ଦୁଇ ନୂଆ କାରିଗରିକୁ ମିଳିବ ହସ୍ତଶିଳ୍ପ ମାନ୍ୟତା

ଭୁବନେଶ୍ୱର,୭ା୮(ବ୍ୟୁରୋ): ଓଡ଼ିଶାର ଦୁଇ ନୂଆ କାରିଗରିକୁ ମିଳିବ ହସ୍ତଶିଳ୍ପର ମାନ୍ୟତା। କୁମ୍ଭକାରମାନଙ୍କୁ ହସ୍ପଶିଳ୍ପୀ ବର୍ଗରେ ସାମିଲ କରିବା ସହ ସେମାନଙ୍କ କାରିଗରିକୁ ହସ୍ତଶିଳ୍ପର ମାନ୍ୟତା ଦେବାକୁ ଚିନ୍ତାକରିଛି ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ। ଏହାବ୍ୟତୀତ ବିଶ୍ୱପ୍ରସିଦ୍ଧ ଓଡ଼ିଶାର ଆଦିବାସୀ ଚିତ୍ରକଳା (ଟ୍ରାଇବାଲ୍‌ ଆର୍ଟ)କୁ ମଧ୍ୟ ରାଜ୍ୟ ସରକାର ହସ୍ତଶିଳ୍ପର ମାନ୍ୟତା ଦେବାକୁ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଖୁବ୍‌ଶୀଘ୍ର ଉଭୟ କାରିଗରି ହସ୍ତଶିଳ୍ପର ମାନ୍ୟତା ପାଇବ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ଯୁଗ୍ମସଚିବ ଅଞ୍ଜନା ପଣ୍ଡା। ରାଜ୍ୟରେ ଏବେ ୫୦ ମାନ୍ୟତାପ୍ରାପ୍ତ ହସ୍ତଶିଳ୍ପ ରହିଥିବାବେଳେ ଆଉ ଦୁଇ କାରିଗରି ସାମିଲ ହେଲେ ଏହି ସଂଖ୍ୟା ୫୨ରେ ପହଞ୍ଚତ୍ବ।
ଓଡ଼ିଶାରେ ୬୨ ଭିନ୍ନ ଜନଜାତି ସମ୍ପ୍ରଦାୟ ବସବାସ କରନ୍ତି। ପ୍ରତି ସମ୍ପ୍ରଦାୟର ନିଜର ସ୍ବତନ୍ତ୍ର ଚିତ୍ରକଳା ଶୈଳୀ ରହିଥିବାବେଳେ ଏହା ବିଭିନ୍ନ ସାମାଜିକ କଥା କାହାଣୀ ଉପରେ ପର୍ଯ୍ୟବସିତ ଥାଏ। ମଣିଷ, ହାତୀ, ଘୋଡ଼ା, ସୂର୍ଯ୍ୟ, ଚନ୍ଦ୍ର, ବୃକ୍ଷଲତା ଆଦିକୁ ନେଇ ଅଙ୍କାଯାଉଥିବା ସଉରା ଚିତ୍ରକଳାର ଆଦୃତି କେବଳ ଦେଶରେ ନୁହେଁ, ଦେଶ ବାହାରେ ମଧ୍ୟ ରହିଛି। ପ୍ରାକୃତିକ ରଙ୍ଗ ଓ ପ୍ରାକୃତିକ ସାମଗ୍ରୀର ବ୍ୟବହାର କରି ଅଙ୍କାଯାଉଥିବା ଜନଜାତି ଚିତ୍ରକଳା ପରିବେଶ ସୁରକ୍ଷାର ବାର୍ତ୍ତା ବହନ କରିଥାଏ। ହସ୍ତଶିଳ୍ପର ମାନ୍ୟତା ମିଳିଲେ ଧୀରେ ଧୀରେ ଲୋପ ପାଇଯାଉଥିବା ଏହି ବିରଳ କାରିଗରିର ପ୍ରଚାର ପ୍ରସାର କରାଯାଇପାରିବ।
ସେହିଭଳି ହାଣ୍ଡି, ମାଠିଆ ତଥା ପାରମ୍ପରିକ କୁମ୍ଭାର ଶିଳ୍ପକୁ ମଧ୍ୟ ହସ୍ତଶିଳ୍ପର ମାନ୍ୟତା ମିଳିବ। ସୂକ୍ଷ୍ମ ତଥା ନିଖୁଣ କାରିଗରି କାମ ହୋଇ ନଥିବାରୁ କୁମ୍ଭାର ଶିଳ୍ପକୁ ହସ୍ତଶିଳ୍ପର ମାନ୍ୟତା ମିଳୁ ନଥିଲା। ଏମ୍‌ଏସ୍‌ଏମ୍‌ଇ ବିଭାଗ ଅଧୀନରେ ରହିଥିବା ଏହି ଶିଳ୍ପକୁ ହସ୍ତଶିଳ୍ପ ବିଭାଗରେ ସାମିଲ କରିବାକୁ ଯୋଜନା ହୋଇଥିବା ଯୁଗ୍ମସଚିବ ପଣ୍ଡା କହିଛନ୍ତି।
ସୂଚନାଯୋଗ୍ୟ, ଡୋକ୍ରା, ଟେରାକୋଟା, ଚାନ୍ଦୁଆ, ନଡ଼ିଆ କତା କାରିଗରି, ଜନଜାତି ଅଳଙ୍କାର, ଶିଙ୍ଘ କାମ, ପଥର ଓ କାଠ କାରିଗରୀ, ବାଉଁଶ କଳାକୃତି, ପଟଚିତ୍ର, ଟସର ଚିତ୍ରକଳା, ଝୋଟ ଓ ଜରି କାମ, ଏମ୍ବ୍ରୋଡରୀ, ଗୋଲ୍ଡେନ୍‌ ଗ୍ରାସ୍‌, ଚାନ୍ଦି କାମ, ସବାଇ ଘାସ କଳାକୃତି ଭଳି ୫୦ଟି ଶିଳ୍ପକୁ ରାଜ୍ୟ ସରକାର ହସ୍ପଶିଳ୍ପର ମାନ୍ୟତା ଦେଇଥିବା ବେଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ମାନ୍ୟତାପ୍ରାପ୍ତ ୭୨ଟି କଳାକୃତି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ମା’ ସମଲେଶ୍ୱରୀଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ: ସମ୍ପନ୍ନ ହେଲା ପାରମ୍ପରିକ ‘ଖଣ୍ଡାଧୁଆ’ ନୀତି

