Posted inଜାତୀୟ

ଦିଲ୍ଲୀ ଦଙ୍ଗାରେ ୧୩ ମୃତ

ନୂଆଦିଲ୍ଲୀ,୨୬ା୨: ଦିଲ୍ଲୀରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ହିଂସା ଉଗ୍ରରୂପ ଧାରଣ କରିଛି। ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସୋମବାର ସଂଘର୍ଷ ଘଟି ୫ ଜଣଙ୍କ ଜୀବନ ଯାଇଥିବାବେଳେ ମଙ୍ଗଳବାର ଅନ୍ୟ ୮ ଜଣଙ୍କ ମୃତ୍ୟୁ ଘଟିଛି। ୫୦ ପୋଲିସ କର୍ମଚାରୀଙ୍କ ସମେତ ୨୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ୪ ସ୍ଥାନରେ କର୍ଫ୍ୟୁ ଜାରି ହୋଇଛି। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ସ୍ବରାଷ୍ଟ୍ରମନ୍ତ୍ରୀ ଜରୁରୀ ବୈଠକରେ ସମୀକ୍ଷା କରିଛନ୍ତି। ସ୍ଥିତିକୁ ଆୟତ୍ତକୁ ଆଣିବା ପାଇଁ ବ୍ୟାପକ ପୋଲିସ ଓ ଅର୍ଦ୍ଧସାମରିକ ବଳ ମୁତୟନ କରାଯାଇଛି। ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି। ସେପଟେ ଦୁଇଦିନିଆ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏହାକୁ ଭାରତର ଆଭ୍ୟନ୍ତରୀଣ ବ୍ୟାପାର କହି ବିବାଦରୁ ଦୂରେଇ ଯାଇଛନ୍ତି।
ଜାତୀୟ ରାଜଧାନୀ ଦିଲ୍ଲୀରେ କେନ୍ଦ୍ରର ସିଏଏକୁ ନେଇ ସୋମବାର ଘଟିଥିବା ହିଂସା ଏକପ୍ରକାର ଦଙ୍ଗାର ରୂପ ନେଇସାରିଛି। ଉତ୍ତର-ପୂର୍ବ ଦିଲ୍ଲୀର ମୌଜପୁରରେ ଉତ୍ତ୍ୟକ୍ତ ବିକ୍ଷୋଭକାରୀମାନେ ଟେକାମାଡ଼, ଭଙ୍ଗାରୁଜା ଓ ଜଳାପୋଡ଼ା କରିବା ସହ ସ୍ଥାନୀୟ ଲୋକଙ୍କୁ ଧମକ ଦେଇଛନ୍ତି। ସେମାନଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ବଳ ପ୍ରୟୋଗ କରିଛି। ଏହି ଦଙ୍ଗାରେ ଅଦ୍ୟାବଧି ୧୩ ଜଣଙ୍କ ଜୀବନ ଯାଇଥିବାବେଳେ ୨୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନୂ୍ୟନ ୧୫ ଜଣଙ୍କ ଦେହରେ ଗୁଳି ବାଜିଛି। ହିଂସାକୁ ଦୃଷ୍ଟିରେ ରଖି ସ୍କୁଲଗୁଡ଼ିକର ପରୀକ୍ଷା ବାତିଲ କରିଦିଆଯାଇଛି। ଲୋକେ ଭୟରେ ବାହାକୁ ନ ବାହାରି ଘରେ ରହିଛନ୍ତି। ସ୍ଥିତି ଆଗକୁ ଅଧିକ ଜଟିଳ ହେବା ଆଶଙ୍କା ଥିବାରୁ ୩ ଜିଲାରେ ହାଇଆଲର୍ଟ ଜାରି କରାଯାଇଛି। ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି। ଏହାସହ ଏକକାଳୀନ କୌଣସି ସ୍ଥାନରେ ୪ ଜଣ ବ୍ୟକ୍ତି ଏକାଠି ରହିପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି କଟକଣା ମାର୍ଚ୍ଚ ୨୪ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଛି। ମୌଜପୁର, ଜାଫରାବାଦ, ଚାନ୍ଦବାଗ୍‌ ଓ କାରାଓ୍ବଲ ନଗରରେ କର୍ଫ୍ୟୁ ଜାରି କରାଯାଇଛି। ପ୍ରଭାବିତ ଅଞ୍ଚଳରେ ୧୦୦୦ ସଶସ୍ତ୍ର ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଏକ ଉଚ୍ଚସ୍ତରୀୟ ଜରୁରୀ ବୈଠକ ଡାକି ସ୍ଥିତିର ସମୀକ୍ଷା କରିଛନ୍ତି। କୌଣସି ପ୍ରକାର ଗୁଜବ ସୃଷ୍ଟି ନ କରିବା ପାଇଁ ସେ ଲୋକଙ୍କୁ ଅପିଲ କରିଛନ୍ତି। ଏହାସହ ରାଜନୈତିକ ଦଳଗୁଡ଼ିକ ଲୋକଙ୍କୁ ଗୁଜବଜନିତ ଭୟରୁ ମୁକ୍ତ କରିବା ପାଇଁ ଦିଲ୍ଲୀ ପୋଲିସକୁ ସହଯୋଗ କରନ୍ତୁ ବୋଲି ଶାହା ଅନୁରୋଧ କରିଛନ୍ତି। ପୋଲିସ କଣ୍ଟ୍ରୋଲ ରୁମ୍‌ରେ ବରିଷ୍ଠ ଅଧିକାରୀମାନେ ଏନେଇ ଅନୁଧ୍ୟାନ କରିବେ। ସମସ୍ତ ଅଧିକାରୀ ଉପସ୍ଥିତ ରହିବା ପାଇଁ ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କୁ ଶାହା ନିର୍ଦ୍ଦେଶ ଦେଇଛନ୍ତି। ଖଜୁରି ଖାସ୍‌ଠାରେ ସ୍ବତନ୍ତ୍ର ପୋଲିସ କମିଶନର ସତୀଶ ଗୋଲ୍‌ତା କହିଛନ୍ତି, ସ୍ଥିତିକୁ ନିୟନ୍ତ୍ରଣକୁ ଆଣି ଶାନ୍ତିଶୃଙ୍ଖଳା ବଜାୟ ପାଇଁ ଆମେ ଉଦ୍ୟମ କରୁଛୁ। ଅଣାୟତ୍ତ ହେଲେ ଅଧିକ ସଂଖ୍ୟକ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯିବ। ଦୁର୍ବୃତ୍ତମାନଙ୍କ ବିରୋଧରେ ଆଇନାନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଆହତଙ୍କୁ ହସ୍ପିଟାଲରେ ଭେଟି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଆଇନ ହାତକୁ ନ ନେଇ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ସେ ଦିଲ୍ଲୀବାସୀଙ୍କୁ ଅନୁରୋଧ କରିଛନ୍ତି। ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜାଲ ଓ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ଶନିବାର ହିଂସାରେ ପ୍ରାଣ ହରାଇଥିବା ହେଡ୍‌ କନ୍‌ଷ୍ଟେବଳ ରତନ ଲାଲ୍‌ଙ୍କୁ ରବିବାର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଦିଲ୍ଲୀର ଭାଜପା ସଭାପତି ମନୋଜ ତିଓ୍ବାରୀ ଏହି କାଣ୍ଡପାଇଁ ଦେଶବିରୋଧୀ ତତ୍ତ୍ୱଙ୍କୁ ଦାୟୀ କରିଛନ୍ତି। ଉତ୍ତର-ପୂର୍ବ ଦିଲ୍ଲୀରେ ଅଚଳାବସ୍ଥାକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳକୁ ସେନାକୁ ହସ୍ତାନ୍ତର କରାଯାଉ ବୋଲି ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ତଥା ହାଇଦ୍ରାବାଦ ଏମ୍‌ପି ଅସାଦୁଦ୍ଦିନ୍‌ ଓଓ୍ବାଇସି ଦାବି କରିଛନ୍ତି। ଅନ୍ୟପକ୍ଷରେ ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏହି ହିଂସା ଏବଂ ସିଏଏକୁ ଭାରତର ଆଭ୍ୟନ୍ତରୀଣ ବିଷୟ ବୋଲି କହିଛନ୍ତି। ସେ କହିଛନ୍ତି, ଆମେ ଧର୍ମୀୟ ସ୍ବାଧୀନତା ଉପରେ ଆଲୋଚନା କରିଛୁ। ଲୋକଙ୍କ ଧର୍ମୀୟ ସ୍ବାଧୀନତା ରହୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିବା ଟ୍ରମ୍ପ୍‌ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri