ଦୁଇ ଦିନ୍‌ ଉତାରୁ ନୂଅଁ।ଖାଇ:ଘର ସଜାବାରେ ସଭେ ବାଇ

ଘଣ୍ଟାପଡା, ୩୧।୮ (ଡି.ଏନ୍‌.ଏ.):
ଦୁଇ ଦିନ୍‌ ଉତାରୁ ଗଁାଗଁଲିରୁ ସହର ତକ୍‌ ସବୁନେ ଜାକ୍‌ଜମକରେ ପାଲନ ହେବା ପଶ୍ଚିମ ଓଡ଼ିଶାର ସିଘା ପରବ୍‌ ନୂଅଁାଖାଇ। ସେଥିରଲାଗି ଗଁାରୁ ସହର ତକ୍‌ ସବୁଠାନେ ଜୁକାନ ବଜାର, ହାଟ ହଟଲି, ବସ୍‌ଷ୍ଟାଣ୍ଡ, ରେଲ ଷ୍ଟେଶନରେ ଭିଡ଼ ଦେଖ୍‌ବାକେ ମିଲୁଛେ। ବାହାରେ ରହୁଥିବାର ଲୋକ୍‌ମାନେ ନୂଅଁାଖାଇର ଲାଗି ଗଁାମୁହଁା ହେଇଛନ୍‌। ଗଁାଗଁଡ଼ା ସବୁନେ ଘରର ମହିଲାମାନେ ଘର ଧୁଆରେଥା କରବାର ସଂଗେ ଲିପାଘସା କରୁଛନ୍‌। ଘରର ସବୁ ପୁରନା କପଡ଼ାଲତା, ଖଟପିଁଢ଼ା, ଭୁଗାଟୁପା ସବୁ ଧୁଆରେଥା ହେଲାନ। ହୁଏତ ଚଲତି ବଛର ବରଷା ପାଏନ୍‌ ଅଭାବୁ ଘଣ୍ଟାପଡ଼ା ଅଂଚଲରେ ଚାଷବାସ କାଯ୍‌ ପଛେଇ ଯାଇଥିଲା। ସେନ୍‌ତା ପଛେ ଲଘୁଚାପ ବରଷା ପରଭାବରେ ହେଇଥିବାର ବଢ଼ି ଲାଗି ଅଂଚଲର ଚାଷୀ ଅନେକ କ୍ଷୟକ୍ଷତି ସହିଛନ୍‌। ସେଥିରଲାଗି ହୁଏତ ନୂଅଁାଖାଇ ପରବ୍‌ଟା ଅଂଚଲରେ ଟିକେ ଫିକା ପଡ଼ିପାରେ। ହେଲେ ବାପ୍‌ଅଜା ଅମଲୁ ଚଲିଆସୁଥିବାର ଇ ପରବ୍‌ଟା ନିଜର ନିଜର ଭିତରେ ରହିଥିବାର ମତଭେଦ, ରାଗ୍‌ରୁଷାକେ ଭୁଲେଇ ସମ୍‌କୁ ଏକ୍‌ କରସି। ସେଥିରଲାଗି ଅଂଚଲବାସୀ ନୂଅଁାଖାଇ ସଜବାଜରେ ଲାଗିପଡ଼ିଛନ୍‌।