ଦିଲ୍ଲୀ ଶିକ୍ଷାମନ୍ତ୍ରୀଙ୍କ ସହ ଗଣଶିକ୍ଷା ମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର, ୩୦।୭(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୋମବାର ଦିଲ୍ଲୀ ଗସ୍ତ କରିଛନ୍ତି। ସେ ସେଠାରେ ପହଞ୍ଚତ୍ବା ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନିଷ୍‌ ସିସୋଡିଆଙ୍କୁ ଭେଟିଛନ୍ତି। ମାଧ୍ୟମିକ ଶିକ୍ଷାର ଉତ୍କର୍ଷ ନିମନ୍ତେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ସଂସ୍କାରମୂଳକ କାର୍ଯ୍ୟକ୍ରମଗୁଡ଼ିକ ଉପରେ ମନ୍ତ୍ରୀ ଦାଶ ବ୍ୟାପକ ଭାବେ ଆଲୋଚନା କରିଥିଲେ। ବିଶିଷ୍ଟ ଶିକ୍ଷା ସଂସ୍କାରକ ସୋନମ୍‌ ଓ୍ବାନ୍‌ଚୁକ୍‌ ଆଲୋଚନା ସମୟରେ ଉପସ୍ଥିତ ଥିଲେ। ମନ୍ତ୍ରୀ ଦାଶ ଦିଲ୍ଲୀର ପଶ୍ଚିମ ବିନୋଦନଗରସ୍ଥିତ ସର୍ବୋଦୟ କନ୍ୟା ବିଦ୍ୟାଳୟ ଏବଂ ପଟ୍ଟପରଗଞ୍ଜସ୍ଥିତ ଅନ୍ୟ ଏକ ସରକାରୀ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିଥିଲେ। ସେ ଛାତ୍ରୀଛାତ୍ରଙ୍କ ସହିତ ମତ ବିନିମୟ କରି ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଚାଲିଥିବା ବିଭିନ୍ନ ପରୀକ୍ଷା ନିରୀକ୍ଷା ଉପରେ ଅବଗତ ହୋଇଥିଲେ।