Posted inଖେଳ

ଦୀପ୍‌ ଗ୍ରେସ୍‌ ଖେଳିଲେ ୨୦୦ତମ ମ୍ୟାଚ

ନୂଆଦିଲ୍ଲୀ, ୩।୧୦- ଭାରତୀୟ ମହିଳା ହକି ଦଳର ନିର୍ଭରଯୋଗ୍ୟ ଡିଫେଣ୍ଡର ଓଡ଼ିଶାର ଦୀପ୍‌ ଗ୍ରେସ୍‌ ଏକ୍କା ନିଜ କ୍ୟାରିୟରରେ ଆଉ ଏକ ମାଇଲଖୁଣ୍ଟ ସ୍ପର୍ଶ କରିଛନ୍ତି। ବୁଧବାର ସେ ଇଂଲଣ୍ଡର ମାର୍ଲାଓଠାରେ ଗ୍ରେଟ୍‌ ବ୍ରିଟେନ ବିପକ୍ଷରେ ଜୀବନର ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ସୁନ୍ଦରଗଡ଼ ଜିଲା ଲୁଲ୍‌କିଡିହି ଗ୍ରାମର ୨୫ ବର୍ଷୀୟା ଏହି ଓଡ଼ିଆ ଖେଳାଳି ୨୦୧୧ରେ ଆର୍ଜେଣ୍ଟିନାରେ ଅନୁଷ୍ଠିତ ଏକ ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ଦଳର ନିୟମିତ ସଦସ୍ୟା ପାଲଟି ଯାଇଛନ୍ତି। ଗ୍ରେଟ୍‌ ବ୍ରିଟେନ ବିପକ୍ଷ ମ୍ୟାଚ ପୂର୍ବରୁ ସେ କୋଚ୍‌ ଜୋର୍ଡ ମାରିଜନେଙ୍କଠାରୁ ୨୦୦ ସଂଖ୍ୟା ଲେଖାଥିବା ଜର୍ସି ଗ୍ରହଣ କରିଥିଲେ।
ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ ଅନୁଷ୍ଠିତ ୧୮ ବର୍ଷରୁ କମ୍‌ ବାଳିକା ଏସିଆ କପ୍‌ରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ଦଳର ସେ ସଦସ୍ୟା ଥିଲେ। ଏଥିରେ ପ୍ରଭାବୀ ପ୍ରଦର୍ଶନ ଯୋଗୁ ତାଙ୍କୁ ସିନିୟର ନ୍ୟାଶନାଲ କ୍ୟାମ୍ପକୁ ଡାକରା ମିଳିଥିଲା। ୨୦୧୩ରେ ଜର୍ମାନୀରେ ଅନୁଷ୍ଠିତ ମହିଳା ଜୁନିୟର ବିଶ୍ୱକପରେ ଐତିହାସିକ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଦଳରେ ମଧ୍ୟ ସେ ସାମିଲ ଥିଲେ। ସିନିୟର କୋର୍‌ ଦଳର ସଦସ୍ୟା ଦୀପ୍‌ ଗ୍ରେସ୍‌ ଏବେ ଦଳରେ ଡ୍ରାଗ୍‌-ଫ୍ଲିକ୍‌ ଏବଂ ଡିଫେଣ୍ଡର ଦାୟିତ୍ୱ ତୁଲାଉଛନ୍ତି। ୨୦୧୩ରେ ମହିଳା ଏସିଆ କପ୍‌ରେ ବ୍ରୋଞ୍ଜ, ୨୦୧୭ ମହିଳା ଏସିଆ କପରେ ସ୍ବର୍ଣ୍ଣ, ୨୦୧୬ରେ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ସ୍ବର୍ଣ୍ଣ ଏବଂ ୨୦୧୩ରେ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ସେ ପ୍ରମୁଖ ସଦସ୍ୟା ଥିଲେ। ୨୦୧୮ରେ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳ ପକ୍ଷରୁ ମଧ୍ୟ ସେ ପ୍ରତିନିଧିତ୍ୱ କରିଥିଲେ। ଓଡ଼ିଶା ସାଇ-ସାଗ୍‌ ସେଣ୍ଟରର ପ୍ରଶିକ୍ଷାର୍ଥୀ ଦୀପ୍‌ଗ୍ରେସ୍‌ ରାଜ୍ୟର ଅନେକ ଯୁବ ଖେଳାଳିଙ୍କ ଆଦର୍ଶ। ୨୦୧୪ ଇଞ୍ଚିଅନ ଏସିଆନ ଗେମ୍ସରେ ବ୍ରୋଞ୍ଜ, ୨୦୧୮ ଜାକର୍ତ୍ତା ଏସିଆନ ଗେମ୍ସରେ ରୌପ୍ୟ ବିଜୟୀ ଭାରତୀୟ ଦଳ ପକ୍ଷରୁ ସେ ଖେଳିଥିଲେ। ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅବସରରେ କ୍ୟାରିୟରର ୧୫୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ଏହି ତାରକା ଡିଫେଣ୍ଡର ଏବେ ୨୦୦ ମ୍ୟାଜିକ୍‌ ସଂଖ୍ୟାକୁ ସ୍ପର୍ଶ କରିଛନ୍ତି। ”ଜାତୀୟ ଦଳ ପକ୍ଷରୁ ୨୦୦ମ୍ୟାଚ ଖେଳିବା ମୋର ସ୍ବପ୍ନ ଥିଲା। ତାହା ପୂରଣ ହୋଇଥିବାରୁ ମୁଁ ବହୁତ ଖୁସି। ଭାରତୀୟ ଦଳ ସହିତ ମୋର ଅନେକ ସ୍ମରଣୀୟ ସ୍ମୃତି ଜଡ଼ିତ ହୋଇ ରହିଛି। ୨୦୨୦ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିବା ଏବେ ମୋର ମୁଖ୍ୟ ଲକ୍ଷ୍ୟ। ଶକ୍ତିଶାଳୀ ଗ୍ରେଟ୍‌ବ୍ରିଟେନ ବିପକ୍ଷରେ ଖେଳିବାଦ୍ୱାରା ମାନସିକ ଦୃଢ଼ତା ଆସିଛି। ନିଜ ରାଜ୍ୟ ଓଡ଼ିଶାରେ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଖେଳିବାକୁଥିବାରୁ ମୁଁ ଆଗ୍ରହର ସହ ଅପେକ୍ଷା କରିଛି“ ବୋଲି ସେ ପ୍ରକାଶ କରିଛନ୍ତି। ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ଅହମ୍ମଦ ଦୀପ୍‌ଗ୍ରେସ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri