ଦୁଇ ଦିନରେ ନିବେଶକ ହରାଇଲେ ୩.୭୯ ଲକ୍ଷ କୋଟି

ମୁମ୍ବାଇ,୨୦-୭: ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ)ଙ୍କ ପାଇଁ ଉଦ୍ଦିଷ୍ଟ ଟିକସ ହ୍ରାସ ଦାବିକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ପ୍ରତ୍ୟାଖାନ କରିଦେଇଛନ୍ତି। ଫଳସ୍ବରୂପ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ହେବ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଚ ସେନ୍‌ସେକ୍ସ ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି ହ୍ରାସ ପାଇଛି। ଗୁରୁବାର ସେନ୍‌ସେକ୍ସ ୩୧୮.୧୮ ଏବଂ ନିଫ୍ଟି ୯୦.୬୦ ପଏଣ୍ଟ ହ୍ରାସ ପାଇଥିଲା। ଶୁକ୍ରବାର ଏହି ଧାରା ଜାରି ରହିଥିଲା ଏବଂ ସେନ୍‌ସେକ୍ସ ୫୬୦.୪୫ ପଏଣ୍ଟ ହ୍ରାସ ପାଇ ୩୮,୩୩୭.୦୧ ଏବଂ ନିଫ୍ଟି ୧୭୭.୬୫ ପଏଣ୍ଟ କମି ୧୧,୪୧୯.୨୫ରେ ବନ୍ଦ ହୋଇଛି। ଫଳରେ ଗତ ଦୁଇ ଦିନରେ ନିବେଶକଙ୍କର ୩.୭୯ ଲକ୍ଷ କୋଟି ଟଙ୍କା ବୁଡ଼ି ଯାଇଛି। କର୍ପୋରେଟଗୁଡ଼ିକର ନିରାଶାଜନକ ତ୍ରୈମାସିକ ଫଳାଫଳ, ମୌସୁମୀର ଅଣଦେଖା, ଅଶୋଧିତ ତୈଳ ଦର ହଠାତ ୨% ବୃଦ୍ଧି ହେବାକୁ ନେଇ ନିବେଶକ ନିରାଶ ଥିବା ବେଳେ ଗୁରୁବାର ବଜେଟ ଆଲୋଚନାରେ ଅଂଶଗ୍ରହଣ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଅତି ଧନୀଙ୍କ ଠାରୁ ସରଚାର୍ଜ ଆଦାୟ କରିବା ନେଇ ସୃଷ୍ଟି ହୋଇଥିବା ଆଶଙ୍କାକୁ ଆଧାରହୀନ ଦର୍ଶାଇ ଖାରଜ କରିଦେଇଥିଲେ। ଏଫ୍‌ପିଆଇଙ୍କ ଉପରେ ଲାଗୁ ହେଉଥିବା ସରଚାର୍ଜକୁ ପ୍ରତ୍ୟାଖ୍ୟାନ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ଏହା ଏଫ୍‌ପିଆଇଙ୍କୁ ନିରାଶ କରିଛି। ସେମାନେ ଗତ ଦୁଇ ଦିନ ହେବ ମାର୍କେଟରେ ବିକ୍ରି ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ

ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

BSNL ଆଣିଲା ଖୁସିଖବର: ଏଣିକି ଶସ୍ତାରେ ମିଳିବ ଇଣ୍ଟରନେଟ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୧୫।୧୨: ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ନିରନ୍ତର ଭାବରେ ଏହାର ଉପଭୋକ୍ତାମାନଙ୍କୁ ସୁଲଭ ଯୋଜନା ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ,...

Gold Silver Price: ୨୦ ବର୍ଷରେ ରେକର୍ଡ ଭାଙ୍ଗିଲା ରୂପା ଦର, ଆଜି ପୁଣି ବଢ଼ିଲା ସୁନା

ନୂଆଦିଲ୍ଲୀ,୧୫।୧୨: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଉଛି । ଯଦି ଦେଖାଯାଏ, ତେବେ ରୂପା ଦର ୧୨ହଜାରରୁ ୨...

SBI, HDFC ଏବଂ ICICI ବ୍ୟାଙ୍କକୁ ନେଇ RBI ଜାରି କଲା ବଡ଼ ଅପଡେଟ, ଆକାଉଣ୍‌ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୩।୧୨:ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଘୋଷଣା କରିଛି ଯେ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI), HDFC ବ୍ୟାଙ୍କ ଏବଂ ICICI ବ୍ୟାଙ୍କ ଘରୋଇ ସିଷ୍ଟମଲିକାଲି ଇମ୍ପୋର୍ଟଣ୍ଟ...

ପ୍ରଥମ ଚାକିରିରୁ ଏହିଥିରେ କରନ୍ତୁ ନିବେଶ, ଯୁବପିଢିଙ୍କୁ ମିଳିବ ମୋଟା ଅଙ୍କର ଟଙ୍କା!

ନୂଆଦିଲ୍‌ଲୀ,୧୩।୧୨: ଆଜି ଆପଣ କରୁଥିବା ନିବେଶ କାଲି ଖରାପ ସମୟରେ ଆପଣଙ୍କର ସବୁଠାରୁ ଭଲ ବନ୍ଧୁ। ଏହି କାରଣରୁ ସମସ୍ତେ ସଞ୍ଚୟ ଏବଂ ନିବେଶକୁ ପ୍ରାଥମିକତା...

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri