Categories: ଜାତୀୟ

ଦିଲ୍ଲୀ ଦଙ୍ଗା: ମୃତ୍ୟୁ ସଂଖ୍ୟା ଛୁଇଁଲା ୪୨

ନୂଆଦିଲ୍ଲୀ,୨୮।୨: ପ୍ରାୟ ୫ ଦିନ ତଳେ ରାଜଧାନୀ ଦିଲ୍ଲୀର ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସାରେ ମୃତ୍ୟୁ ସଂଖ୍ୟା ଶୁକ୍ରବାର ସୁଦ୍ଧା ୪୨ରେ ପହଞ୍ଚିଛି। ଗୁରୁବାର ସୁଦ୍ଧା ଏହା ୩୮ ଥିଲା। କେତେଜଣ ଗୁରୁତରଙ୍କ ଚିକିତ୍ସା ଚାଲୁଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ବିଭିନ୍ନ ଅଞ୍ଚଳରେ ପୋଲିସ ମୁତୟନ ଥିବା ବେଳେ ଏବେ ସେଠାକାର ପରିସ୍ଥିତିରେ ସୁଧାର ଆସିଥିବା କୁହାଯାଉଛି। ବଜାରରେ ଅତ୍ୟାବଶକୀୟ ସାମଗ୍ରୀ ମିଳୁଥିବା ଦୋକାନ ସବୁ ଖୋଲାଥିବା ନଜର ଆସିଛି। ତେବେ ଗୋଟିଏ ସ୍ଥାନରେ ଗହଳି ନ କରିବାକୁ ଜନସାଧାରଣଙ୍କୁ ପୋଲିସ ପରାମର୍ଶ ଦେଇଛି। କିଛି ଅଞ୍ଚଳରେ ସାଧାରଣ ଜୀବନ ଯାତ୍ରା ସ୍ବାଭାବିକ ହେବାରେ ଲାଗିଛି।

Share