Posted inଜାତୀୟ

ଦିଲ୍ଲୀ ଦଙ୍ଗାରେ ୧୩ ମୃତ

ନୂଆଦିଲ୍ଲୀ,୨୬ା୨: ଦିଲ୍ଲୀରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ହିଂସା ଉଗ୍ରରୂପ ଧାରଣ କରିଛି। ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସୋମବାର ସଂଘର୍ଷ ଘଟି ୫ ଜଣଙ୍କ ଜୀବନ ଯାଇଥିବାବେଳେ ମଙ୍ଗଳବାର ଅନ୍ୟ ୮ ଜଣଙ୍କ ମୃତ୍ୟୁ ଘଟିଛି। ୫୦ ପୋଲିସ କର୍ମଚାରୀଙ୍କ ସମେତ ୨୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ୪ ସ୍ଥାନରେ କର୍ଫ୍ୟୁ ଜାରି ହୋଇଛି। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ସ୍ବରାଷ୍ଟ୍ରମନ୍ତ୍ରୀ ଜରୁରୀ ବୈଠକରେ ସମୀକ୍ଷା କରିଛନ୍ତି। ସ୍ଥିତିକୁ ଆୟତ୍ତକୁ ଆଣିବା ପାଇଁ ବ୍ୟାପକ ପୋଲିସ ଓ ଅର୍ଦ୍ଧସାମରିକ ବଳ ମୁତୟନ କରାଯାଇଛି। ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି। ସେପଟେ ଦୁଇଦିନିଆ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏହାକୁ ଭାରତର ଆଭ୍ୟନ୍ତରୀଣ ବ୍ୟାପାର କହି ବିବାଦରୁ ଦୂରେଇ ଯାଇଛନ୍ତି।
ଜାତୀୟ ରାଜଧାନୀ ଦିଲ୍ଲୀରେ କେନ୍ଦ୍ରର ସିଏଏକୁ ନେଇ ସୋମବାର ଘଟିଥିବା ହିଂସା ଏକପ୍ରକାର ଦଙ୍ଗାର ରୂପ ନେଇସାରିଛି। ଉତ୍ତର-ପୂର୍ବ ଦିଲ୍ଲୀର ମୌଜପୁରରେ ଉତ୍ତ୍ୟକ୍ତ ବିକ୍ଷୋଭକାରୀମାନେ ଟେକାମାଡ଼, ଭଙ୍ଗାରୁଜା ଓ ଜଳାପୋଡ଼ା କରିବା ସହ ସ୍ଥାନୀୟ ଲୋକଙ୍କୁ ଧମକ ଦେଇଛନ୍ତି। ସେମାନଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ବଳ ପ୍ରୟୋଗ କରିଛି। ଏହି ଦଙ୍ଗାରେ ଅଦ୍ୟାବଧି ୧୩ ଜଣଙ୍କ ଜୀବନ ଯାଇଥିବାବେଳେ ୨୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନୂ୍ୟନ ୧୫ ଜଣଙ୍କ ଦେହରେ ଗୁଳି ବାଜିଛି। ହିଂସାକୁ ଦୃଷ୍ଟିରେ ରଖି ସ୍କୁଲଗୁଡ଼ିକର ପରୀକ୍ଷା ବାତିଲ କରିଦିଆଯାଇଛି। ଲୋକେ ଭୟରେ ବାହାକୁ ନ ବାହାରି ଘରେ ରହିଛନ୍ତି। ସ୍ଥିତି ଆଗକୁ ଅଧିକ ଜଟିଳ ହେବା ଆଶଙ୍କା ଥିବାରୁ ୩ ଜିଲାରେ ହାଇଆଲର୍ଟ ଜାରି କରାଯାଇଛି। ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି। ଏହାସହ ଏକକାଳୀନ କୌଣସି ସ୍ଥାନରେ ୪ ଜଣ ବ୍ୟକ୍ତି ଏକାଠି ରହିପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି କଟକଣା ମାର୍ଚ୍ଚ ୨୪ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଛି। ମୌଜପୁର, ଜାଫରାବାଦ, ଚାନ୍ଦବାଗ୍‌ ଓ କାରାଓ୍ବଲ ନଗରରେ କର୍ଫ୍ୟୁ ଜାରି କରାଯାଇଛି। ପ୍ରଭାବିତ ଅଞ୍ଚଳରେ ୧୦୦୦ ସଶସ୍ତ୍ର ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଏକ ଉଚ୍ଚସ୍ତରୀୟ ଜରୁରୀ ବୈଠକ ଡାକି ସ୍ଥିତିର ସମୀକ୍ଷା କରିଛନ୍ତି। କୌଣସି ପ୍ରକାର ଗୁଜବ ସୃଷ୍ଟି ନ କରିବା ପାଇଁ ସେ ଲୋକଙ୍କୁ ଅପିଲ କରିଛନ୍ତି। ଏହାସହ ରାଜନୈତିକ ଦଳଗୁଡ଼ିକ ଲୋକଙ୍କୁ ଗୁଜବଜନିତ ଭୟରୁ ମୁକ୍ତ କରିବା ପାଇଁ ଦିଲ୍ଲୀ ପୋଲିସକୁ ସହଯୋଗ କରନ୍ତୁ ବୋଲି ଶାହା ଅନୁରୋଧ କରିଛନ୍ତି। ପୋଲିସ କଣ୍ଟ୍ରୋଲ ରୁମ୍‌ରେ ବରିଷ୍ଠ ଅଧିକାରୀମାନେ ଏନେଇ ଅନୁଧ୍ୟାନ କରିବେ। ସମସ୍ତ ଅଧିକାରୀ ଉପସ୍ଥିତ ରହିବା ପାଇଁ ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କୁ ଶାହା ନିର୍ଦ୍ଦେଶ ଦେଇଛନ୍ତି। ଖଜୁରି ଖାସ୍‌ଠାରେ ସ୍ବତନ୍ତ୍ର ପୋଲିସ କମିଶନର ସତୀଶ ଗୋଲ୍‌ତା କହିଛନ୍ତି, ସ୍ଥିତିକୁ ନିୟନ୍ତ୍ରଣକୁ ଆଣି ଶାନ୍ତିଶୃଙ୍ଖଳା ବଜାୟ ପାଇଁ ଆମେ ଉଦ୍ୟମ କରୁଛୁ। ଅଣାୟତ୍ତ ହେଲେ ଅଧିକ ସଂଖ୍ୟକ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯିବ। ଦୁର୍ବୃତ୍ତମାନଙ୍କ ବିରୋଧରେ ଆଇନାନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଆହତଙ୍କୁ ହସ୍ପିଟାଲରେ ଭେଟି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଆଇନ ହାତକୁ ନ ନେଇ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ସେ ଦିଲ୍ଲୀବାସୀଙ୍କୁ ଅନୁରୋଧ କରିଛନ୍ତି। ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜାଲ ଓ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ଶନିବାର ହିଂସାରେ ପ୍ରାଣ ହରାଇଥିବା ହେଡ୍‌ କନ୍‌ଷ୍ଟେବଳ ରତନ ଲାଲ୍‌ଙ୍କୁ ରବିବାର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଦିଲ୍ଲୀର ଭାଜପା ସଭାପତି ମନୋଜ ତିଓ୍ବାରୀ ଏହି କାଣ୍ଡପାଇଁ ଦେଶବିରୋଧୀ ତତ୍ତ୍ୱଙ୍କୁ ଦାୟୀ କରିଛନ୍ତି। ଉତ୍ତର-ପୂର୍ବ ଦିଲ୍ଲୀରେ ଅଚଳାବସ୍ଥାକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳକୁ ସେନାକୁ ହସ୍ତାନ୍ତର କରାଯାଉ ବୋଲି ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ତଥା ହାଇଦ୍ରାବାଦ ଏମ୍‌ପି ଅସାଦୁଦ୍ଦିନ୍‌ ଓଓ୍ବାଇସି ଦାବି କରିଛନ୍ତି। ଅନ୍ୟପକ୍ଷରେ ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏହି ହିଂସା ଏବଂ ସିଏଏକୁ ଭାରତର ଆଭ୍ୟନ୍ତରୀଣ ବିଷୟ ବୋଲି କହିଛନ୍ତି। ସେ କହିଛନ୍ତି, ଆମେ ଧର୍ମୀୟ ସ୍ବାଧୀନତା ଉପରେ ଆଲୋଚନା କରିଛୁ। ଲୋକଙ୍କ ଧର୍ମୀୟ ସ୍ବାଧୀନତା ରହୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିବା ଟ୍ରମ୍ପ୍‌ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri