Categories: ଜାତୀୟ

ଦିଲ୍ଲୀ ଦଙ୍ଗା: ବାସହରାଙ୍କ ପାଇଁ ୨୫ ହଜାର ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୮।୨: ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଦଙ୍ଗା ପୀଡିତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଯେଉଁମାନଙ୍କ ଘର ସମ୍ପୂର୍ଣ୍ଣ ଅବା ଅଧାରୁ ଊର୍ଦ୍ଧ୍ୱ ନଷ୍ଟ ହୋଇଯାଇଛି ସେମାନଙ୍କୁ ସରକାରଙ୍କ ପକ୍ଷରୁ ୨୫ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ଶନିବାର ଅପରାହ୍ନରୁ ଏହି ଅର୍ଥ ଦଙ୍ଗା ପୀଡିତଙ୍କୁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ ଯେଉଁମାନଙ୍କ ଘର ସମ୍ପୂର୍ଣ୍ଣ ଭାବେ ପୋଡି ଯାଇଛି ସେମାନଙ୍କ ପାଇଁ ୯ଟି ବର୍ଷା ଆଶ୍ରୟସ୍ଥଳ ଓ କମ୍ୟୁନିଟି ସେଣ୍ଟର ଯୋଗାଇ ଦିଆଯାଇଛି। ଏହାସହ ଅସ୍ଥାୟୀ ତମ୍ବୁ ମଧ୍ୟ ନିର୍ମାଣ କରାଯାଇଛି।

Share