ଦୁଇ ପୁଅଙ୍କୁ ହତ୍ୟାକରି ମା’ଙ୍କ ଆତ୍ମହତ୍ୟା

ଭବାନୀପାଟଣା,୯।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଂଝରଣ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସ୍ବାମୀଙ୍କ ଅନୁପସ୍ଥିତରେ ନିଜର ୨ ପୁଅଙ୍କୁ ଗଳାକାଟି ହତ୍ୟା କରି ନିଜେ ମା’ ରେଳଧାରଣାରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ଦୁଇ ପୁଅ ରବୀନ୍ଦ୍ର ମାଝି(୪), ଦୁଷ୍ମନ୍ତ ମାଝି(୬) ଓ ମୃତ ମା’ ହେଲେ ବିମଳା ମାଝି ।
ମୃତ ବିମଳାଙ୍କ ସ୍ବାମୀ ଲିଙ୍ଗା ମାଝି କିଛିଦିନ ତଳେ ଦ୍ୱିତୀୟ ବିବାହ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗିରହିଥିଲା। ମାନସିକ ଭାରସାମ୍ୟ ହରାଇ ବିମଳା ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି। ଖବର ପାଇ ଭବାନୀପାଟଣା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛି ।