ଦୁଃଖଦ ଅନୁଭୂତି ବଖାଣିଲେ ଶିବାଶିଷ

ବ୍ରହ୍ମପୁର ଅଫିସ,୧୫ା୩ – କରୋନା ଭୂତାଣୁକୁ ନେଇ ଦୀର୍ଘ ୪୮ ଦିନ ଧରି ପ୍ରତିଟି ମୁହୂର୍ତ୍ତର ଭୟ ଓ ଆତଙ୍କରୁ ମୁକୁଳି ଶେଷରେ ଘରକୁ ଫେରିଛନ୍ତି ବ୍ରହ୍ମପୁରର ଯୁବ ଇଞ୍ଜିନିୟର ଶିବାଶିଷ ନାୟକ। କରୋନା ପାଇଁ ଜାପାନ ଜଳ ଜାହାଜା ଡାଇମଣ୍ଡ ପ୍ରିନ୍ସସେସରେ ୨୩ ଦିନ ଫସି ରହିବା ଓ ପରେ ସେଠାରୁ ଗତ ୨୭ ତାରିଖରେ ଭାରତ ଫେରି ହରିଆନାସ୍ଥିତ ମିଲିଟାରୀ ଶିବିରରେ ୧୫ ଦିନ ରହି ଶୁକ୍ରବାର ରାତିରେ ଶିବାଶିଷ ବ୍ରହ୍ମପୁରସ୍ଥିତ ନିଜ ଘରକୁ ଫେରିଛନ୍ତି। ଏହି ୪୮ ଦିନର ସଂଘର୍ଷକୁ ଜୀବନର ଏକ ବ୍ୟାଡ ଏକ୍ସପ୍ରିଏନ୍ସ ବୋଲି ସେ ଅଭିହିତ କରିଛନ୍ତି। ଜଳ ଜାହାଜରେ ଭୟାନକ ସଙ୍କଟରୁ ମୁକୁଳିବା ଓ କରୋନା ଭୂତାଣୁ କବଳରୁ ନିଜକୁ ବଞ୍ଚାଇ ରଖିବା ପାଇଁ ମାସାଧିକ କାଳ ସେ କରିଥିବା ସଂଘର୍ଷ ଓ ଅନୁଭୂତି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ା ଭଗବାନଙ୍କ କୃପା, ବାପ ଓ ମା’ଙ୍କ ଆଶୀର୍ବାଦ ଓ ଖବରଦାତାଙ୍କ ଲଗାତାର ସହଯୋଗ ଯୋଗୁ ପୁନର୍ଜନ୍ମ ପାଇଛି ବୋଲି ଶିବାଶିଷ କହିଛନ୍ତି।
ଏକ କମ୍ପାନୀରେ କାର୍ଯ୍ୟରତ ଶିବାଶିଷ ଗତ ଜାନୁୟାରୀ ୧୦ ତାରିଖରେ ନିଜର ୫ ସହଯୋଗୀଙ୍କ ସହ ଦିଲ୍ଳୀରୁ ମାଲେସିଆ ଏକ ବିମାନ ଯୋଗେ ଯାଇଥିଲେ ା ମାଲେସିଆରୁ ସେମାନେ କମ୍ପାନୀ କାର୍ଯ୍ୟରେ ଭିଏତନାମ ଯାଇଥିଲେ। ଏହାପରେ ସେଠାରୁ ଡାଇମଣ୍ଡ ପ୍ରିନ୍ସସେସ୍‌ ଜଳ ଜାହାଜରେ ଏକ ପ୍ରଜେକ୍ଟ କାର୍ଯ୍ୟ ପାଇଁ ବାହରିଥିଲେ। ଜାହାଜଟି ଫେବୃୟାରୀ ୨ରେ ଜାପାନର ୟୋକୋହାମା ପୋର୍ଟରେ ଲାଗିଥିଲା ା ସେତବେଳେକୁ ଚାଇନାରେ କରୋନା ଅନେକ ଜୀବନ ନେଇ ସାରିଥିବାରୁ ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବାରୁ ଜାହାଜ ମଧ୍ୟରେ ଥିବା ୩,୬୦୦ ଯାତ୍ରୀଙ୍କ ପରୀକ୍ଷା କରାଯାଇଥିଲା ା ପ୍ରାୟ ୫୦୦ ଜଣଙ୍କଠାରେ କରୋନା ପଜିଟିଭ୍‌ ଥିବା ଜଣାପଡିଥିଲା। ତେବେ ଶିବାଶିଷ ଓ ତାଙ୍କ ୫ ସହଯୋଗୀଙ୍କ ରିପୋର୍ଟ ନେଗେଟିଭ ବାହରିଥିଲା ା ଜାହାଜରେ କରୋନା ଆକ୍ରାନ୍ତଙ୍କୁ ତୁରନ୍ତ ବାହାର କରାଯାଇଥିଲା ଏବଂ ଶିବାଶିଷଙ୍କ ସମେତ ଅନ୍ୟ ସମସ୍ତ ନେଗେଟିଭ ରିପୋର୍ଟ ଆସିଥିବା ଯାତ୍ରୀଙ୍କୁ ଜାହାଜର ଷଷ୍ଠ ମହଲାରେ ସମସ୍ତ ପ୍ରକାର ସତର୍କତାରେ ରଖାଯାଇଥିଲା। ଦୀର୍ଘ ୨୩ ଦିନ ଧରି ଜଳଜାହାଜ ମଧ୍ୟରେ ୫ ସହଯୋଗୀଙ୍କ ସମେତ ୧୨୪ ଭାରତୀୟଙ୍କୁ ବନ୍ଦୀ ଭଳି ଜୀବନ ବିତାଇବାକୁ ପଡିଥିଲା ବୋଲି ଶିବାଶିଷ କହିଛନ୍ତି ା ସେଠାରେ ସେ କେବଳ ଫଳ ଖାଇ ରହୁଥିଲେ । କମ୍ପାନୀ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଉଥିଲା। ଜଳଜାହାଜରେ ରହଣୀ ବେଳେ ଦିନକୁ ମାତ୍ର ୨୦ ମିନଟ୍‌ ପାଇଁ ବହାରକୁ ଛଡାଯାଉଥିଲା। ସେତିକି ସମୟ ମଧ୍ୟରେ ଆଖିଆଗରେ କରୋନାରେ ଆକ୍ରାନ୍ତ ମୃତ୍ୟୁ ଘଟୁଥିବା ଦୃଶ୍ୟ ଅତି ଭୟାନକ ଥିଲା ା ଏକାଧିକ ଲୋକଙ୍କ ସହ କଥାବାତ୍ତର୍ର୍ା କରିବାକୁ ବାରଣ କରାଯାଇଥିବା ଜୀବନ ଏକ ପ୍ରକାର ଦୁର୍ବିସହ ହୋଇପଡିଥିଲା। ନିଜ ଦେଶକୁ କିପରି ଫେରିବେ ସେହି ଚିନ୍ତାରେ ନିଦ ଆସୁ ନ ଥିଲା ବୋଲି ଶିବାଶିଷ କହିଛନ୍ତି। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ନିଜ ଅସୁବିଧା ଜଣାଇବା ପରେ କେନ୍ଦ୍ର ସରକାରଙ୍କ ସହଯୋଗରେ ଫେବୃୟାରୀ ୨୭ରେ ସେମାନଙ୍କୁ ଜଳଜାହାଜରୁ ଭାରତୀୟମାନଙ୍କୁ ଉଦ୍ଧାର କରାଯାଇ ଜାପାନର ହୋନେଡା ଏୟାରପୋର୍ଟରୁ ଦିଲ୍ଲୀ ଆଣାଯାଇଥିଲା ା ଦିଲ୍ଲୀରୁ ସମସ୍ତଙ୍କୁ ସ୍ବତନ୍ତ୍ର ବସରେ ହରିଆନାର ଆର୍ମି ବେସ କ୍ୟାମ୍ପକୁ ନିଆଯାଇଥିବା ଶିବାଶିଷ କହିଛନ୍ତି ା
ଏହି କ୍ୟାମ୍ପରେ ଶିବାଶିଷଙ୍କ ସମେତ ୧୨୪ ଭାରତୀୟଙ୍କୁ ୧୪ ଦିନ ଧରି ରଖାଯାଇ କରୋନା ଭୂତାଣୁ ସମ୍ପର୍କିତ ପରୀକ୍ଷା କରାଯାଇଥିଲା ା କ୍ୟାମ୍ପରେ ରହଣି ବେଳେ ଶିବାଶିଷଙ୍କ କୋବିଡ-୧୯ ଭାଇରସ୍‌ ଟେଷ୍ଟ ୨ ଥର କରାଯାଇଥିବା ସେ କହିଛନ୍ତି ା ଭାଇରସ୍‌ ନ ଥିବା ସ୍ପଷ୍ଟ ହେବା ପରେ ସେମାନଙ୍କୁ ଶୁକ୍ରବାର ଆର୍ମି କ୍ୟାମ୍ପରୁ ଛଡାଯାଇଥିବା ବେଳେ ଆଉ ୧୪ ଦିନ ଆଇସୋଲେଟେଡ ରହିବାକୁ କୁହାଯାଇଛି ା ମାସ୍କ ପିନ୍ଧିବା, ହାତ ଧୋଇବାକୁ, ଗହଳିପୂର୍ଣ୍ଣ ଜାଗାକୁ ନ ଯିବାକୁ ପରାମର୍ଶ ଦିଆଯାଇଥିବା ଇଞ୍ଜିନିୟର ଶିବାଶିଷ କହିଛନ୍ତି। ଏଥିପାଇଁ ସେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ାଅନ୍ୟପକ୍ଷରେ ପୁଅ ସୁରକ୍ଷିତ ଭାବେ ଘରକୁ ଫେରିଥିବାରୁ ବାପା ଲିଙ୍ଗରାଜ ନାୟକ ଓ ମା ଝୁନୁ ନାୟକ ବେଶ ଆନନ୍ଦିତ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri