Categories: ଜାତୀୟ

ଦିଲ୍ଲୀ ହିଂସା: ସଂସଦର ଉଭୟ ଗୃହରେ ଅଚଳାବସ୍ଥା; ଶାହାଙ୍କ ଇସ୍ତଫା ଦାବି

ନୂଆଦିଲ୍ଲୀ,୨।୩: ଦିଲ୍ଲୀ ହିଂସା ନେଇ ସଂସଦର ବଜେଟ ଅଧିବେଶନରେ ଉଭୟ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଏଥିପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଦାୟୀ କରାଯାଇଛି। ଶାହା ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି। ଲୋକ ସଭାରେ ଏନେଇ ହଟ୍ଟଗୋଳ ହୋଇଛି। କଂଗ୍ରେସ ସଦସ୍ୟ ଶାହାଙ୍କ ଇସ୍ତଫା ଦାବି ଲେଖାଥିବା ପ୍ଲାକାର୍ଡ ଧରି ଗୃହ ମଝିକୁ ଆସି ହଟ୍ଟଗୋଳ କରିଥିଲେ। ସରକାର ୩ ଦିନ ପର୍ଯ୍ୟନ୍ତ ଜାଣିଶୁଣି ଶୋଇ ରହିଥିଲେ ବୋଲି କଂଗ୍ରେସ ପକ୍ଷରୁ ଗୁଲାମ ନବୀ ଆଜାଦ୍‌ ରାଜ୍ୟ ସଭାରେ କହିଛନ୍ତି। ହିଂସାରେ ଦିଲ୍ଲୀ ଜଳୁଥିବାବେଳେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ନୀରବ ରହିଥିବା ସେ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ହିଂସା ନେଇ ଉତ୍ତର ଦିଅନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି। ସୂଚନାଯୋଗ୍ୟ, ସଂସଦର ବଜେଟ ଅଧିବେଶନ ଏପ୍ରିଲ୍‌ ୩ ପର୍ଯ୍ୟନ୍ତ ଜାରି ରହିବ।

Share