ବରଗଡ଼, ୧୮/୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପବିତ୍ର ଚୈତ୍ର ନବରାତ୍ର ବା ବାସନ୍ତୀକ ନବରାତ୍ର ପୂଜା ପାଇଁ ଶୁଭାରମ୍ଭ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋଟଗଡ଼ରେ ବାଘ ଆତଙ୍କ: ଲଗାଗଲା ସ୍ବତନ୍ତ୍ର କ୍ୟାମେରା, ଗର୍ଜନରେ ଅଞ୍ଚଳବାସୀ ଭୟଭୀତ

ବାଲିଗୁଡା, ୧୮।୩ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକରେ ବାଘର ଗର୍ଜନକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଖେଳିଯାଇଛି।…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

ବ୍ରାହ୍ମଣୀଗାଁରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର; ଯୋଗଦେଲେ ୨୫୦ଜଣ, ଚି଼ହ୍ନଟ ହେଲେ ୧୮୫

ଦାରିଙ୍ଗବାଡି,ବ୍ରାହ୍ମଣୀଗାଁ,୧୮।୩(ଅରୁଣ ସାହୁ/ମନୋରଞ୍ଜନ ରଣା ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବୁଧବାର ୨୦୨୫/୨୬ଆର୍ଥିକ ବର୍ଷର ଦ୍ଵିତୀୟ ପର୍ଯ୍ୟାୟ ଭୀମଭୋଇ…

ଲିଭ୍‌ ଇନ୍‌ରେ ରହି ଯୁବତୀଙ୍କୁ କରି ଆସୁଥିଲେ ବଳାତ୍କାର, କୌଶଳ କ୍ରମେ ହୋଇଯାଇଥିଲେ ଫେରାର, ଅଭିଯୁକ୍ତଙ୍କୁ ବାନ୍ଧିି…

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର): ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପାଟପୁର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri