ଦୁଇମାସ ପୂରିନି : ପିଚୁ ଉଠି ଗଲାଣି

ପାଟଣା,୨୬।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାବାଳି ପଶିରୁ ମଲ୍ଲୀପଶି ପଶି ପାର୍ଯ୍ୟନ୍ତ ୪କି.ମି. ରାସ୍ତା କୁ ଗ୍ରାମ ଉନ୍ନୟନ ବିଭାଗ ତରଫରୁ ଦେଢ଼ କୋଟି ଟଙ୍କା ବ୍ୟୟ ଅଟକଳରେ ପିଚୁ କରାଯାଇଥିଲା। ୨ ମାସ ହୋଇନି ରାସ୍ତାରୁ ପିଚୁ ଉଠିଗଲାଣି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସରକାରୀ ଗାଇଡ ଲାଇନ କୁ ଖୋଲାଖୋଲି ଉଲ୍ଲଂଘନ କରୁଥିବା ଅଭିଯୋଗ ହେଉଛି। ବିଭାଗୀୟ ଅଧିକାରୀଙ୍କ ଜ୍ଞାତ ସାର ରେ ଏଭଳି ଦୁର୍ବଳ ଓ ନିମ୍ନ ମାନର କାର୍ଯ୍ୟ ହେଉଥିବା ଆଲୋଚନା ହେଉଛି। ଚିନାବାଳି ପଶି ପାର୍ଶ୍ୱରୁ ଆରମ୍ଭ ହୋଇଥିବା ୩୦୦ରୁ ୪୦୦ ମିଟର ର ରାସ୍ତାର ପିଚୁ ଉଠି ଖାଲଖମାରେ ପରିଣତ ହୋଇଛି। ଏଣେ ପିଚୁ ପୂର୍ବରୁ ପ୍ରାଇମର ନପକାଇବା ସହ ମେଣ୍ଟାଲିଂ ବେଳେ ମୋରାମ ବଦଳରେ ମାଟିର ବ୍ୟବହାର କରିବା ଫଳରେ ବିଭିନ୍ନ ସ୍ଥାନରେ ପିଚୁ ଉଠି ଆଁ କରିଥିବା ସ୍ଥାନୀୟ ଲୋକେ କହିଛନ୍ତି।