ଦୁଇ ନୂଆ କାରିଗରିକୁ ମିଳିବ ହସ୍ତଶିଳ୍ପ ମାନ୍ୟତା

ଭୁବନେଶ୍ୱର,୭ା୮(ବ୍ୟୁରୋ): ଓଡ଼ିଶାର ଦୁଇ ନୂଆ କାରିଗରିକୁ ମିଳିବ ହସ୍ତଶିଳ୍ପର ମାନ୍ୟତା। କୁମ୍ଭକାରମାନଙ୍କୁ ହସ୍ପଶିଳ୍ପୀ ବର୍ଗରେ ସାମିଲ କରିବା ସହ ସେମାନଙ୍କ କାରିଗରିକୁ ହସ୍ତଶିଳ୍ପର ମାନ୍ୟତା ଦେବାକୁ ଚିନ୍ତାକରିଛି ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ। ଏହାବ୍ୟତୀତ ବିଶ୍ୱପ୍ରସିଦ୍ଧ ଓଡ଼ିଶାର ଆଦିବାସୀ ଚିତ୍ରକଳା (ଟ୍ରାଇବାଲ୍‌ ଆର୍ଟ)କୁ ମଧ୍ୟ ରାଜ୍ୟ ସରକାର ହସ୍ତଶିଳ୍ପର ମାନ୍ୟତା ଦେବାକୁ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଖୁବ୍‌ଶୀଘ୍ର ଉଭୟ କାରିଗରି ହସ୍ତଶିଳ୍ପର ମାନ୍ୟତା ପାଇବ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ଯୁଗ୍ମସଚିବ ଅଞ୍ଜନା ପଣ୍ଡା। ରାଜ୍ୟରେ ଏବେ ୫୦ ମାନ୍ୟତାପ୍ରାପ୍ତ ହସ୍ତଶିଳ୍ପ ରହିଥିବାବେଳେ ଆଉ ଦୁଇ କାରିଗରି ସାମିଲ ହେଲେ ଏହି ସଂଖ୍ୟା ୫୨ରେ ପହଞ୍ଚତ୍ବ।
ଓଡ଼ିଶାରେ ୬୨ ଭିନ୍ନ ଜନଜାତି ସମ୍ପ୍ରଦାୟ ବସବାସ କରନ୍ତି। ପ୍ରତି ସମ୍ପ୍ରଦାୟର ନିଜର ସ୍ବତନ୍ତ୍ର ଚିତ୍ରକଳା ଶୈଳୀ ରହିଥିବାବେଳେ ଏହା ବିଭିନ୍ନ ସାମାଜିକ କଥା କାହାଣୀ ଉପରେ ପର୍ଯ୍ୟବସିତ ଥାଏ। ମଣିଷ, ହାତୀ, ଘୋଡ଼ା, ସୂର୍ଯ୍ୟ, ଚନ୍ଦ୍ର, ବୃକ୍ଷଲତା ଆଦିକୁ ନେଇ ଅଙ୍କାଯାଉଥିବା ସଉରା ଚିତ୍ରକଳାର ଆଦୃତି କେବଳ ଦେଶରେ ନୁହେଁ, ଦେଶ ବାହାରେ ମଧ୍ୟ ରହିଛି। ପ୍ରାକୃତିକ ରଙ୍ଗ ଓ ପ୍ରାକୃତିକ ସାମଗ୍ରୀର ବ୍ୟବହାର କରି ଅଙ୍କାଯାଉଥିବା ଜନଜାତି ଚିତ୍ରକଳା ପରିବେଶ ସୁରକ୍ଷାର ବାର୍ତ୍ତା ବହନ କରିଥାଏ। ହସ୍ତଶିଳ୍ପର ମାନ୍ୟତା ମିଳିଲେ ଧୀରେ ଧୀରେ ଲୋପ ପାଇଯାଉଥିବା ଏହି ବିରଳ କାରିଗରିର ପ୍ରଚାର ପ୍ରସାର କରାଯାଇପାରିବ।
ସେହିଭଳି ହାଣ୍ଡି, ମାଠିଆ ତଥା ପାରମ୍ପରିକ କୁମ୍ଭାର ଶିଳ୍ପକୁ ମଧ୍ୟ ହସ୍ତଶିଳ୍ପର ମାନ୍ୟତା ମିଳିବ। ସୂକ୍ଷ୍ମ ତଥା ନିଖୁଣ କାରିଗରି କାମ ହୋଇ ନଥିବାରୁ କୁମ୍ଭାର ଶିଳ୍ପକୁ ହସ୍ତଶିଳ୍ପର ମାନ୍ୟତା ମିଳୁ ନଥିଲା। ଏମ୍‌ଏସ୍‌ଏମ୍‌ଇ ବିଭାଗ ଅଧୀନରେ ରହିଥିବା ଏହି ଶିଳ୍ପକୁ ହସ୍ତଶିଳ୍ପ ବିଭାଗରେ ସାମିଲ କରିବାକୁ ଯୋଜନା ହୋଇଥିବା ଯୁଗ୍ମସଚିବ ପଣ୍ଡା କହିଛନ୍ତି।
ସୂଚନାଯୋଗ୍ୟ, ଡୋକ୍ରା, ଟେରାକୋଟା, ଚାନ୍ଦୁଆ, ନଡ଼ିଆ କତା କାରିଗରି, ଜନଜାତି ଅଳଙ୍କାର, ଶିଙ୍ଘ କାମ, ପଥର ଓ କାଠ କାରିଗରୀ, ବାଉଁଶ କଳାକୃତି, ପଟଚିତ୍ର, ଟସର ଚିତ୍ରକଳା, ଝୋଟ ଓ ଜରି କାମ, ଏମ୍ବ୍ରୋଡରୀ, ଗୋଲ୍ଡେନ୍‌ ଗ୍ରାସ୍‌, ଚାନ୍ଦି କାମ, ସବାଇ ଘାସ କଳାକୃତି ଭଳି ୫୦ଟି ଶିଳ୍ପକୁ ରାଜ୍ୟ ସରକାର ହସ୍ପଶିଳ୍ପର ମାନ୍ୟତା ଦେଇଥିବା ବେଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ମାନ୍ୟତାପ୍ରାପ୍ତ ୭୨ଟି କଳାକୃତି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri