ଦିଲ୍ଲୀ ବିଧାନସଭା ନିର୍ବାଚନ: ଏଏପି ଆଗରେ; କଂଗ୍ରେସ ଖାତା ଖୋଲିବା ସମ୍ଭାବନା

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟଗଣତି ମଙ୍ଗଳବାର ସକାଳୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ଆସନ ମଧ୍ୟରୁ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ୫୪ଟି ରେ ଆଗୁଆ ରହିଥିବାବେଳେ ଭାଜପା ୧୫ ଏବଂ କଂଗ୍ରେସ ଗୋଟିଏ ଆସନରେ ଆଗେଇଛି। ସୂଚନାଯୋଗ୍ୟ, ଗତ ବିଧାନସଭା ନର୍ବାଚନରେ ଏଏପି ୬୭ଆସନ ହାତେଇଥିବାବେଳେ ଭାଜପା ୩ଟି ଆସନର ବିଜୟୀ ହୋଇଥିଲା। ତେବେ କଂଗ୍ରେସ ଖାତା ଖୋଲିବାକୁ ସକ୍ଷମ ହୋଇ ପାରି ନ ଥିଲା। ଭୋଟ ପରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ହୋଇଥିବା ଏକ୍‌ଜିଟ୍‌ ପୋଲ୍‌ରୁ ଏଏପି ସଂଖ୍ୟାଗରିଷ୍ଠତାର ସହ ପୁଣିଥରେ କ୍ଷମତା ଦଖଲ କରିବ ବୋଲି ପୂର୍ବାନୁମାନ କରାଯାଇଥିଲା।

Share