ଦିଲ୍ଲୀ ପ୍ରଦୂଷଣ ଓ ପ୍ରତିକାର

ଡ. ଭରତ ଝୁନ୍‌ଝୁନ୍‌ଓ୍ବାଲା
କ୍ଷେତରେ ନଡ଼ା ନ ପୋଡ଼ିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କୁଇଣ୍ଟାଲ ପ୍ରତି ୧୦୦ ଟଙ୍କା ବା କିଲୋପ୍ରତି ୧ ଟଙ୍କା ପ୍ରୋତ୍ସାହନ ରାଶି କୃଷକମାନଙ୍କୁ ପ୍ରଦାନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହା ନିଶ୍ଚିତଭାବେ ସ୍ବାଗତଯୋଗ୍ୟ। ଅତୀତରେ ନଡ଼ା ପୋଡିିବା ଦ୍ୱାରା ଦିଲ୍ଲୀର ବାୟୁ ପ୍ରଦୂଷଣ ବୃଦ୍ଧି ପାଇଥିତ୍ଲା ଓ ଏବେ ବି ବୃଦ୍ଧିପାଉଛି ବୋଲି କୁହାଯାଉଛି। କିନ୍ତୁ ଏହା ମୁଖ୍ୟ କାରଣ ନୁହେଁ। ବିଶ୍ୱର ସବୁଠାରୁ ପ୍ରଦୂଷିତ ୧୦ଟି ସହର ମଧ୍ୟରେ ରହିଛି ଦିଲ୍ଲୀ ଓ କୋଲକାତା। କିନ୍ତୁ ଦିଲ୍ଲୀ ଭଳି କୋଲକାତା ନଡ଼ାପୋଡ଼ା ଯୋଗୁ ଉପୁଜୁଥିବା ପ୍ରଦୂଷଣ ସମସ୍ୟାର ସମ୍ମୁଖୀନ ହେଉନାହିଁ। ଯେଉଁ ସମୟରେ ନଡ଼ା ପୋଡାଯାଉ ନାହିଁ ସେତେବେଳେ ବି ଦିଲ୍ଲୀର ବାୟୁ ଭଲ ରହୁ ନ ଥିବା ଲକ୍ଷ୍ୟ କରାଯାଉଛି। ତେଣୁ ନଡ଼ା ପୋଡାଯିବା ସମୟରେ ବାୟୁ ପ୍ରଦୂଷଣ ବେଶି ରହିବା ସ୍ବାଭାବିକ।
ଦିଲ୍ଲୀର ବାୟୁ ପ୍ରଦୂଷଣ ପାଇଁ ଟ୍ରାଫିକ୍‌, ତାପଜ ବିଦ୍ୟୁତ୍‌ କେନ୍ଦ୍ର ଓ ନଡ଼ା ପୋଡିବା ଏହି ତିନୋଟି କାରଣ ହିଁ ଦାୟୀ। ଟ୍ରାଫିକ୍‌ ଯୋଗୁ ହେଉଥିବା ପ୍ରଦୂଷଣକୁ ରୋକିବା ଲାଗି ଅନେକ ଉପାୟ ରହିଛି। ପ୍ରଥମେ ନିର୍ଗମନ ମାନକକୁ କଡାକଡି କରାଯିବା ଉଚିତ। ଘରୋଇ କାର ବ୍ୟବହାର ମଧ୍ୟ କମାଇବା ଦରକାର। ଏହା କରିବାକୁ ହେଲେ ସର୍ବସାଧାରଣ ଯାତାୟାତରେ ଯଥେଷ୍ଟ ପୁଞ୍ଜି ଖଟାଇବାକୁ ପଡିବ। ଅଧିକ ବସ୍‌ ଚଳାଚଳ ଉପରେ ଗୁରୁତ୍ୱ ଦେଇ ଏହାକୁ ଅଧିକ କ୍ରିୟାଶୀଳ କରାଯିବା ଆବଶ୍ୟକ। ମେଟ୍ରୋ ଏ ଦିଗରେ ଖୁବ୍‌ ଭଲ କାମ କରିଛି ଓ ଏଥିପାଇଁ ଆହୁରି ଅନେକ ନୂଆ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇପାରେ। ଆମେରିକାର ଜାତୀୟ ରାଜପଥରେ ସ୍ବତନ୍ତ୍ର ଭାବେ ‘ହାଇ ଅକୁପାନ୍ସି ଭେହିକିଲ’ ଲେନ୍‌ ରହିଛି ଯେଉଁଠି କମ୍‌ ଭିଡ଼ ରହେ। ଅତିକମ୍‌ରେ କେବଳ ତିନିଜଣ ବ୍ୟକ୍ତିଙ୍କୁ ନେଉଥିବା କାର୍‌ ଏହି ଲେନ୍‌ରେ ଯାଇପାରିବ। ଠିକ୍‌ ଏହି ସିଷ୍ଟମ୍‌ରେ ଦିଲ୍ଲୀ ରାସ୍ତାରେ ଅତି କମ୍‌ରେ ତିନିଜଣଙ୍କୁ ନେଉଥିବା କାର୍‌କୁ ଚାଲିବା ଲାଗି ଅନୁମତି ଦେବା ଉଚିତ। ଦିଲ୍ଲୀ ଚାରି ପାଖରେ ଥିବା ତାପଜ ବିଦ୍ୟୁତ୍‌ କେନ୍ଦ୍ର ଯୋଗୁ ବି ବାୟୁ ପ୍ରଦୂଷଣ ବଢୁଛି। ନିକଟରେ ସରକାର ତାପଜ ବିଦ୍ୟୁତ୍‌ କେନ୍ଦ୍ର ପାଇଁ ରହିଥିବା ପ୍ରଦୂଷଣ ନିୟମକୁ କୋହଳ କରିଦେବା ଦ୍ୱାରା ଏହା ବୃଦ୍ଧି ପାଉଛି। ଏହି ନିୟମକୁ କଡାକଡି କରାଯିବା ଉଚିତ। ସରକାର ମଧ୍ୟ ତାପଜ ବିଦ୍ୟୁତ୍‌ କେନ୍ଦ୍ର ସମ୍ପର୍କରେ ସରକାରଙ୍କ ଦୃଷ୍ଟିକୋଣ ଉପରେ ପୁନର୍ବିଚାର କରିବା ଦରକାର। ବିଦ୍ୟୁତ୍‌ ଶକ୍ତି ପାଇଁ କୋଇଲା ଆଧାରିତ ତାପଜ ବିଦ୍ୟୁତ୍‌, ଜଳ ବିଦ୍ୟୁତ୍‌, ଆଣବିକ ଏବଂ ସୌରଶକ୍ତି ଭଳି ଉତ୍ସ ରହିଛି। ଏହି ଚାରିଟି ମଧ୍ୟରୁ ତାପଜ ବିଦ୍ୟୁତ୍‌ ସବୁଠୁ ଅଧିକ ବାୟୁ ପ୍ରଦୂଷଣକାରୀ। ଏହା ବାୟୁ ପ୍ରଦୂଷଣ କରିବା ସହ ବିଶ୍ୱତାପମାତ୍ରା ବୃଦ୍ଧି ମଧ୍ୟ କରୁଛି, ଯାହା ମାନବ ସମାଜ ଲାଗି ବିପଦର କାରଣ ହେଉଛି। ଏହା ଜଳ ବିଦ୍ୟୁତ୍‌ଠାରୁ ସାମାନ୍ୟ କ୍ଷତିକାରକ। ଜଳଭଣ୍ଡାରକୁ ଗଛପତ୍ର ତଥା ଜୀବ ଅଂଶ ବିଶେଷ ଭାସି ଆସି ଏହାର ପୃଷ୍ଠରେ ଜମି ରହେ। ପରେ ଜଳଭଣ୍ଡାରର ନିମ୍ନାଂଶରେ ଥିବା ଅମ୍ଳଜାନକୁ ଏହା ଶେଷିବାରେ ଲାଗେ ଓ ବିଘଟନ ପ୍ରକ୍ରିୟାରେ ପଚିଶଢିଯାଏ। ସେଥିରୁ ମିଥେନ ଗ୍ୟାସ୍‌ ନିର୍ଗତ ହୁଏ। ଏହି ଗ୍ୟାସ୍‌ ଅଙ୍ଗାରକାମ୍ଳଠାରୁ ୨୦ ଗୁଣ କ୍ଷତିକାରକ। ଏହା ତୁଳନାରେ ଜନବସତିଠାରୁ ଦୂରରେ ତଥା ଜଳ ନିର୍ବହନ ରହିତ ଆଣବିକ ଶକ୍ତିକେନ୍ଦ୍ର ପରିବେଶ ପାଇଁ ଭଲ। ସୌରଶକ୍ତି ପରିବେଶ ପାଇଁ ସବୁଠାରୁ ଭଲ। ଏଣୁ ସବୁ ତାପଜ ଓ ଜଳ ବିଦ୍ୟୁତ୍‌ କେନ୍ଦ୍ର ବନ୍ଦ କରି ସୌର ଓ ଆଣବିକ ପ୍ଲାଣ୍ଟ ଆଡକୁ ମୁହଁାଇବା ଆବଶ୍ୟକ।
ଏହାପରେ ନଡ଼ା ପୋଡିବା ପ୍ରଦୂଷଣର ତୃତୀୟ କାରଣ। ଏହା ବର୍ଷରେ ଥରେ ପ୍ରାୟ ଦଶଦିନ ପାଇଁ ହୋଇଥାଏ। ନଡା ଭାରି ଦରକାରୀ। ଏହା କାଗଜ ତିଆରିରେ ଲାଗିଥାଏ। ଏହାକୁ ବିଦ୍ୟୁତ୍‌ ଶକ୍ତି ପାଇଁ ଇନ୍ଧନ ଭାବେ ବି ବ୍ୟବହାର କରାଯାଇପାରିବ। ଏଥିରୁ ଖତ ମଧ୍ୟ ମିଳିବ। ସମସ୍ୟା ହେଉଛି ଏହାର ପରିମାଣ। ନଡ଼ାକୁ ଠୁଳ କରି ବିଡା ବାନ୍ଧିବା ଓ ପରିବହନ ଖର୍ଚ୍ଚ ଅଧିକ। ଏହାକୁ କାଗଜକଳ ଗେଟ୍‌ ପାଖରେ ପହଞ୍ଚାଇବା ପାଇଁ ମୂଲ୍ୟ ୫ରୁ ୧୦ ଟଙ୍କା ରହୁଛି। ଏହି ଦରରେ ଚାଷୀ ଏହାକୁ କାରଖାନା ପାଖରେ ପହଞ୍ଚାଇ ପାରିବେ ନାହିଁ। ଏଣୁ ସେମାନେ ତାହାକୁ ପୋଡି ଦେଉଛନ୍ତି। ଅନ୍ୟପକ୍ଷରେ ଶୀତଦିନିଆ ଚାଷ ପାଇଁ ଏହାକୁ ଜମିରୁ ତରବରିଆ ଭାବେ ସଫା କରିବା ଦରକାର ପଡୁଛି। ଉଚ୍ଚତମ ନ୍ୟାୟାଳୟ ନଡ଼ାକୁ ନ ପୋଡିବା ଲାଗି କୃଷକମାନଙ୍କୁ କିଲୋ ପ୍ରତି ୧ ଟଙ୍କା ପ୍ରୋତ୍ସାହନ ରାଶି ଯୋଗାଇଦେବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଡା ବାନ୍ଧି ଠୁଳ କରିବା ପାଇଁ ବି ଏତିକି ଅର୍ଥ ଯଥେଷ୍ଟ ନୁହେଁ। ଯେହେତୁ ବୁଣାବୁଣି ଜୋରସୋରରେ ଚାଲିଥାଏ ସେଥିପାଇଁ କୃଷକଙ୍କ ପାଖରେ ଏହିି କାମ କରିବା ପାଇଁ ସମୟ, ଶ୍ରମ ଓ ଶ୍ରମିକଙ୍କର ଅଭାବ ଥାଏ। ସରକାରଙ୍କ ପାଖରେ ଏହି ସମସ୍ୟାର ସମାଧାନ ପାଇଁ ଏକ ବିକଳ୍ପ ରହିଛି। ସରକାର ନଡ଼ା ବିଡ଼ା କିଣି ତାହାକୁ ପେପର ଫ୍ୟାକ୍ଟ୍ରିକୁ ନିଲାମ କରିପାରିବେ। ଏହାଦ୍ୱାରା ବ୍ୟବସାୟୀମାନେ ଯେମିତି ଗାଁ ଗାଁ ବୁଲି ଶସ୍ୟ କିଣୁଛନ୍ତି ଠିକ୍‌ ସେମିତି ଠିକାଦାରମାନେ ଦେଶର ସବୁଆଡୁ ଶ୍ରମିକ ଯୋଗାଡ଼କରି ନଡ଼ା ବିଡ଼ା ସଂଗ୍ରହ କରିପାରିବେ। ଏହି ଉପାୟରେ ବାୟୁ ପ୍ରଦୂଷଣ ରୋକାଯିବା ସହ ପ୍ରାକୃତିକ ବାୟୋମାସ୍‌ ସଂରକ୍ଷଣ ମଧ୍ୟ ହୋଇପାରିବ। ମୁଁ ନିଶ୍ଚିତ ଯେ, ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବାର ଲାଭ ଉପରସୂଚିତ ଗୋଟି ଗୋଟି କରି ଗ୍ରହଣ କରାଯାଇଥିବା ସମସ୍ତ ପଦକ୍ଷେପର ମୂଲ୍ୟଠାରୁ ଯଥେଷ୍ଟ ଅଧିକ। ଯଦି ସରକାର ଏହା କରିବାକୁ ରାଜି ତେବେ ଆମର ସବୁ ସହରର ବାୟୁ ପ୍ରଦୂଷଣମୁକ୍ତ ହୋଇପାରିବ।
Email: bharatjj@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri