ହଷ୍ଟେଲର ବିଦ୍ୟୁତ ସଂଯୋଗୀକରଣର ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି।

ଏନେଇ ହଷ୍ଟେଲ ଦାୟିତ୍ୱରେ ଥିବା ତଥା ପ୍ରଧାନ ଶିକ୍ଷକ ବୃନ୍ଦାବନ ମାଣ୍ଡିକାଙ୍କୁ ପଚାରି ବୁଝିବାରୁ ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ଦିନ ଧରି ବିଦ୍ୟୁତ ନ ଥିବାରୁ ନିଶ୍ଚିତ ଭାବେ ଛାତ୍ର ମାନେ ବହୁ ଅସୁବିଧାରେ ରହୁଛନ୍ତି। ଏହି ସମସ୍ୟାକୁ ନେଇ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ବହୁବାର ଜଣାଇ ଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ କି ବିଦ୍ୟୁତ ସଂଯୋଗ ମଧ୍ୟ ହୋଇପାରିନାହିଁ ବୋଲି କହିଛନ୍ତି l ଏନେଇ ମୁନିଗୁଡା ଡବ୍ଲୁଇଓ(ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ) ଭାଗିରଥି ସାହୁଙ୍କୁ ପଚାରିବାରୁ ସେ ବିଷୟରେ ଅବଗତ ଗତ ଥିବା ସହ ଶୀଘ୍ର ଏହାର ସ୍ଥାୟୀ ସମାଧାନ କରାଯାଇ ହଷ୍ଟେଲରେ ବିଦ୍ୟୁତ ସଂଯୋଗ କରାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri