ଦୁଃଖବ୍ୟାଧିର ମହୌଷଧି

ଡ. ଶରତ ଚନ୍ଦ୍ର ରଥ
ଏ ପୃଥିବୀରେ ଯେତେ ପ୍ରାଣୀ ଅଛନ୍ତି ସେମାନଙ୍କ ମଧ୍ୟରେ ମଣିଷ ହେଉଛି ଅଧିକ ଦୁଃଖୀ। ଅନ୍ୟାନ୍ୟ ପ୍ରାଣୀ ଏତେ ଦୁଃଖରେ ନାହାନ୍ତି କାରଣ ସେମାନଙ୍କର ଦୁଶ୍ଚିନ୍ତା ନାହିଁ। ଦୁଃଖର କାରଣ ଅନେକ। ଗୋଟିଏ କାରଣ ହେଉଛି ମଣିଷ ଯାହା ପାଏ ତାହା ଚାହେଁନା ଏବଂ ଯାହା ଚାହେଁ ତାହା ପାଏନା। ତା’ ଚାହିଁବାଟା କେତେଦୂର ଠିକ୍‌ ଅଥବା ଭୁଲ୍‌ ତାହା ସେ ଜାଣେନାହିଁ। ଜାଣେନାହିଁ ବୋଲି ମଧ୍ୟ ଜାଣେନାହିଁ। ପ୍ରତିଦିନ ସେ ନ ପାଇବା କଥାଗୁଡ଼ିକର ତାଲିକା କରୁଥାଏ, ଦୁଃଖ କରୁଥାଏ, ଚିରୁଥାଏ ପୁଣି ତାଲିକା କରୁଥାଏ। ପାଇଥିବା କଥାକୁ ତାଲିକା କରେ ନାହିଁ। ଆଉ ଏକ କାରଣ ସେ ଦ୍ୱନ୍ଦ୍ୱ ଭିତରେ ଥାଏ। କ’ଣ କରିବି, କ’ଣ ହେବର ଦ୍ୱନ୍ଦ୍ୱ ତାକୁ ଘାରିଥାଏ। ସଂଗ୍ରାମ ଭୂମିରେ ଠିଆହୋଇ ମଧ୍ୟ ସ୍ଥିର କରିପାରେ ନାହିଁ ସଂଗ୍ରାମ କରିବ କି ନାହିଁ। ଆଗକୁ ଯେତିକି ଯାଉଥାଏ, ପଛକୁ ସେତିକି ଆସୁଥାଏ। ପାଦ ଦୁଇଟିକୁ ଠିକ୍‌ କେଉଁ ଜାଗାରେ ରଖିବ ଥୟ କରିପାରେ ନାହିଁ। ଅର୍ଜୁନ ଆଉ କେହି ନୁହେଁ, ସେ ହେଉଛନ୍ତି ସମଗ୍ର ମାନବ ସମାଜର ପ୍ରତିନିଧି, ସମଗ୍ର ଜୀବନ ହିଁ କୁରୁକ୍ଷେତ୍ର ବା ମଣିଷର କର୍ମକ୍ଷେତ୍ର।
ଅନ୍ୟ ସହ ତୁଳନା କରିବାରୁ ଦୁଃଖ ଆସେ। ଅନ୍ୟ ସମ୍ପର୍କରେ ସବୁ କଥା ନ ଜାଣି ଉପରୁ ଉପରୁ ଦେଖି ଅନ୍ୟ ସହିତ ନିଜକୁ ତୁଳନା କରି ଦୁଃଖକୁ ଟାଣିଆଣେ ମଣିଷ। ତୁଳନା କଲେ ହୀନମନ୍ୟତା ଆସେ, ମାନସିକ ଯନ୍ତ୍ରଣା ବଢ଼େ, ଦୁଃଖ ସହିତ ବିଦ୍ରୋହ ଓ କ୍ରୋଧ ଇତ୍ୟାଦିର ପ୍ରକୋପ ବଢ଼େ। କେବଳ ନିଜକୁ ହୀନ ଭାବିଲେ ଯେ ଦୁଃଖ ଆସେ ତାହା ନୁହେଁ, ନିଜକୁ ବଡ଼ ଭାବିଲେ ମଧ୍ୟ ଅହଂ ବଢ଼େ, ଔଦ୍ଧତ୍ୟ ବଢ଼େ, ଦୁଃଖ ଆସେ। ତେଣୁ ନିଜେ ଯାହା ନିଜକୁ ତାହା ବୋଲି ବିଚାରିବା ହେଉଛି ଏ ପ୍ରକାର ବ୍ୟାଧିର ଔଷଧି।
ବୁଦ୍ଧଦେବ କହିଥିଲେ କାମନା ହିଁ ଦୁଃଖର କାରଣ ଏବଂ କାମନାର ବିନାଶରେ ଦୁଃଖର ବିନାଶ। ମଣିଷ କାମନାକୁ ଆବଶ୍ୟକତା ବୋଲି ବୁଝିଥାଏ, ତେଣୁ ତଜ୍ଜନିତ ଦୁଃଖ ପାଇବାକୁ ବାଧ୍ୟ ହୁଏ। ଆବଶ୍ୟକତାର ଲକ୍ଷ୍ମଣରେଖା ଭିତରେ ରହିବା ହିଁ ଏଇ ବ୍ୟାଧିର ମହୌଷଧି।
ସତ୍ତ୍ୱ, ରଜ ଓ ତମ ଗୁଣରେ ମଣିଷର ପ୍ରକୃତି ଗଢ଼ା ହୋଇଛି। ତେଣୁ କୁହାଯାଇଛି ପ୍ରକୃତି ହେଉଛି ତ୍ରିଗୁଣାତ୍ମିକା। ଏଥିମଧ୍ୟରୁ ତମ ଗୁଣ ହିଁ ଦୁଃଖର ଗନ୍ତାଘର। ଲୋଭ, କ୍ରୋଧ, ଈର୍ଷା, ହିଂସା, କଳହ, ଘୃଣା, ବିରକ୍ତି, ଛଳନା, ମିଥ୍ୟା, କପଟାଚାର ସମେତ ଅନେକ ବଦଗୁଣ ଏହି ତମ ଭାବର ଅନ୍ତର୍ଭୁକ୍ତ। ଏମାନେ ଗୋଟିଏ ଗୋଟିଏ ରାକ୍ଷସ ସଦୃଶ। ମଣିଷର ଚିନ୍ତା, ଚେତନା, ଦିବ୍ୟତ୍ୱ ସର୍ବୋପରି ମାନବିକତାକୁ ତିଳ ତିଳ କରି ଧ୍ୱଂସ କରିଦିଅନ୍ତି। ବିନିମୟରେ ଦାରୁଣ ଦୁଃଖ ଆଣିଦିଅନ୍ତି ମଣିଷକୁ। ଦୁଃଖ ଯେ ଏଇ ବିରୋଧୀ ଶକ୍ତିଙ୍କର ଆକ୍ରମଣରୁ ଆସୁଛି ମଣିଷ ଜାଣିପାରେ ନାହିଁ।
ସର୍ବୋପରି କର୍ମଫଳ ହେଉଛି ଦୁଃଖର କାରଣ। ଏହାକୁ ଆମେ ଭାଗ୍ୟବାଦ ବୋଲି କହିପାରୁ। ପୂର୍ବଜନ୍ମ ଏବଂ ପୂର୍ବଜନ୍ମର କର୍ମକୁ ବିଶ୍ୱାସ କଲେ ତାହାର ଫଳକୁ ମଧ୍ୟ ବିଶ୍ୱାସ କରିବାକୁ ହେବ। ଭାଗବତରେ କୁହାଯାଇଛି, ”କର୍ମକଷଣ ଦେହ ସହେ, ଅରଣ୍ୟେ ଅଜଗର ପ୍ରାୟେ।“
ଦୁଃଖ ଯେଉଁ ଦିଗରୁ ଆସୁ ପଛକେ, ଦୁଃଖ ହିଁ ଦୁଃଖ। ତାକୁ ସହିବାକୁ ପଡ଼ିବ। ସହିବା ଅର୍ଥ କାନ୍ଦି କାନ୍ଦି ସହିବା ନୁହେଁ ବରଂ ସ୍ଥିରଚିତ୍ତରେ ସହିବା। ସହିବା ଶକ୍ତି ମଣିଷ ଭିତରେ ଅଛି, ଏହା ତା’ର ଜନ୍ମଗତ। ସେ ତାହାର ସଦ୍‌ବ୍ୟବହାର ଜାଣେ ନାହିଁ। ତେଣୁ ସେ ଅସ୍ଥିର ଓ ବିବ୍ରତ ହୁଏ, ବିଚଳିତ ହୋଇପଡ଼େ, ନିଜ ଜୀବନ ହାରିଦେବା ପର୍ଯ୍ୟନ୍ତ କଥାଯାଏ। ଏହା ଅସ୍ଥିରତାର ଲକ୍ଷଣ ଓ ପରିଣାମ। ଆଜିକାଲି ସମାଜରେ ଏହି ଅସ୍ଥିରତା ଅଧିକ ଦେଖାଯାଉଛି।
ଏଥର ଆସିବା ସମାଧାନ ଆଡ଼କୁ। ଏ କଥା ସତ୍ୟ ଯେ, ପ୍ରତ୍ୟେକଙ୍କ ପାଇଁ ଦୁଃଖର କାରଣ ଭିନ୍ନ ଏବଂ ଦୁଃଖର ପ୍ରକାର ଓ ପ୍ରକୋପ ଭିନ୍ନ। କାହାର ଅଭାବ, କାହାର ଅସୁସ୍ଥତା, କାହାର ଅସନ୍ତୋଷ, କାହାର ଅଶାନ୍ତି ତା’ ଦୁଃଖର କାରଣ। ପ୍ରତ୍ୟେକଙ୍କର ଦୁଃଖର ପରିମାଣ ଯେପରି ଭିନ୍ନ ଭିନ୍ନ ପ୍ରତ୍ୟେକଙ୍କର ଦୁଃଖ ସହିବାର ଶକ୍ତି ମଧ୍ୟ ଭିନ୍ନ ଭିନ୍ନ। ସହିବା ଶକ୍ତି ଅନୁସାରେ ଦୁଃଖ ଆସେ। ଯାହାର ଦୁଃଖ ବେଶି ନିଶ୍ଚୟ ବୁଝିବାକୁ ହେବ ଯେ ତାହା ଭିତରେ ତହିଁରୁ ଅଧିକ ସହିବା ଶକ୍ତି ରହିଛି। ସେ ତାହା ଜାଣି ନ ପାରିବାରୁ ଦୁଃଖ ଭୋଗୁଛି।
ମଣିଷର ବଡ଼ ଭୁଲ ସେ ନିଜ ଦୁଃଖକୁ ସବୁଠାରୁ ବଡ଼ ଦୁଃଖ ବୋଲି ବିଚାର କରୁଛି ଓ ବ୍ୟତିବ୍ୟସ୍ତ ହେଉଛି। ସେ ବୁଝିପାରୁ ନାହିଁ ଯେ ତା’ଠାରୁ ଆହୁରି ଦୁଃଖରେ ମଣିଷ ଅଛନ୍ତି ବୋଲି। ତା’ର କାନ ଅଛି ମାତ୍ର କାନଫୁଲ ନାହିଁ ବୋଲି ସେ ବ୍ୟସ୍ତ ହେଉଛି। ଆଉ କାହାର କାନଫୁଲ ଅଛି ତ କାନ ନାହିଁ। ପୁଣି ଆଉ କାହାର କାନ ନାହିଁ କି କାନଫୁଲ ନାହିଁ।
ଦୁଃଖର ସର୍ବଶ୍ରେଷ୍ଠ ମହୌଷଧି ହେଉଛି ଭଗବତ୍‌ ଶରଣ। କବିଙ୍କ ଭାଷାରେ, ଈଶ୍ୱର ଦୟା ଆହା କିବା ଉଦାର, ଲଘୁ କରଇ ଦୁଃଖୀ ହୃଦୟଭାର। ପାଶ୍ଚାତ୍ୟଜଗତ ଏ କଥାର ମହତ୍ତ୍ୱ ବୁଝିପାରିବ ନାହିଁ। ଆମେ ଭାରତୀୟମାନେ ଏ କଥାକୁ ବୁଝିବା ପାଇଁ ପୂର୍ଣ୍ଣ ଅଧିକାରୀ। ଆମେ ଏହାର ସଦୁପଯୋଗ କରିବା ନାହିଁ କାହିଁକି?
କେଦାରଗୌରୀ ଆପାର୍ଟମେଣ୍ଟ, ଭୁବନେଶ୍ୱର, ମୋ- ୯୪୩୭୭୫୬୨୪୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri