ଦୁଇ ଦିନରେ କଟିଲାଣି ୭ ଲକ୍ଷ ଟଙ୍କାର ଚାଲାଣ

କଟକ ଅଫିସ,୨୭ା୩: ରାଜ୍ୟରେ ‘ଲକ୍‌ଡାଉନ୍‌’ ନିର୍ଦ୍ଦେଶ ବଳବତ୍ତର ଥିଲେ ସୁଦ୍ଧା ଲୋକେ ଏହାକୁ ଖାମଖିଆଲ ଭାବେ ନେଉଛନ୍ତି। ଫଳସ୍ବରୂପ ଗତ ଦୁଇ ଦିନରେ କଟକ ସହରରେ ଗାଡ଼ିଚାଳକମାନଙ୍କଠାରୁ ପୋଲିସ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଚାଲାଣ କାଟିସାରିଲାଣି। ବିଭିନ୍ନ ଥାନା ପକ୍ଷରୁ ଛକଗୁଡ଼ିକରେ କଡ଼ାକଡ଼ି ଯାଞ୍ଚ କରାଯାଉଛି। ବିନା କାରଣରେ ରାସ୍ତାରେ ବୁଲୁଥିବା ଗାଡ଼ି ଚାଳକଙ୍କ ଉପରେ ଜରିମାନା ଦଣ୍ଡାଦେଶ ମିଳୁଛି। ଗତ ୨୪ ତାରିଖରେ ମୋଟ୍‌ ୫ ଲକ୍ଷ ୪୩ ହଜାର ୫୦୦ ଟଙ୍କାର ଚାଲାଣ କଟାଯାଇଛି। ୨୫ ତାରିଖରେ ୧ ଲକ୍ଷ ୭୮ ହଜାର ଟଙ୍କା ଚାଲାଣ କଟାଯାଇଥିବା ଟ୍ରାଫିକ ଥାନା ପକ୍ଷରୁ ସୂଚନା ମିଳିଛି। ଏହାବ୍ୟତୀତ ବେଆଇନ ଭାବେ ପାନ, ଗୁଟ୍‌ଖା ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ଗିରଫ କରାଯାଉଛି।